Advertisment

ପଞ୍ଜାବ କିଙ୍ଗ୍ସର କମ୍ ବ୍ୟାକ୍; ୩ ୱିକେଟରେ ଗୁଜରାଟକୁ ଦେଲା ମାତ୍

ଶଶାଙ୍କ ସିଂହ ଓ ଆଶୁତୋଷ ଶର୍ମାଙ୍କ ଲଢୁଆ ଇନିଂଶ ଆଗରେ ଶୁବମନ ଗିଲଙ୍କ ଅପରାଜିତ ୮୯ ରନ୍ ବୃଥା ଯାଇଛି।

PBKS Player

PBKS Player

Advertisment

କ୍ରମାନ୍ୱୟରେ ଦୁଇଟି ପରାଜୟ ପରେ ପଞ୍ଜାବ କିଙ୍ଗ୍ସ କମ୍ ବ୍ୟାକ୍ କରିଛି। ଘରୋଇ ଗୁଜରାଟକୁ ତା ଗଡ଼ରେ ଦେଇଛି ମାତ୍। ୧୯୯ ରନକୁ ପିଛା କରି ରୋମାଞ୍ଚକର ଭାବେ ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ଶଶାଙ୍କ ସିଂହ ଓ ଆଶୁତୋଷ ଶର୍ମାଙ୍କ ଲଢୁଆ ଇନିଂଶ ଆଗରେ ଶୁବମନ ଗିଲଙ୍କ ଅପରାଜିତ ୮୯ ରନ୍ ବୃଥା ଯାଇଛି।

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ବିନିମୟରେ ୧୯୯ ରନ୍ କରିଥିଲା ଟାଇଟନ୍ସ ଟିମ୍। କ୍ୟାପ୍ଟେନ ଶୁବମନ ଗିଲ୍ ଅପରାଜିତ ୮୯(୪୮) ରନ୍ କରିଥିଲେ। ୨୦୦ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗ୍ସ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୧୩ ରନ୍ ବେଳକୁ ଶିଖର ଧାୱନ ଆଉଟ୍ ହୋଇ ଯାଇଥିଲେ। ସେ ମାତ୍ର ଗୋଟିଏ ରନ୍ କରି ପାଭିଲିଅନ ଫେରିଥିଲେ।

ପରେ ପରେ ଜୋନୀ ବେୟାରଷ୍ଟୋ, ପ୍ରଭସିମରନ ସିଂହ ଏବଂ ସାମ କରନ ଆଉଟେ ହୋଇଯାଇଥିଲେ। ଦଳୀୟ ସ୍କୋର୍ ୭୦ ରନ୍ ବେଳକୁ ୪ଟି ୱିକେଟ୍ ହରାଇ ସାରିଥିଲା ପଞ୍ଜାବ। ମ୍ୟାଚର ମଧ୍ୟକ୍ରମରେ ଗୁଜରାଟ ଟାଇଟନ୍ସ ଏକ ପାଖିଆ ମ୍ୟାଚ୍ ଜିତିନେବ ବୋଲି ଆଶା କରାଯାଉଲା। ହେଲେ ଏହି ସମୟରେ ରୋମାଞ୍ଚ ଭରିଥିଲେ ଶଶାଙ୍କ ସିଂହ, ଏବଂ ତାଙ୍କ ସାଥ୍ ଦେଇଥିଲେ ଆଶୁତୋଶ ଶର୍ମା। 

Advertisment

ଉଭୟ ଦର୍ଶନୀୟ ସର୍ଟ୍ସ ଖେଳି ଗୁଜରାଟ ହାତରୁ ବିଜୟ ଛଡାଇ ଆଣିଛନ୍ତି। ଶଶାଙ୍କ ଅପରାଜିତ ୬୧(୨୯) ରନ୍ କରିଥିବା ବେଳେ ଆଶୁତୋଷ ୩୧(୧୭) ରନ୍ କରିଥିଲେ। ସେପଟେ ଗୁଜରାଟ ପକ୍ଷରୁ ନୁର୍ ଅହମଦ ୨ଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜମତଉଲ୍ଲା ଓମଜାଇ, ଉମେଶ ଯାଦବ, ରଶୀଦ ଖାନ, ମୋହିତ ଶର୍ମା ଏବଂ ଦର୍ଶନ ନାଲକାଣ୍ଡେ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।  

IPL GT IPL 2024 TATA IPL PBKS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe