IPL ଇତିହାସରେ ସବୁଠୁ ଦାମୀ ଖେଳାଳି ପାଲଟିଲେ ପାଟ କମିନ୍ସ

ଆଇପିଏଲ ମିନି ଅକ୍ସନରେ ପୂର୍ବର ସବୁ ରେକର୍ଡ ଭାଙ୍ଗି ଅଷ୍ଟ୍ରେଲିଆର ପାଟ କମିନ୍ସ ବନିଛନ୍ତି ସବୁଠୁ ଦାମି ଖେଳାଳି।

ପାଟ କମ୍ମିନ୍ସ

  • Published: Tuesday, 19 December 2023
  • , Updated: 19 December 2023, 03:57 PM IST

ସତ ହେଲା ଭାରତୀୟ ସ୍ପିରନ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭବିଷ୍ୟବାଣୀ। ଆଇପିଏଲ ମିନି ଅକ୍ସନର ପୂର୍ବ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆର ପାଟ କମିନ୍ସ। ସବୁଠୁ ଦାମି ଖେଳାଳି ଭାବେ କମ୍ମିନ୍ସ ୨୦ କୋଟିରୁ ଊଦ୍ଧ୍ୱରେ ବିକ୍ରି ହୋଇଛନ୍ତି। କମିନ୍ସଙ୍କୁ ସନ୍ ରାଇଜର୍ସ ହାଇଦ୍ରାବାଦ(SRH) ୨୦ କୋଟି ୫୦ ଲକ୍ଷରେ କିଣିନେଇଛି। 

ଆଜି ଦୁବାଇର କୋକାକୋଲା ଏରେନାରେ ଆଇପିଏଲର ମିନି ଅକ୍ସନ ଚାଲିଛି। ବିସିସିଆଇ ପକ୍ଷରୁ ସର୍ଟ ଲିଷ୍ଟେଡ୍ ହୋଇଥିବା ଖେଳାଳିଙ୍କ ନିଲାମୀ ଚାଲିଛି। ନିଲାମୀ ପ୍ରକ୍ରିୟାରେ ପ୍ରଥମେ ରୋଭମାନ ପାୱେଲ ବିକ୍ରି ହୋଇଥିଲେ। ତାଙ୍କୁ ରାଜସ୍ଥାନ ରୟାଲ୍ସ ୭.୪୦ କୋଟିରେ କିଣି ନେଇଥିଲା। ସେହିପରି ବିଶ୍ୱକପ୍ ଫାଇନାଲ୍ ହିରୋ ଟ୍ରାଭିସ୍ ହେଡଙ୍କୁ ୬.୮୦ କୋଟି ଟଙ୍କାରେ ଏବଂ ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି।

ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ କ୍ୟାପ୍ଟେନ କମିନ୍ସ ସବୁଠୁ ଅଧିକ ଦରରେ ବିକ୍ରି ହୋଇଛନ୍ତି। ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଥିବାବେଳେ ଏତେ ମୂଲ୍ୟରେ ବିକ୍ରି ହେବା ସମସ୍ତଙ୍କୁ ଚକିତ କରି ଦେଇଛି। କମିନ୍ସ ଏଥର ପୂର୍ବର ୧୪ କୋଟି ରେକର୍ଡ ଭାଙ୍ଗିବେ ବୋଲି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭବିଷ୍ୟବାଣୀ କରିଥିଲେ।

ସେ କହିଥିଲେ, ଅଷ୍ଟ୍ରେଲିଆର ଦୁଇ ପେସର ପାଟ କମ୍ମିନ୍ସ ଏବଂ ମିଚେଲ୍ ଷ୍ଟାର୍କ ୧୪ କୋଟିରୁ ଅଧିକ ଟଙ୍କାରେ ନିଲାମ ହେବେ।

Related story