Advertisment

ବୃଥା ଗଲା ଆଶୁତୋଷଙ୍କ ବିସ୍ଫୋରକ ବ୍ୟାଟିଂ, ୯ ରନରେ ଜିତିଲା ମୁମ୍ବାଇ

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଆଶୁତୋଷ ଶର୍ମା ଓ ଶଶାଙ୍କ ସିଂହଙ୍କ ଲଢୁଆ ବ୍ୟାଟିଂ ମ୍ୟାଚରେ ଭରିଥିଲା ରୋମାଞ୍ଚ।

PBKS & MI Players

PBKS & MI Players

Advertisment

ଚଳିତ ଆଇପିଏଲ ସଂସ୍କରଣରେ ଗତକାଲି ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାଜିତ ହୋଇଥିଲେ ବି କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତି ନେଇଛି ପଞ୍ଜାବ କିଙ୍ଗସ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଆଶୁତୋଷ ଶର୍ମା ଓ ଶଶାଙ୍କ ସିଂହଙ୍କ ଲଢୁଆ ବ୍ୟାଟିଂ ମ୍ୟାଚରେ ଭରିଥିଲା ରୋମାଞ୍ଚ।

Advertisment

ଚଣ୍ଡିଗଡ ମୁଲ୍ଲାନପୁର ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୯୨ ରନ୍ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୭୮(୫୩) ରନ୍ କରିଥିବା ବେଳେ ରୋହିତ ଶର୍ମା ୩୬(୨୫), ତିଳକ ବର୍ମା ଅପରାଜିତ ୩୪(୧୮), ଟିମ ଡେଭିଡ ୧୪(୭), ହାର୍ଦ୍ଦିକ ପାଣ୍ଡ୍ୟା ୧୦(୬), ଇଶାନ କିଶାନ ୮(୮) ଓ ରୋମାରିଓ ଶେଫର୍ଡ ୧(୨) ରନ୍ ସଂଗ୍ରହ କରିଥିଲେ।

୧୯୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ କିଙ୍ଗସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୧୪ ରନରେ ହରାଇ ସାରିଥିଲା ୪ ମୂଲ୍ୟବାନ ୱିକେଟ। ଏକ ସମୟରେ ମନେ ହେଉଥିଲା ଯେପରି ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ବିଜୟ ହାସଲ କରିନେବ, ହେଲେ ମ୍ୟାଚରେ ଟ୍ୱିଷ୍ଟ ଆଣିଥିଲେ ଆଶୁତୋଷ ଓ ଶଶାଙ୍କ।

Advertisment

ବିପର୍ଯ୍ୟୟ ସମୟରେ ଉଭୟ ଯେପରି ବ୍ୟାଟିଂ କରିଥିଲେ, ତାହା ଥିଲା ଦର୍ଶନୀୟ। ଦମଦାର ପ୍ରଦର୍ଶନ ସହ ମାତ୍ର ୨୮ ବଲରେ ୬୧ ରନ୍ ସଂଗ୍ରହ କରିଥିଲେ ଆଶୁତୋଷ, ଯେଉଁଥିରେ ୭ଟି ଛକା ଏବଂ ୨ଟି ଚୌକା ରହିଥିଲା। ସେହିପରି ଶଶାଙ୍କ ସିଂହ ମଧ୍ୟ ତାଙ୍କ ସାଥ୍ ଦେଇ ବଡ଼ ବଡ଼ ସର୍ଟ୍ସ ଖେଳି ଚାଲିଥିଲେ।

ଦଳୀୟ ସ୍କୋର୍ ୧୧୧ ହୋଇଥିବା ବେଳେ ୪୧(୨୫) ରନ୍ କରି ପାଭିଲିଅନ ଫେରି ଯାଇଥିଲେ ଶଶାଙ୍କ। ତଥାପି ଆଶୁତୋଷଙ୍କ ଉପରେ ଦଳ ଭରସା ରଖିଥିଲା। ମାତ୍ର ଗେରାଲ୍ଡ କୋଏଜି ତାଙ୍କୁ ଆଉଟ୍ କରାଇ ନେବା ପରେ ପୁଣି ଥରେ ମ୍ୟାଚର ଗତିପଥ ବଦଳି ଯାଇଥିଲା। ଆଶୁତୋଷ ପାଭିଲିଅନ ଫେରିବା ପରେ ହରପ୍ରୀତ ବ୍ରାର, ହର୍ଷଲ ପଟେଲ ଓ କାଗିସୋ ରାବାଡା ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ମଧ୍ୟ ୧୯.୧ ବଲରେ ୧୮୩ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ।

ଫଳରେ ଏହି ମ୍ୟାଚକୁ ୯ ରନରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ପକ୍ଷରୁ ଘାତକ ବୋଲିଂ ପାଇଁ ଯଶପ୍ରୀତ ବୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 

IPL IPL 2024 MI Vs PBKS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe