Advertisment

୭ ୱିକେଟରେ ବେଙ୍ଗାଲୁରୁକୁ ମାତ୍ ଦେଲା ମୁମ୍ବାଇ

୧୯୭ ରନର ବିଶାଳ ସ୍କୋରକୁ ପିଛା କରି ମାତ୍ର ୧୫.୩ ଓଭରରେ ଲକ୍ଷ୍ୟ ପୂରଣ କରିନେଇଛି ମୁମ୍ବାଇ।

author-image
Debibandita Barick
ଅଦ୍ୟତନ ହୋଇଛି
Suryakumar Yadav & Hardik Pandya

Suryakumar Yadav & Hardik Pandya

ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ଧାରା ଜାରି। ପ୍ରଥମ ତିନିଟି ମ୍ୟାଚ୍ ହାରିବା ପରେ ବିଜୟ ଟ୍ରାକକୁ ଫେରିଛି ଟିମ୍। ଗତକାଲି ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ ୧୯୭ ରନର ବିଶାଳ ସ୍କୋରକୁ ପିଛା କରି ମାତ୍ର ୧୫.୩ ଓଭରରେ ଲକ୍ଷ୍ୟ ପୂରଣ କରିନେଇଛି ମୁମ୍ବାଇ। 

Advertisment

ସେପଟେ ଏଥର ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସାଥ୍ ଦେଇନି ଭାଗ୍ୟ। ଦଳର ତିନି ଜଣ ଖେଳାଳି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଟିମକୁ ପଞ୍ଚମ ପରାଜୟର ସ୍ୱାଦ ଚାଖିବାକୁ ପିଡିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।

ଦଳ ପକ୍ଷରୁ ଡୁ ପ୍ଲେସିସ୍ ୬୧(୪୦), ରଜତ ପଟିଦାର ୫୦(୨୬), ଦିନେଶ କାର୍ତ୍ତିକ ଅପରାଜିତ ୫୩(୨୩) ଏବଂ ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୩(୯), ୱିଲ୍ ଜ୍ୟାକ୍ସ ୮(୬), ସୌରଭ ଚୌହାନ ୯(୮), ଆକାଶ ଦୀପ ୨(୨) ରନ୍ କରିଥିଲେ।

Advertisment

୧୯୭ ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ ଅତି ସହଜରେ ବିଜୟ ଲକ୍ଷ୍ୟ ପୂରଣ କରିନେଇଥିଲା। ଚୌକା-ଛକା ବର୍ଷାରେ କମ୍ପି ଉଠିଥିଲା ୱାଙ୍ଖଡେ ଷ୍ଟାଡିୟମ। ଇଶାନ କିଶାନ ଓ ରୋହିତ ଶର୍ମା ଓପନିଂରେ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଦେଇଥିଲେ। ମାତ୍ର ୮ ଓଭରରେ ଦଳ ଶତକ ହାସଲ କରି ସାରିଥିଲା। ଏହି ସମୟରେ ୬୯(୩୪) ରନ୍ କରି ପାଭିଲିଅନ ଫେରିଥିଲେ ଇଶାନ।

କିନ୍ତି ଇଶାନଙ୍କ ୱିକେଟ ଦଳ ଉପରେ ବିଶେଷ ପ୍ରଭାବ ପକାଇନଥିଲେ। କାରଣ ପୁରୁଣା ଅନ୍ଦାଜକୁ ଫେରିଥିଲେ ସାର୍ଯ୍ୟକୁମାର ଯାଦବ। ସେ ରୋହିତ ଶର୍ମାଙ୍କ ସାଥ୍ ଦେଇ ବଡ଼ ବଡ଼ ସର୍ଟ୍ସ ଖେଳି ଚାଲିଥିଲେ। କିନ୍ତୁ କିଛି ସମୟ ପରେ ରୋହିତ ଶର୍ମା ୩୮(୨୪) ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାରଙ୍କ ଯୋଡ଼ି ଜମିଥିଲା।

ସୂର୍ଯ୍ୟକୁମାର ଦର୍ଶନୀୟ ସର୍ଟ୍ସ ଖେଳି ମାତ୍ର ୧୯ ବଲରେ ୫୨ ରନ୍ ସଂଗ୍ରହ କରିଥିବା ବେଳେ 6 ବଲରେ ୨୧ ରନ୍ କରି ଅପରାଜିତ ରହିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସୂର୍ଯ୍ୟକୁମାରଙ୍କ ପରେ ମୈଦାନକୁ ଆସିଥିବା ତିଲକ ବର୍ମା ମଧ୍ୟ ଅପରାଜିତ ରହି ୧୬(୧୦) ରନ୍ କରିଥିଲେ। ଦଳ ମାତ୍ର ୧୫.୩ ଓଭରରେ ୧୯୭ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି। ୫ ୱିକେଟ ସହ ପ୍ରଭାବୀ ବୋଲି ପାଇଁ ଯଶପ୍ରୀତ ବୁମରାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। 

IPL IPL 2024 MI Vs RCB