Advertisment

ସଞ୍ଜୁ ସାମସନଙ୍କ ଅପରାଜିତ ୮୨ ରନ୍, ଲକ୍ଷ୍ନୌ ଆଗରେ ୧୯୪ ରନର ଟାର୍ଗେଟ

ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୋ ମଧ୍ୟରେ ଚାଲିଛି ଆଇପିଏଲ ମ୍ୟାଚ୍।

Sanju Samson

Sanju Samson

Advertisment

ଜୟପୁରରେ ଆଜି ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଛି ଆଇପିଏଲ୍ ମ୍ୟାଚ୍। ଏହି ମ୍ୟାଚରେ ଲକ୍ଷ୍ନୌକୁ ୧୯୪ ରନର ଟାର୍ଗେଟ୍ ଦେଇଛି ରାଜସ୍ଥାନ ରୟାଲ୍ସ। ପ୍ରଥମ ଇନିଂସରେ ନିର୍ଦ୍ଧାରିତ ଓଭର ମଧ୍ୟରେ ୪ ୱିକେଟ ହରାଇ ୧୯୩ ରନ୍ କରିଛି ରାଜସ୍ଥାନ। 

Advertisment

ଆଇପିଏଲ ୧୭ତମ ସଂସ୍କରଣର ଚତୁର୍ଥ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ। ଦଳ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ ଏବଂ ଜୋସ ବଟଲର୍ ଓପନିଂ କରିଥିଲେ। ହେଲେ ଦଳୀୟ ସ୍କୋର୍ ମାତ୍ର ୧୩ ରନ୍ ହୋଇଥିବା ବେଳେ ବଟଲରଙ୍କୁ ଆଉଟ୍ କରାଇ ନେଇଥିଲେ ନବୀନ ଉଲ୍-ହକ୍। 

ଏହାପରେ ୨୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ ଯଶସ୍ୱୀ। ଦୁଇ ଓପନର୍ ପାଭିଲିଅନ ଫେରିବା ପରେ ପାଳି ସମ୍ଭାଳି ଥିଲେ କ୍ୟାପ୍ଟେନ ସଞ୍ଜୁ ସାମସନ। ତାଙ୍କ ସହ ସାଥ୍ ଦେଇଥିଲେ ରିଆନ ପରାଗ। ଉଭୟ ଯୋଡି ବଜାୟ ରଖିବା ସହ ବଡ଼ ବଡ଼ ସର୍ଟ୍ସ ଖେଳି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି।

Advertisment

ରିଆନ ପରାଗ ୪୩ ରନ୍ କରି ଆଉଟ୍ ହୋଇ ଯାଇଥିବା ବେଳେ ସଞ୍ଜୁ ସାମସନ୍ ଅପରାଜିତ ରହି ୮୨ ରନ୍ କରିଥିଲେ। ରିଆନଙ୍କ ପରେ ଆସିଥିବା ଧ୍ରୁବ ଜୁରେଲ ମଧ୍ୟ ୧୨ ବଲରେ ୨୦ ରନ୍ କରି ଅପରାଜିତ ଥିଲେ।

ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ-ହକ୍ ଦୁଇଟି ୱିକେଟ୍ ନେଇଥିବା ବେଳେ ମୋହସିନ ଖାନ ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। 

Cricket IPL 2024 RR Vs LSG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe