Advertisment

ଚେନ୍ନାଇ ବିପକ୍ଷରେ ୮ ୱିକେଟରେ ଜିତିଲା ଲକ୍ଷ୍ନୌ

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ ସୁପର କିଙ୍ଗସ...

Quinton de Kock & K.L Rahul

Quinton de Kock & K.L Rahul

Advertisment

ଚଳିତ ଆଇପିଏଲ ସିଜିନର ୩୪ତମ ଲିଗ୍ ମ୍ୟାଚରେ ସହଜ ବିଜୟ ହାସଲ କରିନେଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ। ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ୮ ୱିକେଟରେ ପରାସ୍ତ କରିଛି ଲକ୍ଷ୍ନୌ। ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ କ୍ୟାପ୍ଟେନ କେ.ଏଲ ରାହୁଲ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

ଲକ୍ଷ୍ନୌରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ ସୁପର କିଙ୍ଗସ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି ଓ ମୋଇନ ଅଲ୍ଲିଙ୍କ ଅବଦାନ ବଳରେ ଦଳ ବଡ଼ ସ୍କୋର୍ କରିବାରେ ସଫଳ ହୋଇଥିଲା। ଜାଡେଜା ୪୦ ବଲରେ ୫୭ ରନ୍ କରିଥିବା ବେଳେ ଧୋନୀ ୯ ବଲରେ ୨୮ ଏବଂ ଅଲ୍ଲି ୩୦(୨୦) ରନ୍ କରିଥିଲେ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୩୬(୨୪), ଋତୁରାଜ ଗାଏକ୍ୱାଡ ୧୭(୧୩), ଶିବମ ଦୁବେ ୩(୮), ସମୀର ରିଜଭି ୧(୫) ରନ୍ କରିଥିଲେ। 

Advertisment

୧୭୭ ରନର ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସହଜରେ ବିଜୟ ହାସଲ କରିନେଇଛି। ପ୍ରାରମ୍ଭରୁ ଦୁଇ ଓପନର କ୍ୱିଣ୍ଟନ ଡିକକ୍ ଏବଂ କେଏଲ ରାହୁଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ୧୩୪ ରନର ଭାଗିଦାରୀ ଯୋଡିଥିଲେ। ଏହି ସମୟରେ ଡିକକ ୫୪(୪୩) ରନ୍ କରି ଆଉଟ୍ ହୋଇ ଯାଇଥିଲେ। 

ଡିକକ୍ ପାଭିଲିଅନ ଫେରିଥିଲେ ମଧ୍ୟ ଦଳ ଉପରେ ବିଶେଷ ପ୍ରଭାବ ପଡିନଥିଲା। କେ.ଏଲ ରାହୁଲ ବଡ଼ ବଡ଼ ଶର୍ଟ୍ସ ଖେଳି ରନ୍ ଯୋଡି ଚାଲିଥିଲେ। ୧୭.୧ ଓଭର ବେଳକୁ ରାହୁଲ ୮୨(୫୩) ରନ୍ କରି ଆଉଟ୍ ହୋଇଥିଲେ, ଏହି ସମୟରେ ଦଳକୁ  ୨୬ ରନ୍ ଆବଶ୍ୟକ ଥିଲା। ନିକୋଲ୍ସ ପୁରାନ ଓ ମାର୍କସ ଷ୍ଟୋନିସ୍ ଲକ୍ଷ୍ୟ ହାସଲ କରି ନେଇଥିଲେ। 

IPL 2024 LSG Vs CSK Lucknow Super Giants Chennai Super Kings
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe