Advertisment

ଆଜିଠୁ ଆରମ୍ଭ ଆଇପିଏଲ; ଉଦଘାଟନୀ ମ୍ୟାଚରେ ଚେନ୍ନାଇକୁ ଭେଟିବ ବାଙ୍ଗାଲୁରୁ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଉଦଘାଟନୀ ମ୍ୟାଚ୍।

ଅଦ୍ୟତନ ହୋଇଛି
IPL Trophy

IPL Trophy

Advertisment

ଆଜିଠୁ ଫଟାଫଟ କ୍ରିକେଟ ଆଇପିଏଲ ସମର ଆରମ୍ଭ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଇପିଏଲର ୧୭ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ। 

Advertisment

ଏଥର ପ୍ରଥମଥର ପାଇଁ ଋତୁରାଜ ଗାଏକୱାର୍ଡଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗସ। ଗତକାଲି ଅଚାନକ୍ ଅଧିନାୟକ ପଦରୁ ଓହରିଥିଲେ କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂହ ଧୋନି। 

ଆଜି ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ। ଏହାର ୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଉଦଘାଟନୀ ମ୍ୟାଚରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ଖିଲାଡି ଅକ୍ଷୟ କୁମାର। ଟାଇଗର ସର୍ଫ, ଏଆର ରେହମାନ ଓ ସୋନୁ ନିଗମ୍ ମଧ୍ୟ ସାମିଲ ହେବେ। 

Advertisment

ସିଏସକେ ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଋତୁରାଜ ଗାଏକ୍ୱାଡ (କ୍ୟାପ୍ଟେନ), ରଚିନ ରବିନ୍ଦ୍ର, ମୋଇନ ଅଲି, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଏମଏସ ଧୋନି (ୱିକେଟ କିପର), ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ତୁଶାର ଦେଶପାଣ୍ଡେ, ମୁସ୍ତାଫିଜୁର ରେହମାନ, ମହେଶ ଥିକଶାନା

ଆରସିବି ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଫାଫ୍ ଡୁ ପ୍ଲେସିସ୍ (କ୍ୟାପ୍ଟେନ), ବିରାଟ କୋହଲି, କ୍ୟାମେରନ୍ ଗ୍ରୀନ୍, ରଜତ ପଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ମହିପାଲ ଲାମୋର, ଦୀନେଶ କାର୍ତ୍ତିକ (ୱିକେଟ କିପର), ସୁୟାଶ ପ୍ରଭୁଦେସାଇ, ଲୋକି ଫର୍ଗୁସନ୍, ମହମ୍ମଦ ସିରାଜ, କର୍ଣ ଶର୍ମା। 

IPL CSK RCB IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe