Advertisment

IPL 2026: ୨୦୨୬ ଆଇପିଏଲ ଅକ୍ସନ: କମବ୍ୟାକ କଲେ ଏହି ସୁପରଷ୍ଟାର, ୧୦୦୫ ଖେଳାଳିଙ୍କୁ ବାଦ ଦେଲା ବିସିସିଆଇ

ଜଣେ ଦକ୍ଷିଣ ଆଫ୍ରିକୀୟ ୱିକେଟ କିପର ବ୍ୟାଟରଙ୍କ ସମେତ କିଛି ହାତ ଗଣତି ଖେଳାଳିଙ୍କ ନାଁ ଏହି ୩୫୦ ଜଣିଆ ତାଲିକାରେ ରହିଛି। ଅକ୍ସନ ପାଇଁ ପଞ୍ଜୀକରଣ କରି ନ ଥିଲେ ହେଁ ଆଲୋଚନା ମାଧ୍ୟମରେ ୩୫ ଜଣ ଖେଳାଳିଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ଯୋଡ଼ା ଯାଇଛି।

author-image
Hemant Lenka
IPL

ଆଇପିଏଲ

ଡିସେମ୍ବର ୧୬ରେ ୨୦୨୬ ଆଇପିଏଲ ପାଇଁ ହେବ ଅକ୍ସନ। ଆଇପିଏଲର ମିନି ଅକ୍ସନ ପାଇଁ ହଜାର ହଜାର ଖେଳାଳି ନିଜ ନାଁ ପଞ୍ଜୀକରଣ କରିଥିଲେ। କିନ୍ତୁ ଅକ୍ସନରେ କେବଳ ୩୫୦ ଜଣ ଖେଳାଳି ସାମିଲ ହେବେ। ଲମ୍ବା ପଞ୍ଜିକରଣ ତାଲିକାରୁ ବିସିସିଆଇ ୧୦୦୫ ଜଣ ଖେଳାଳିଙ୍କୁ ହଟାଇ ଦେଇଛି।

Advertisment

ଜଣେ ଦକ୍ଷିଣ ଆଫ୍ରିକୀୟ ୱିକେଟ କିପର ବ୍ୟାଟରଙ୍କ ସମେତ କିଛି ହାତ ଗଣତି ଖେଳାଳିଙ୍କ ନାଁ ଏହି ୩୫୦ ଜଣିଆ ତାଲିକାରେ ରହିଛି। ଅକ୍ସନ ପାଇଁ ପଞ୍ଜୀକରଣ କରି ନ ଥିଲେ ହେଁ ଆଲୋଚନା ମାଧ୍ୟମରେ ୩୫ ଜଣ ଖେଳାଳିଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ଯୋଡ଼ା ଯାଇଛି।

କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ ଅକ୍ସନକୁ କମବ୍ୟାକ କରିଛନ୍ତି। ବାସ୍ତବରେ ସେ ଅକ୍ସନ ପାଇଁ ପଞ୍ଜୀକରଣ କରି ନଥିଲେ। ହେଲେ ଗୋଟିଏ ପ୍ରାଞ୍ଚାଇଜ ତାଙ୍କୁ ନାଁ ଦେବାକୁ ଅନୁରୋଧ କରିଥିଲା। ନିକଟରେ ନିଜର ଅବସର ନିଷ୍ପତ୍ତି ବଦଳାଇ ପୁଣି ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ କରିଥିବା ଡି’କକ ଭାରତ ବିପକ୍ଷ ଶେଷ ଦିନିକିଆରେ ଶତକ ହାସଲ କରିଥିଲେ।

Advertisment

ଏହାପରେ ହିଁ ଗୋଟିଏ ପ୍ରାଞ୍ଚାଇଜ ପକ୍ଷରୁ ତାଙ୍କୁ ଅକ୍ସନରେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା। ଏଥିରେ ମଧ୍ୟ ଡି’କକ ରାଜି ହେବାରୁ ତାଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଇଛି। 

ଡି’କକ ୧ କୋଟି ବେସ୍‌ ପ୍ରାଇସରେ ରହିଛନ୍ତି। ପୂର୍ବ ବର୍ଷ ଅନୁଷ୍ଠିତ ମେଗା ଅକ୍ସନ ବେଳେ ତାଙ୍କୁ କୋଲକାତା ନାଇଟ ରାଡର୍ସ ବେସ ପ୍ରାଇସ ୨ କୋଟି ଟଙ୍କାରେ କିଣିଥିଲା। ଏଥର କିନ୍ତୁ ତାଙ୍କ ବେସ୍‌ ପ୍ରାଇସ ୫୦% ହ୍ରାସ ପାଇଛି। 

ରୋଷ୍ଟରରେ ସାମିଲ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ଶ୍ରୀଲଙ୍କାର ତରବୀନ ମାଥ୍ୟୁ, ବିନୁରା ଫର୍ଣ୍ଣାଣ୍ଡୋ, କୁଶଲ ପେରେରା ଓ ଦୁନିଥ ୱେଲାଲାଗେ। ଆଫଗାନିସ୍ତାନର ଆରବ ଗୁଲ ଓ ୱେଷ୍ଟଇଣ୍ଡିଜର ଅକୀମ ଅଗୁଷ୍ଟେ ପ୍ରଥମ ଥର ପାଇଁ ଅକ୍ସନରେ ସାମିଲ ହେବାକୁ ଯାଉଛନ୍ତି। ବିଷ୍ଣୁ ସୋଲାଙ୍କି, ପରୀକ୍ଷିତ ଭାଲସାଙ୍ଗକର, ସାଦେକ ହୁସେନ, ଇଜାଜ ସାୱରିୟା ଓ ୨୦ ଅନ୍ୟ ଜଣ ଖେଳାଳିଙ୍କୁ ମଧ୍ୟ ଅକ୍ସନରେ ସାମିଲ ହେବାକୁ ସୁଯୋଗ ମିଳିଛି। 

ସୋମବାର ରାତିରେ ବିସିସିଆଇ ପକ୍ଷରୁ ବିଭିନ୍ନ ପ୍ରାଞ୍ଚାଇଜକୁ ପଠାଯାଇଥିବା ଇ-ମେଲରେ କୁହାଯାଇଛି ଅକ୍ସନ(IPL Auction)ରେ ମୋଟ ୩୫୦ ଜଣ ଖେଳାଳି ସାମିଲ ହେବେ। ୟୁଏଇ ସମୟ ଦିନ ଗୋଟାଏ ଓ ଭାରତୀୟ ସମୟ ଦିନ ୨.୩୦ରେ ଅବୁଧାବିରେ ଅକ୍ସନ ଅନୁଷ୍ଠିତ ହେବ।

ବ୍ୟାଟର୍ସ, ଅଲରାଉଣ୍ଡର୍ସ, ୱିକେଟ କିପର/ବ୍ୟାଟର୍ସ, ଦ୍ରୁତ ବୋଲର୍ସ ଓ ସ୍ପିନ ବୋଲର୍ସଙ୍କ ଅକ୍ସନ ପ୍ରଥମେ ହେବ। ପ୍ରଥମେ ଅକ୍ସନକୁ ଆସିବେ କ୍ୟାପଡ ଖେଳାଳି। ଏପହାରେ ଅନ କ୍ୟାପଡ ଖେଳାଳିଙ୍କ ନିଲାମ ଡକାଯିବ। 

IPL IPL Auction