Advertisment

ଚେନ୍ନାଇକୁ ହରାଇଲା ହାଇଦ୍ରାବାଦ; ସୁପର କିଙ୍ଗ୍ସର କ୍ରମାଗତ ଦ୍ୱିତୀୟ ପରାଜୟ

ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇକୁ ଅତି ସହଜରେ ମାତ୍ ଦେଇଛି ସନ୍ ରାଇଜର୍ସ ହାଇଦ୍ରାବାଦ।

ଅଦ୍ୟତନ ହୋଇଛି
SRH & CSK Match

SRH & CSK Match

Advertisment

ଚଳିତ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର କ୍ରମାଗତ ଦ୍ୱିତୀୟ ପରାଜୟ। ୧୮ତମ ଲିଗ୍ ମୁକାବିଲାରେ ଦିଲ୍ଲୀଠାରୁ ହାରିଥିବା ବେଳେ ଗତକାଲିର ମ୍ୟାଚରେ ହାଇଦ୍ରାବାଦଠୁ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍ କରିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇକୁ ଅତି ସହଜରେ ମାତ୍ ଦେଇଛି ସନ୍ ରାଇଜର୍ସ ହାଇଦ୍ରାବାଦ।

Advertisment

ଘରୋଇ ଗ୍ରାଉଣ୍ଡରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ହାଇଦ୍ରାବାଦ। ସୁପର କିଙ୍ଗସ୍ ପକ୍ଷରୁ ଋତୁରାଜ ଗାଏକ୍ୱାଡ ଏବଂ ରଚିନ ରବିନ୍ଦ୍ର ପାଳି ଆରମ୍ଭ କରିଥିଲେ। ହେଲେ ଆରମ୍ଭରୁ ଘାତକ ବୋଲିଂ କରିଥିଲେ ରାଇଜର୍ସ ବୋଲର୍ । ମାତ୍ର ୧୨ ରନ୍ କରିଥିବା ବେଳେ ଓପନର ରଚିନଙ୍କୁ ପାଭିଲିଅନ ରାସ୍ତା ଦେଖାଇଥିଲେ ଭୁବନେଶ୍ୱର କୁମାର। 

ତାଙ୍କ ପରେ ଗାଏକ୍ୱାଡଙ୍କ ସାଥ୍ ଦେଇଥିଲେ ଅଜିଙ୍କ୍ୟ ରାହାଣେ। ଉଭୟ ଜଗି ରଖି ପାଳିକୁ ଆଗେଇ ନେଇ ଚାଲିଥିଲେ। ହେଲେ ହାଇଦ୍ରାବାଦ ଚତୁରତାର ସହ ବୋଲିଂ କରି ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଦଳୀୟ ସ୍କୋର୍ ୫୪ ହୋଇଥିବା ବେଳେ ୨୬(୨୧) ରନ୍ କରି ଆଉଟ୍ ହୋଇଥିଲେ ଋତୁରାଜ।

Advertisment

ଏହାପରେ ଶିବମ ଦୁବେ ଚିରାଚରିତ ଢଙ୍ଗରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ରାହାଣେ ମଧ୍ୟ ତାଙ୍କ ସାଥ୍ ଦେଇଥିଲେ। ଉଭୟଙ୍କ ଭାଗିଦାରୀରେ ୧୩.୪ ଓଭର ବେଳକୁ ଦଳୀୟ ସ୍କୋର୍ ୧୧୯ରେ ପହଞ୍ଚିଥିଲା। ଶିବମଙ୍କ ଚୌକା-ଛକା ବର୍ଷା ଦେଖି ଲାଗୁଥିଲା ଚେନ୍ନାଇ ବିଶାଳ ସ୍କୋରର ଟାର୍ଗେଟ ଦେବ। ହେଲେ ଏକ ଖରାପ ଶର୍ଟ ଖେଳି ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ ଦୁବେ। ସେ ୪୫(୨୪) ରନ୍ କରି ଆଉଟ୍ ହୋଇଥିଲେ। 

ଏହାପରେ ଧିମେଇ ଯାଇଥିଲା ରନ୍ ରେଟ୍। ଶିବମଙ୍କ ପରେ ପରେ ରାହାଣେ ୩୫(୩୦), ଡାରେଲ ମିଚେଲ ୧୩(୧୧) ରନ୍ କରି ଆଉଟ୍ ହୋଇଥିଲେ।ଅପରାଜିତ ଥିବା ରବିନ୍ଦ୍ର ଜାଡେଜା ୩୧(୨୩) ଏବଂ ଏମଏସ ଧୋନି ୨ଟି ବଲ୍ ଖେଳି ଗୋଟିଏ ରନ୍ ସଂଗ୍ରହ ରହିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ।

ଟାର୍ଗେଟକୁ ପିଛା କରି ରାଇଜର୍ସ ଟିମ୍ ସହଜ ବିଜୟ ହାସଲ କରିନେଇଛି। ଦଳ ପକ୍ଷରୁ ଏଡେନ ମାକ୍ରମ ସର୍ବାଧିକ ୫୦(୩୬) ରନ୍ କରିଥିଲେ। ହେଲେ ବିସ୍ଫୋରକ ବ୍ୟାଟିଂ କରିଥିବା ଅଭିଷୋକ ଶର୍ମାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସେ ୧୨ ବଲରେ ୩୭ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ ହେଡ୍ ୩୧(୨୪), ଶେହବାଜ ଅହମଦ ୧୮(୧୯) କରି ଆଉଟ୍ ହୋଇଥିବା ବେଳେ ହେନରିଚ କ୍ଲାସେନ ୧୦(୧୧), ନିତିଶ ରଡ୍ଡି ୧୪(୮) ରନ୍ କରି ଅପରାଜିତ ରହିଥିଲେ। 

IPL IPL 2024 CSK Vs SRH
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe