Advertisment

ପଞ୍ଜାବ କିଙ୍ଗସର ବିସ୍ଫୋରକ ବ୍ୟାଟିଂ, ଟି-୨୦ ଫର୍ମାଟରେ ଏକାଧିକ ରେକର୍ଡ

ଆଶ୍ଚର୍ଯ୍ୟ-ଅବିଶ୍ୱସନୀୟ-ଅତୁଳନୀୟ... କୋଲକାତା ବିପକ୍ଷ ମ୍ୟାଚରେ ରେକର୍ଡ ବିଜୟ ସହ କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଛି ପଞ୍ଜାବ କିଙ୍ଗସ୍...

ଅଦ୍ୟତନ ହୋଇଛି
Punjab Kings Players

Punjab Kings Players

Advertisment

ଆଶ୍ଚର୍ଯ୍ୟ-ଅବିଶ୍ୱସନୀୟ-ଅତୁଳନୀୟ... କୋଲକାତା ବିପକ୍ଷ ମ୍ୟାଚରେ ରେକର୍ଡ ବିଜୟ ସହ କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଛି ପଞ୍ଜାବ କିଙ୍ଗସ୍। କାରଣ ଟି-20 ଫର୍ମାଟରେ 262 ରନର ବିଶାଳ ଲକ୍ଷ୍ୟକୁ ହାସଲ କରି ବିରଳ ରେକର୍ଡ କରିଛି କିଙ୍ଗସ୍ ଟିମ୍। ଏହା ସାଙ୍ଗକୁ କ୍ରିକେଟର ଶର୍ଟ ଫର୍ମାଟରେ ଯୋଡିଛି ଏକାଧିକ କୀର୍ତ୍ତିମାନ।  

Advertisment

ଇଡେନଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚରେ ବର୍ଷା ହୋଇଥିଲା ଚୌକା-ଛକା। ଉଭୟ ଟିମ୍ ମାରିଥିଲେ 524 ରନ୍, ଯେଉଁଥିରେ ଥିଲା 42 ଛକା ସାଙ୍ଗକୁ 37 ଚୌକା।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 6 ୱିକେଟ୍ ହରାଇ 261 ରନ୍ ସଂଗ୍ରହ କରିଥିଲା କୋଲକାତା ନାଇଟ୍ ରାଇଡର୍ସ। ଦଳ ପକ୍ଷରୁ ଫିଲ୍ ସଲ୍ଟ 37 ବଲରେ 75 ରନ୍ କରିଥିବା ବେଳେ ସୁନୀଲ ନାରିନ ମାରିଥିରେ 32 ବଲରେ 71 ରନ୍। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଭେଙ୍କଟେଶ ଆୟର 39(23), ଆଣ୍ଡ୍ରେ ରସେଲ 24(12), ଶ୍ରେୟାସ ଆୟର 28(10), ରିଙ୍କୁ ସିଂହ 5(4) ଏବଂ ରମଣଦୀପ ସିଂହ 6(3) ରନ୍ ସଂଗ୍ରହ କରିଥିଲେ।

Advertisment

ପ୍ରଥମ ଇନିଂସରେ 262 ରନ୍ କିଛି ନୂଆ ନଥିଲା, କିନ୍ତୁ ପଞ୍ଜାବ କିଙ୍ଗସ ଦ୍ୱିତୀୟ ଇନିଂସରେ ଯେଉଁପରି ବ୍ୟାଟିଂ କରିଥିଲା ଏବଂ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି ତାହା ଥିଲା ଦର୍ଶନୀୟ। କାରଣ ପୂର୍ବରୁ ଟି-20 ଫର୍ମାଟରେ ଏପରି ରେକର୍ଡ ବିଜୟ ହୋଇନଥିଲା। 

ପଞ୍ଜାବ ପକ୍ଷରୁ ପାଳି ଆରମ୍ଭ କରିଥିବା ପ୍ରଭସିମରନ ସିଂହ ଓ ଜନ୍ନି ବେୟାରଷ୍ଟୋଙ୍କ ବିସ୍ଫୋରକ ବ୍ୟାଟିଂ ଷ୍ଟାଡିୟମର ଡେସିବଲ ବଢାଇ ଦେଇଥିଲା। ଉଭୟ ଏପରି ବ୍ୟାଟିଂ କରିଥିଲେ ଯେ 6 ଓଭରରେ ଦଳୀୟ ସ୍କୋର୍ 93ରେ ପହଞ୍ଚିଥିଲା। ଏହି ସମୟରେ ଦୁର୍ଭାଗ୍ୟବଶତଃ ରନ୍ ଆଉଟର ଶିକାର ହୋଇଥିଲେ ପ୍ରଭସିମରନ। ସେ 20 ବଲରେ 54 ରନ୍ କରି ଆଉଟ୍ ହୋଇ ଯାଇଥିଲେ। 

ଏହାପରେ ରାଇଲ ରସୋଙ୍କ ସହ ଧୂଆଁଧାର ବ୍ୟାଟିଂ କରିଥିଲେ ଜନ୍ନି ବେୟାରଷ୍ଟୋ। ଚୌକା-ଛକା ସହ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଏହି ଯୋଡ଼ି। 178 ରନ୍ ବେଳକୁ ଦଳ ରସୋଙ୍କ ଦ୍ୱିତୀୟ ୱିକେଟ ହରାଇଥିଲା। ସେ 26(16) ରନ୍ କରି ପାଭିଲିଅନ ଫେରିଥିଲେ। ଏହାପରେ ରନ୍ ରେଟ୍ ଧିମେଇ ଯାଇପାରେ ବୋଲି ଆଶଙ୍କା କରାଯାଉଥିଲା। ମାତ୍ର ସେପରି ହେବାକୁ ଦେଇନଥିଲେ ଶଶାଙ୍କ ସିଂହ।

ବେୟାରଷ୍ଟୋଙ୍କ ସହ ମିଶି ସେ ମଧ୍ୟ ବଡ଼ ବଡ଼ ଶର୍ଟ୍ସ ଖେଳିଥିଲେ। ଏହାରି ମଧ୍ୟରେ ବେୟାରଷ୍ଟୋ ଶତକ ପୂରଣ କରିନେଇଥିଲେ। ସେ ଅପରାଜିତ ରହି 48 ବଲରେ 108 ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଥିଲା 9 ଛକା ସାଙ୍ଗକୁ 8 ଚୌକା। ଶଶାଙ୍କ ମଧ୍ୟ କୌଣସି କ୍ଷେତ୍ରରେ କମ୍ ନଥିଲେ। ସେ 28 ବଲରେ 68 ରନର ଆବଶ୍ୟକୀୟ ପାଳି ଖେଳି ସମସ୍ତଙ୍କ ଦୃଷ୍ଟିଭାଜନ ହୋଇପାରିଛନ୍ତି। ଶଶାଙ୍କ 68 ରନ୍ ମଧ୍ୟରେ  ମାତ୍ର 2ଟି ଚୌକା ଥିବାବେଳେ 8ଟି ଛକା ଥିଲା। 8ଟି ବଲ୍ ବାକି ଥାଇ ଲକ୍ଷ୍ୟ ପୂରଣ କରିବା ସହ ଟି-20 ଫର୍ମାଟରେ ଇତିହାସ ରଚିଛି ପଞ୍ଜାବ କିଙ୍ଗସ୍।

ଏହା ସାଙ୍ଗକୁ 2 ଜଣ ବ୍ୟାଟର ଅର୍ଦ୍ଧଶତକ ହାସଲ କରିବା ସହ ଜଣେ ବ୍ୟାଟର ଅପରାଜିତ ଶତକୀୟ ପାଳି ଖେଳି ବିରଳ ରେକର୍ଡ କରିଛନ୍ତି। ବିସ୍ଫୋରକ ବ୍ୟାଟିଂ ପାଇଁ ଜନ୍ନି ବେୟାରଷ୍ଟୋ ପ୍ଲାୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 

IPL 2024 Punjab Kings Beat KKR PBKS Vs KKR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe