Advertisment

ଚମକିଲେ ସନ୍ଦିପ ଓ ଯଶସ୍ୱୀ; ମୁମ୍ବାଇକୁ ୯ ୱିକେଟରେ ହରାଇଲା ରାଜସ୍ଥାନ

ଆଇପିଏଲ ଇତିହାସରେ ୨୦୦ ୱିକେଟ ନେବାରେ ପ୍ରଥମ ବୋଲର ଯୁଜବେନ୍ଦ୍ର ଚହଲ..

Yashasvi Jaiswal, Sandeep Sharma

Yashasvi Jaiswal, Sandeep Sharma

Advertisment

ଚଳିତ ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସର ବିଜୟ ଧାରା ଜାରି ରହିଛି। ଗତକାଲି ଅନୁଷ୍ଠିତ ୩୮ତମ୍ ଲିଗ୍ ମ୍ୟାଚରେ ମଧ୍ୟ ଦମଦାର ବିଜୟ ହାସଲ କରିଛି ରୟାଲ୍ସ ଟିମ୍। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ ସହ ଏହି ମ୍ୟାଚକୁ ୯ ୱିକେଟରେ ଜିତି ନେଇଛି।

Advertisment

ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ୍ ଖେଳି ୭ଟି ବିଜୟ ସହ ପ୍ଲେ-ଅଫର ନିକଟତର ହୋଇଛି ରାଜସ୍ଥାନ ରୟାଲ୍ସ। ଏଥିସହ ଗତକାଲିର ମ୍ୟାଚରେ ଟିମ୍ ପକ୍ଷରୁ ଉଭୟ ବ୍ୟାଟର୍ ଓ ବୋଲର୍ ଏକାଧିକ ରେକର୍ଡ ହାସଲ କରିଛନ୍ତି।

ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୯ ରନ୍ ସଂଗ୍ରହ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ତିଳକ ବର୍ମା ଓ ମହମ୍ମଦ ନବି ଶତର୍କୀୟ ପାଳି ଖେଳି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।

Advertisment

କିନ୍ତୁ ଯଶସ୍ୱୀ ଯୈସ୍ୱାଲଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଯାଇଥିଲେ ମୁମ୍ବାଇ ବ୍ୟାଟର୍। ମାତ୍ର ୬୦ ବଲରେ ୧୦୪ ରନ୍ ସହ ଆଇପିଏଲ କ୍ୟାରିଅରରେ ରେକର୍ଡ କରିଛନ୍ତି ଯଶସ୍ୱୀ। ତାଙ୍କର ଏହା ଦ୍ୱିତୀୟ ଆଇପିଏଲ ଶତକ। 

ସେହିପରି ଯୁଜବେନ୍ଦ୍ର ଚହଲ ଆଇପିଏଲ ଇତିହାସରେ ପ୍ରଥମ ବୋଲର୍ ଭାବେ ୨୦୦ ୱିକେଟ ନେବାର କୀର୍ତ୍ତି ଅର୍ଜନ କରିଛନ୍ତି। ଏହି ମ୍ୟାଚରେ ସର୍ବାଧିକ ୫ ୱିକେଟ ନେଇ ମୁମ୍ବାଇ ଇଣ୍ଡିଆନ୍ସର ବିପର୍ଯ୍ୟୟ ଘଟାଇଥିବା ସନ୍ଦିପ ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 

IPL IPL 2024 MI Vs RR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe