Advertisment

ନାଇଟ୍‌ ରାଇଡର୍ସ ଆଗରେ ୨୩୬ ରନ୍‌ର ଟାର୍ଗେଟ, ଆଜିଙ୍କ୍ୟ ରାହାଣେ ଓ ଶିଭମ ଦୁବେଙ୍କ ବ୍ୟାଟରୁ ରନ୍ ବର୍ଷା

ଚେନ୍ନାଇ ସୁପର କିଙ୍ଗ୍‌ସ ୪ଟି ୱିକେଟ୍‌ ହରାଇ ୨୩୫ ରନ୍‌ କରିଛି।

ଅଦ୍ୟତନ ହୋଇଛି
Shivam Dube

Shivam Dube

Advertisment

କୋଲକାତା: ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ଦେଖି ଦର୍ଶକ ଖୁସ୍। କୋଲକାତାର ଇଡେନ୍‌ ଗାର୍ଡେନରେ ଚାଲିଥିବା ଏହି ମ୍ୟାଚ୍‌ରେ କୋଲକାତା ଟିମ୍‌ ଟସ୍‌ ଜିଣି ପ୍ରଥେମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଓହ୍ଲାଇଥିବା ଚେନ୍ନାଇ ୪ଟି ୱିକେଟ୍‌ ହରାଇ ୨୩୫ ରନ୍‌ କରିଛି। ତେଣୁ କୋଲକାତା ଆଗରେ ବିଶାଳ ୨୩୬ ରନ୍‌ର ଟାର୍ଗେଟ ଠିଆ ହୋଇଛି। ଆଜିଙ୍କ୍ୟ ରାହାଣେ ଓ ଶିଭମ ଦୁବେଙ୍କ ବ୍ୟାଟରୁ ରନ୍ ବର୍ଷା ଦେଖିବାକୁ ମିଳିଥିଲା।

Advertisment

ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟର ଋତୁରାଜ ଗାୟକୱାଡ ଓ ଡ୍ୱେନ୍‌ କନୱେଙ୍କ ଭିତରେ ୭୩ ରନ୍‌ର ଭାଗିଦାରୀ ହୋଇପାରିଥିଲା। ଋତୁରାଜ ୨୦ଟି ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୩୫ ରନ୍‌ କରିଥିଲେ। ସେହିପରି ଆଜିଙ୍କ୍ୟ ରାହାଣେ ୨୯ଟି ବଲ୍‌ ଖେଳି ୬ଟି ଚୌକା ଓ ୫ଟି ଛକା ବଳରେ ଅପରାଜିତ ୭୧ ରନ୍‌ କରିଥିଲେ। କନ୍‌ୱେ ଓ ଆଜିଙ୍କ୍ୟ ରାହାଣେଙ୍କ ଭିତରେ ୩୬ ରନ୍‌ର ଭାଗିଦାରୀ ହୋଇଥିଲା। କନ୍‌ୱେ ବ୍ୟକ୍ତିଗତ ଭାବେ ୫୬ ରନ୍‌(୪୦ ବଲ୍‌, ୪ଟି ଚୌକା, ୩ଟି ଛକା) କରିଥିଲେ।‌ ସେହିପରି ରାହାଣେ ଓ ଶିଭମ ଦୁବେଙ୍କ ସହିତ ୮୫ ରନ୍‌ର ଭାଗିଦାରୀ ହୋଇଥିଲା। ଶିଭମ ଦୁବେ ୨୧ଟି ବଲ୍‌ ଖେଳି ୫୦ ରନ୍(୨ଟି ଚୌକା ଓ ୫ଟି ଛକା) କରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୧୮ ରନ୍‌ କରିଥିଲେ।

ଅଧିନାୟକ ମହେନ୍ଦ୍ର ସିଂହ ‌ଧୋନୀ ଶେଷରେ ବ୍ୟାଟିଂ କରିବାକୁ ଆସି ୩ଟି ବଲ୍‌ ଖେଳି ମାତ୍ର ୨ ରନ୍‌ କରିପାରିଥିଲେ।

Advertisment

କୋଲକତା ପକ୍ଷରୁ କୁଲୱନ୍ତ ଖେଜରୋଲିୟା ୨ଟି, ବରୁଣ ଚକ୍ରବର୍ତ୍ତି ଓ ସୂର୍ଯ୍ୟ ଶର୍ମା ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ।

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe