Advertisment

ମୁମ୍ବାଇର ହ୍ୟାଟ୍ରିକ୍ ପରାଜୟ, ଖାତା ଖୋଲି ପାରିଲେନି ୩ ବ୍ୟାଟର

ଘରୋଇ ମାଟିରେ ପ୍ରଥମ ବିଜୟ ହାସଲ କରିବାକୁ ଆଶା ରଖିଥିବା ମୁମ୍ବାଇ ପୁଣି ନିରାଶ।

author-image
Debibandita Barick
MI & RR Players

MI & RR Players

ଚଳିତ ଆଇପିଏଲ ସଂସ୍କରଣରେ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି ରହିଛି। ଲଗାତାର ତୃତୀୟ ଥର ପାଇଁ ମ୍ୟାଚ୍ ହାରିଛି ମୁମ୍ବାଇ। ଗତକାଲି ରାଜସ୍ଥାନ ବିପକ୍ଷରେ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। 

Advertisment

ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ। ମୁମ୍ବାଇ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରରେ ଦୁଇ ବ୍ୟାଟର ରୋହିତ ଶର୍ମା ଓ ନମନ ଧୀରଙ୍କୁ ପାଭିଲିଅନ ରାସ୍ତା ଦେଖାଇଥିଲେ ବୋଲ୍ଟ।

ରୋହିତ ଓ ନମନ ଖାତା ଖୋଲିପାରି ନଥିଲେ। ବୋଲ୍ଟଙ୍କ ବଲ୍ ଆଗରେ ମୁମ୍ବାଇର ଷ୍ଟାର ବ୍ୟାଟରଙ୍କ ବ୍ୟାଟ୍ କାମ କରିପାରିନଥିଲା। ନମନଙ୍କ ପରେ ପରେ ଦେୱାଲଦ ବ୍ରେଭିସଙ୍କୁ ବି ଆଉଟ୍ କରାଇ ନେଇଥିଲେ ବୋଲ୍ଟ। ବ୍ରେଭିସ ମଧ୍ୟ ଖାତା ଖୋଲି ପାରିନଥିଲେ।

Advertisment

ଦଳ ମାତ୍ର ୨୦ ରନ୍ କରିଥିବା ବେଳେ ୪ ୱିକେଟ୍ ହରାଇ ସାରିଥିଲା। ଏହି ତିନି ବ୍ୟାଟରଙ୍କ ପରେ ଓପନର ଇଶାନ କିଶାନ ମଧ୍ୟ ୧୬(୧୪) ରନ୍ କରି ଆଉଟ୍ ହୋଇଯାଇଥିଲେ।

ଏହାପରେ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ସତର୍କତାର ସହ ଖେଳିଥିଲେ। ଉଭୟଙ୍କ ଭାଗିଦାରୀରେ ଦଳ ୫୬ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଏହି ସମୟରେ ଯୁଜବେନ୍ଦ୍ର ଚହଲଙ୍କ ବଲର ଶିକାର ହୋଇଥିଲେ ପାଣ୍ଡ୍ୟା। ସେ ୩୪(୨୧) ରନ୍ କରି ଆଉଟ୍ ହୋଇଥିଲେ। ହାର୍ଦ୍ଦିକଙ୍କ ପରେ ପରେ ଆସିଥିବା ଚାୱଲା ୬ ବଲରେ ୩ ରନ୍ କରି ପାଭିଲିଅନ ଫେରିଥିଲେ।

ତିଲକ ବର୍ମାଙ୍କ ଉପରେ ଦଳ ଆଶା ରଖିଥିଲେ ବି ସେ ମଧ୍ୟ ନିରାଶ କରିଥିଲେ। ତିଲକ ୩୨(୨୯) କରି ଆଉଟ୍ ହୋଇଥିଲେ। ଅନ୍ୟ ଖେଳାଳିମାନେ ମଧ୍ୟ ଆଖିଦୃଶିଆ ସର୍ଟ୍ସ ଖେଳିପାରିନଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୯ ୱିକେଟ୍ ହରାଇ ମାତ୍ର ୧୨୫ ରନ୍ କରିଥିଲା।

୧୨୬ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନ ରୟାଲ୍ସ ଅତି ସହଜରେ ବିଜୟୀ ହୋଇଛି। ଦଳ ଆଉ ୨୭ ବଲ୍ ବାକି ଥାଇ ଟାର୍ଗେଟ ପୂରଣ କରିନେଇଛି। ରାଜସ୍ଥାନ ପକ୍ଷରୁ ରିଆନ ପରାଗ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ରୟାଲ୍ସ ଟିମ୍।

IPL Rajasthan Royals Mumbai Indians