Advertisment

ସୂର୍ଯ୍ୟଙ୍କ ସାନଦାର ଶତକ, ୭ ୱିକେଟରେ ହାରିଲା ସନରାଇଜର୍ସ

ଏହି ବିଜୟ ସହ ପଏଣ୍ଟ ଟେବୁଲର ଦଶମ ସ୍ଥାନରୁ ନବମ ସ୍ଥାନକୁ ଉତ୍ତିର୍ଣ୍ଣ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ।

Suryakumar Yadav

Suryakumar Yadav

Advertisment

ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚଳିଚ ଆଇପିଏଲ ସିଜିନରେ ଚତୁର୍ଥ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି ମୁମ୍ବାଇ। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦଶମ ସ୍ଥାନରୁ ନବମ ସ୍ଥାନକୁ ଉତ୍ତିର୍ଣ୍ଣ ହୋଇଛି।

Advertisment

ଗତକାଲି ୱାଙ୍ଖଡ଼ରେ ଖେଳା ଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ମୁମ୍ବାଇ। ପୂର୍ବରୁ ବିଶାଳ ରନର ପାଳି ଖେଳିଥିବା ସନରାଇଜର୍ସକୁ ୧୭୩ ରନରେ ସୀମିତ ରଖିବାରେ ସଫଳ ହୋଇଥିଲେ ମୁମ୍ବାଇ ବୋଲର୍। ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ ହେଡ୍ ସର୍ବାଧିକ ୪୮(୩୦) ରନ୍ କରିଥିବା ବେଳେ ଅନ୍ୟ କେହି ବଡ଼ ସ୍କୋର୍ କରିପାରିନଥିଲେ।

୧୨୪ ରନରେ ଦଳ ୭ ୱିକେଟ୍ ହରାଇ ସାରିଥିଲା। କିନ୍ତୁ କ୍ୟାପ୍ଟେନ ପ୍ୟାଟ କମିନ୍ସ ୧୭ ବଲରେ ୩୫ ରନ୍ ଯୋଗ କରି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ଦଳ ୧୭୩ ରନ୍ ସଂଗ୍ରହ କରିଥିଲା।

Advertisment

୧୭୪ ରନର ବିଜୟ ଲକ୍ଷକୁ ପିଛା କରି ମଇଦାନକୁ ଓହ୍ଲାଇଥିବା ମୁମ୍ବାଇ ବାହିନୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ପାୱାର ପ୍ଲେ ମଧ୍ୟରେ ଦଳ ତିନୋଟି ମୂଲ୍ୟବାନ ୱିକେଟ୍ ହରାଇ ସଙ୍କଟରେ ପଡିଯାଇଥିଲା। ଇଶାନ କିଶାନ ୯(୭), ରୋହିତ ଶର୍ମା ୪(୫) ଓ ନମନ ଧୀର ୯ଟି ବଲେ ଖେଳି ଖାତା ଖୋଲିନପାରି ପାଭିଲିଅନ ଫେରିଥିଲେ।

ଏହାପରେ ଚମକ ଦେଖାଇଥିଲେ ସୂର୍ଯ୍ୟ, ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ବିସ୍ଫୋରକ ବ୍ୟାଟିଂ କରି ହାଇଦ୍ରାବାଦ ବୋଲରଙ୍କୁ ଧରାସାୟୀ କରି ଦେଇଥିଲେ ସୂର୍ଯ୍ୟକୁମାର। ସେ ଅପରାଜିତ ରହି ୫୧ ବଲରେ ୧୦୨ ରନର ମୂଲ୍ୟବାନ ପାଳି ଖେଳିଥିଲେ। ତାଙ୍କ ସହ ତିଲକ ବର୍ମା ମଧ୍ୟ ଆପରାଜିତ ୩୭(୩୨) ରନ୍ କରିଥିଲେ।

ମୁମ୍ବାଇ ୧୭.୨ ଓଭରରେ ୩ ୱିକେଟ୍ ବିନିମୟରେ ଆବଶ୍ୟକୀୟ ରନ୍ ସଂଗ୍ରହ କରି ନେଇଥିଲା। ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ସୂର୍ଯ୍ୟକୁମାର ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 

Mumbai Indians IPL 2024 SunRisers Hyderabad SRH Vs MI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe