Advertisment

IPL 2025: ଜାଣନ୍ତୁ, କେଉଁ ଦିନ କିଏ କାହା ସହିତ ଖେଳିବେ

ପୂରା ଦୁଇ ମାସ ଧରି ଚାଲିବ ଅଷ୍ଟାଦଶ ଆଇପିଏଲ୍‌।

author-image
Jitendra Garnayak
ଅଦ୍ୟତନ ହୋଇଛି
IPL

IPL

ଆଇପିଏଲ୍ ୨୦୨୫ ପାଇଁ ରବିବାର ଘୋଷଣା ହୋଇଛି ତାରିଖ। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ। କୋଲକାତାରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍‌। ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ମେ’ ୨୫ ତାରିଖରେ ଖେଳାଯିବା ଫାଇନାଲ ମ୍ୟାଚ୍‌। କୋଲକାତାରେ ହେବ ଏହି ମ୍ୟାଚ୍‌।

Advertisment

ଆଇପିଏଲ ୨୦୨୫ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସାରା ଦେଶରେ ୧୩ଟି ସ୍ଥାନରେ ଏହି ସବୁ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ବିସିସିଆଇ ଘୋଷଣା କରିଛି। ଏହି ୧୩ଟି ସ୍ଥାନ ମଧ୍ୟରେ ବିଶାଖାପଟନମ୍‌, ଗୌହାଟୀ ଓ ଧର୍ମଶାଳା ମଧ୍ୟ ରହିଛନ୍ତି। ହେଭିୱେଟ ଦଳ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଦିନ ଅର୍ଥାତ୍ ମାର୍ଚ୍ଚ ୨୩ରେ ଚେନ୍ନାଇରେ ମୁହାଁମୁହିଁ ହେବେ। ସେହିଭଳି ଗତବର୍ଷର ଫାଇନାଲିଷ୍ଟସ ସନ୍‌ରଇଜର୍ସ ହାଇଦ୍ରାବାଦ ଏହାର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୩ରେ ହାଇଦ୍ରାବାଦରେ ରାଜସ୍ଥାନ ରୋୟାଲ୍‌ସ ବିପକ୍ଷରେ ଖେଳିବ।

ମେ’ ୧୮ ତାରିଖ ପର୍ଯ୍ୟନ୍ତ ଲିଗ୍‌ ପର୍ଯ୍ୟାୟ ଖେଳ ହେବ। ଲିଗ୍ ପର୍ଯ୍ୟାୟର ଅଧିକାଂଶ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହେବ। ତେବେ କିଛି ମ୍ୟାଚ୍ ଅପରାହ୍ନ ସାଢ଼େ ୩ଟାରୁ ଖେଳା ଯିବ। ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ମେ’ ୨୦ ତାରିଖରେ ସନ୍ଧ୍ୟା ସାଢ଼େ ୭ଟାରେ ହାଇଦ୍ରାବାଦରେ ଖେଳାଯିବ। ସେହିପରି ଏଲିମିନେଟର ମ୍ୟାଚ୍‌ ମେ’ ୨୧ ତାରିଖରେ ହାଇଦ୍ରାବାଦରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ମେ’ ୨୩ ତାରିଖରେ କୋଲାକାତାରେ ସନ୍ଧ୍ୟା ସାଢ଼େ ୭ଟା ବେଳେ ଖେଳା ଯିବ। ଶେଷରେ ମେ’ ୨୫ ତାରିଖରେ କୋଲକାତାରେ ଫାଇନାଲ ମ୍ୟାଚ୍ ଖେଳାଯିବ।

Advertisment

ଆଇପିଏଲ୍‌ ୨୦୨୫ର ପୂରା କାର୍ଯ୍ୟସୂଚୀ ଜାଣିବା ପାଇଁ ଏଠାରେ  କ୍ଲିକ୍‌ କରିପାରିବେ।

IPL 2025