Advertisment

IPL 2026: ଚିନାସ୍ୱାମୀଙ୍କୁ ଫେରିଲା ଆଇପିଏଲ: ୫ ମ୍ୟାଚ ସହ ଖେଳାଯିବ ଫ୍ଲେ ଅଫ ଓ ଫାଇନାଲ

୨୦୨୫ ଆଇପିଏଲ ଟ୍ରଫି ଆରିସିବି ଜିତିଥିଲା। ଏହାପରେ ଦଳ ନିଜ ହୋମଗ୍ରାଉଣ୍ଡ ଚିନାସ୍ୱାମୀରେ ବିଜୟ ଶୋଭାଯାତ୍ରା କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଶୋଭାଯାତ୍ରା ବେଳେ ଭୟଙ୍କର ଦଳା ଚକଟା ହୋଇଥିଲା। ଏଥିଯୋଗୁ ୧୧ ଜଣଙ୍କ ଜୀବନ ଯାଇଥିଲା।

Chinaswamy

ଚିନାସ୍ୱାମୀ ଷ୍ଟାଡିୟମ

Advertisment

ବେଙ୍ଗାଲୁରୁର ପ୍ରସିଦ୍ଧ ଏମ ଚିନାସ୍ୱାମୀ ଷ୍ଟାଡିୟମକୁ ଫେରିବ କ୍ରିକେଟ। ଆଇପିଏଲ ୨୦୨୬(IPL 2026)ରେ ଏହି ଐତିହାସିକ ଷ୍ଟାଡିୟମ ଏକାଧିକ ହାଇପ୍ରୋଫାଲ ମ୍ୟାଚ୍‌ ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ଖବର କର୍ଣ୍ଣାଟକାର କ୍ରିକେଟ ଫ୍ୟାନ୍ସଙ୍କୁ ବେଶ ଉତ୍ସାହିତ କରିଛି। ବିଶେଷ କରି ୨୦୨୬ ଆଇପିଏଲର ପ୍ଲେଫ ଅଫ ଓ ଫାଇନାଲ ମ୍ୟାଚ୍‌ ମଧ୍ୟ ଏଠାରେ ଖେଳାଯିବା ଖବର ସମସ୍ତଙ୍କୁ ଆନନ୍ଦିତ କରିଛି। 

Advertisment

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଚିନାସ୍ୱାମୀଙ୍କୁ ନିଜ ହୋମଗ୍ରାଉଣ୍ଡ ଭାବେ ବ୍ୟବହାର କରିବ। ଦଳ ଏଠାରେ ନିଜର ୫ଟି ଲିଗ ମ୍ୟାଚ୍‌ ଖେଳିବ। ଆରସିବି ୨୦୨୫ରେ ଚାମ୍ପିୟନ ହୋଇଥିବା ବେଳେ ଏଥିର ପୁଣି ଟ୍ରଫି ବଜାୟୀ ରଖିବାକୁ ଚେଷ୍ଟା କରିବ। ତେଣୁ ଏହି ପ୍ରୟାସରେ ଚିନାସ୍ୱାମୀ ହୋମ ଟିମର ଗଡ଼ ଭାବେ ଉଭା ହେବ ବୋଲି ସମସ୍ତେ ଆଶା କରିଛନ୍ତି। 

୨୦୨୫ ଆଇପିଏଲ ଟ୍ରଫି ଆରିସିବି ଜିତିଥିଲା। ଏହାପରେ ଦଳ ନିଜ ହୋମଗ୍ରାଉଣ୍ଡ ଚିନାସ୍ୱାମୀରେ ବିଜୟ ଶୋଭାଯାତ୍ରା କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଶୋଭାଯାତ୍ରା ବେଳେ ଭୟଙ୍କର ଦଳା ଚକଟା ହୋଇଥିଲା। ଏଥିଯୋଗୁ ୧୧ ଜଣଙ୍କ ଜୀବନ ଯାଇଥିଲା। ସେବେଠାରୁ ଚିନାସ୍ୱାମୀ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବାରୁ ବଞ୍ଚିତ ହୋଇଥିଲା। 

Advertisment

ନିକଟରେ କର୍ଣ୍ଣାଟକା ସରକାର ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏହାପରେ ଏଠାରେ ଆଇପିଏଲ ମ୍ୟାଚ୍‌ ଆରମ୍ଭ କରିବାକୁ କ୍ୟାବିନେଟ ଜରିଆରେ ଅନୁମତି ଦେଇଥିଲେ। ଏହାପୂର୍ବରୁ ଏମ ଚିନାସ୍ୱାମୀରେ ରଣଜୀ ଟ୍ରଫି ଫାଇନାଲ କର୍ଣ୍ଣାଟକା ଓ ଜମ୍ମୁ-କଶ୍ମୀର ମଧ୍ୟରେ ଖେଳାଯିବାର ଥିଲା। କିନ୍ତୁ ମ୍ୟାଚକୁ ହୁବାଲୀକୁ ସ୍ଥାନାନ୍ତର କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିଲା। 

ଏବେ କିନ୍ତୁ ଚିନାସ୍ୱାମୀଙ୍କୁ କ୍ରିକେଟ ଫେରିବାକୁ ଯାଉଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନିଷ୍ପତ୍ତି ପରେ ଚିନାସ୍ୱାମୀକୁ ମିଳିଛି ଆଇପିଏଲ ଆୟୋଜନର ଅଧିକାର। 
ଆରସିବି ୨୦୨୬ ଆଇପିଏଲର ୫ଟି ମ୍ୟାଚ୍‌ ଚିନାସ୍ୱାମୀ ଖେଳିବାକୁ ଥିବା ବେଳେ ୨ଟି ହୋମ ମ୍ୟାଚ୍‌ ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳିବ। 

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe