ମାର୍ଚ୍ଚରୁ ଆରମ୍ଭ ହେବ IPL ଫାଇଟ୍ !

ଆଇପିଏଲ ଟୁର୍ନାମେଣ୍ଟ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ୨୬ ମେ' ପର୍ଯ୍ୟନ୍ତ ଖେଳାଯିବ ବୋଲି ଆଶା କରାଯାଉଛି।

ଆଇପିଏଲ ଟ୍ରଫି

  • Published: Monday, 22 January 2024
  • , Updated: 22 January 2024, 02:09 PM IST

ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଫଟାଫଟ୍ କ୍ରିକେଟ ଆଇପିଏଲ୍ ସମର୍। ୧୭ତମ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାର ସମ୍ଭାବନା ରହିଛି।ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଟୁର୍ନାମେଣ୍ଟ ତାରିଖ ସ୍ପଷ୍ଟ ହୋଇଯିବ।

କ୍ରିକବୁଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ ଟୁର୍ନାମେଣ୍ଟ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ୨୬ ମେ' ପର୍ଯ୍ୟନ୍ତ ଖେଳାଯିବ ବୋଲି ଆଶା କରାଯାଉଛି, କିନ୍ତୁ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ସ୍ପଷ୍ଟ ହେବ। ୱେମନ୍ ପ୍ରିମିୟର ଲିଗ୍ (WPL) ଅନୁଷ୍ଠିତ ହେବା ପରେ IPL ଖେଳାଯିବାର ସମ୍ଭାବନା ରହିଛି। WPL ଫେବୃଆରୀ ୨୨ରୁ ମାର୍ଚ୍ଚ ୧୭ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। WPLକୁ ଲକ୍ଷ୍ୟରେ ରଖି IPL ପାଇଁ ତାରିଖ ନିର୍ଦ୍ଧାରିତ ହେବ।

ନିର୍ବାଚନ ମଧ୍ୟରେ ବିସିସିଆଇ ଭାରତରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଏପରି ହେଲେ ଲୋକସଭା ନିର୍ବାଚନ ବର୍ଷରେ ଚତୁର୍ଥ ଥର ପାଇଁ ଆଇପିଏଲ ଟୁର୍ନାମେଣ୍ଟ ଖେଳାଯିବ। ପୂର୍ବରୁ ତିନିଥର- ୨୦୦୯, ୨୦୧୪ ଏବଂ ୨୦୧୯ରେ ଖେଳା ଯାଇଥିଲା। ୨୦୦୯ ଏବଂ ୨୦୧୪ରେ ଟୁର୍ନାମେଣ୍ଟ ବିଦେଶରେ ଆୟୋଜିତ ହୋଇଥିଲା। କିନ୍ତୁ ୨୦୧୯ରେ ସାଧାରଣ ନିର୍ବାଚନ ସତ୍ତ୍ୱେ ଭାରତରେ ହିଁ ଆଇପିଏଲ ଖେଳାଯାଇଥିଲା। ତେଣୁ ଚଳିତ ବର୍ଷ ମଧ୍ୟ ଭାରତରେ ଆଇପିଏଲ ଅନୁଷ୍ଠିତ ହେବ।

୨୦୨୪, ଟି-୨୦ ବିଶ୍ୱକପ ପାଇଁ ଆଇପିଏଲ ଫାଇନାଲ ରିହର୍ସଲ ହେବ। କାରଣ ଆଇପିଏଲ ସରୁ ସରୁ ଆରମ୍ଭ ହୋଇଯିବ ଟି-୨୦ ବିଶ୍ୱକପ୍। ଯଦି ମେ ୨୬ରେ ଆଇପିଏଲ ଶେଷ ହୁଏ, ତେବେ ଏହାର ମାତ୍ର ୬ ଦିନ ପରେ ଟି-୨୦ ବିଶ୍ୱକପ୍ ଖେଳିବ ଭାରତ। ଜୁନ୍ ୧ରେ ବିଶ୍ୱ କପ୍ ମୈଦାନରେ ପ୍ରଥମେ ଆୟରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ।  

Related story