Advertisment

ଗୁଜୁରାଟ ଟାଇଟନ୍ସ ଠାରୁ ବିଜୟ ଛଡ଼ାଇ ଆଣିଲେ ରିଙ୍କୁ ସିଂ, ଶେଷ ଓଭରରେ ମାରିଲେ ୫ ଛକା

ଶେଷ ଓଭରରେ ୫ଟି ଛକା ମାରି ଦଳକୁ ବିଜୟ ଦେଇଥିଲେ ରିଙ୍କୁ ସିଂହ।

author-image
Niranjan Mishra
ଅଦ୍ୟତନ ହୋଇଛି
Rinku Singh and team

Rinku Singh and team

ଅହମ୍ମଦାବାଦ : ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶେଷ ଓଭରରେ ୫ଟି ଛକା ମାରି ଦଳକୁ ବିଜୟ ଦେଇଥିଲେ ରିଙ୍କୁ ସିଂହ।

Advertisment

ଏହି ମ୍ୟାଚର ରୋମାଞ୍ଚ ଶେଷ ବଲ୍ ପର୍ଯ୍ୟନ୍ତ ଯାଇଥିଲା। ଶେଷ ଓଭରରେ କୋଲକାତା ୨୯ରନ ଆବଶ୍ୟକ କରୁଥିଲା। ଗୁଜରାଟ ମ୍ୟାଚ ଜିତିଯିବ ବୋଲି ସମ୍ଭାବନା ଥିଲା। କିନ୍ତୁ ରିଙ୍କୁ ସିଂଙ୍କ ବିସ୍ଫୋରକ ଇନିଂସ ସବୁକିଛି ଓଲଟପାଲଟ କରିଦେଲା। ସେ ୟସ୍ ଦୟାଲଙ୍କ ଶେଷ ଓଭରରେ ୫ଟି ଛକା ମାରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ। ସେ ୨୧ଟି ବଲରୁ ୪୮ରନ(୬ ଛକା, ଗୋଟିଏ ଚୌକା) କରିଥିଲେ। ସେହିପରି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଭେଙ୍କଟେଶ ଆୟର ୪୦ ବଲରେ ୮୩ରନ(୫ ଛକା, ୮ ଚୌକା) ଓ ନିତିଶ ରାଣା ୪୫ରନ(୩ ଛକା, ୪ ଚୌକା) କରିଥିଲେ।

ଗୁଜୁରାଟ ପକ୍ଷରୁ ରସିଦ୍ ଖାନ୍ ୩ଟି, ଅଲଜାରି ଯୋଶେଫ୍ ୨ଟି, ମହମ୍ମଦ ସାମୀ ଓ ଯୋଶ ଲିଟିଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Advertisment

ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୪ ଓ୍ୱିକେଟ ହରାଇ ୨୦୪ ରନ୍ କରିଥିଲା। ଦଳ ପକ୍ଷରୁ ଉତ୍ତ ଖେଳ ଦେଖାଇ ବିଜୟ ଶଙ୍କର ଅପରାଜିତ ୬୩ରନ(୫ ଛକା, ୪ ଚୌକା), ସାଇ ସୁଦର୍ଶନ ୫୩ରନ(୨ ଛକା, ୩ ଚୌକା), ଶୁଭମନ ଗିଲ ୩୯ ରନ(୫ ଚୌକା) କରିଥିଲେ।

ତେବେ ୨୦୫ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା କୋଲକାତା ନାଇଟ୍ ରାଇଡର୍ସ। ଏହି ଦଳ ୨୦ ଓଭରରେ ୭ ୱିକେଟ ହରାଇ ୨୦୭ ରନ୍ କରିଥିଲା।

କୋଲକାତା ପକ୍ଷରୁ ସୁନିଲ ନାରାୟଣ ୩ଟି ଓ ସୁୟାସ୍ ଶର୍ମା ଗୋଟିଏ ୱିକେଟ ନେଇଥିଲେ।

IPL