Advertisment

ପଞ୍ଜାବକୁ ଚେନ୍ନାଇ ଓ ଲକ୍ଷ୍ନୌକୁ କୋଲକାତା ହରାଇଲା

ରାଜସ୍ଥାନ ରୟାଲ୍ସକୁ ପଛରେ ପକାଇ ପଏଣ୍ଟ ଟେବୁଲର ଶୀର୍ଷରେ ନାଇଟ ରାଇଡର୍ସ।

author-image
Debibandita Barick
ଅଦ୍ୟତନ ହୋଇଛି
CSK , PBKS & KKR, LSG Players

CSK , PBKS & KKR, LSG Players

ଆଇପିଏଲ ସୁପର ସନଡେ'ରେ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ସୁପର କିଙ୍ଗସ ୨୮ ରନରେ ପରାସ୍ତ କରିଥିବା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୯୮ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉତ୍ତିର୍ଣ୍ଣ ହୋଇଛି କୋଲକାତା।

Advertisment

ଗତକାଲି ଧର୍ମଶାଳାରେ ପ୍ରଥମେ ପଞ୍ଜାବ ଓ ଚେନ୍ନାଇ ମୁହାଁମୁହିଁ ହୋଇଥିଲେ। ଚେନ୍ନାଇ ପାଳି ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୧୩୯ ରନରେ ଅଟକି ଯାଇଥିଲା। ଫଳରେ ଏହି ମ୍ୟାଚକୁ ୨୮ ରନରେ ଜିତି ନେଇଛି ଚେନ୍ନାଇ।

ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା  ଉଭୟ ବ୍ୟାଟିଂ ଓ ବୋଲିଂରେ ଜାଦୁ ଦେଖାଇଥିଲେ। ଦଳୀୟ ସ୍କୋର୍ ଧିମେଇ ଯାଇଥିବା ବେଳେ ସେ ୨୬ ବଲରେ ୪୩ ରନର ଭାଗିଦାରୀ ଯୋଡି ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଏହା ସାଙ୍ଗକୁ ବୋଲିଂରେ ମଧ୍ୟ କମାଲ୍ କରିଥିଲେ ଜାଡେଜା।

Advertisment

୪ ଓଭରରେ ମାତ୍ର ୨୦ ରନ୍ ଦେବା ସହ ୩ ୱିକେଟ୍ ନେଇ ପଞ୍ଜାବର ପତନ ଘଟାଇଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ସେ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 

ସେପଟେ ଲକ୍ଷ୍ନୌ-କୋଲକାତା ଲଢେଇରେ ନାଇଟ୍ ରାଇଡର୍ସର ପଲ୍ଲା ଭାରି ରହିଛି। ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ ଶାଣିତ ପ୍ରଦର୍ଶନ ସହ ଚଳିତ ଆଇପିଏଲ ସିଜିନରେ ଶୀର୍ଷ ସ୍ଥାନକୁ ଉତ୍ତିର୍ଣ୍ଣ ହୋଇଛି ନାଇଟ ରାଇଡର୍ସ ଟିମ୍। 

ଗତକାଲି ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୩୫ ରନ୍ ସଂଗ୍ରହ କରିଥିଲା କୋଲକାତା। ସୁନୀଲ ନାରିନ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମକପ୍ରଦ ପ୍ରଦର୍ଶନ କରିଥିଲେ। ସେ ୩୯ ବଲରେ ବିସ୍ଫୋରକ ୮୧ ରନର ଭାଗିଦାରୀ ଯୋଡିଥିଲେ।

ଜବାବରେ ଲକ୍ଷ୍ନୌ ମଧ୍ୟ ଭଲ ଆରମ୍ଭ କରିଥିଲା। ଦୁଇ ଓପନର କେଏଲ ରାହୁଲ ଓ ଅର୍ଶିନ କୁଳକର୍ଣ୍ଣି ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ଅର୍ଶିନ ପାଭିଲିଅନ ଫେରିବା ପରେ ଧିମେଇ ଯାଇଥିଲା ରନ୍ ରେଟ୍। ମାର୍କସ ଷ୍ଟୋନିସ୍ ବଡ଼ ବଡ଼ ଶର୍ଟ୍ସ ମାରିଥିଲେ ମଧ୍ୟ କେଏଲ ରାହୁଲଙ୍କ ବ୍ୟାଟ୍ ଧିମେଇ ଯାଇଥିଲା।

ଲକ୍ଷ୍ନୌର ଗୋଟିଏ ପରେ ଗୋଟିଏ ପତନ ଘଟାଇଥିଲେ କୋଲକାତା ବୋଲର। ଦଳ ପକ୍ଷରୁ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଆଣ୍ଡ୍ରେ ରସେଲ ୨ଟି, ସୁନୀନ ରାନିର ଓ ମିଚେଲ ଷ୍ଟାର୍କ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ସୁନୀଲ ନାରିନ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 

IPL 2024 CSK Vs PBKS LSG Vs KKR