Advertisment

ଦିଲ୍ଲୀକୁ ୭ ୱିକେଟରେ ହରାଇ ପ୍ଲେ-ଅଫ୍ ନିକଟତର KKR

ପ୍ରଥମେ ବ୍ୟାଟିଂ କରି ୧୫୩ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ, ଯାହାକୁ ୧୬.୩ ଓଭରରେ ଜିତି ନେଇଛି ରାଇଡର୍ସ ଟିମ୍।

ଅଦ୍ୟତନ ହୋଇଛି
KKR Players

KKR Players

Advertisment

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସର ସହଜ ବିଜୟ। ପ୍ରଥମେ ବ୍ୟାଟିଂ କରି ୧୫୩ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ, ଯାହାକୁ ୧୬.୩ ଓଭରରେ ଜିତି ନେଇଛି ରାଇଡର୍ସ ଟିମ୍। ଏହି ବିଜୟ ସହ କୋଲକାତା ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ପ୍ଲେ-ଅଫର ନିକଟତର ହୋଇଛି।

Advertisment

ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ଏହି ମ୍ୟାଚରେ ଘରୋଇ କେକେଆରର ପଲ୍ଲା ଭାରି ରହିଥିଲା। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା କେକେଆର। ବୋଲରଙ୍କ ଘାତକ ବୋଲିଂ ବଳରେ ଦିଲ୍ଲୀକୁ ୧୫୩ ରନରେ ରୋକିବାକୁ ସକ୍ଷମ ହୋଇଥିଲା ଘରୋଇ ଟିମ୍।

ଏହାପରେ ବ୍ୟାଟରମାନେ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଫ୍ଲିପ୍ ସଲ୍ଟ ୩୩ ବଲରେ ୬୮ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୭ଟି ଚୌକା ଏବଂ ୫ଟି ଛକା ଥିଲା। ସେହିପରି ସୁନୀଲ ନାରିର ୧୫(୧0), ରିଙ୍କୁ ସିଂହ ୧୧(୧୧) ରନ୍ କରିଥିବା ବେଳେ ଶ୍ରେୟାସ ଆୟର ଓ ଭେଙ୍କଟେଶ ଆୟର ଅପରାଜତ ରହି ଦଳକୁ ବିଜୟ ଭେଟି ଦେଇଥିଲେ।

Advertisment

ଶ୍ରେୟାସ ଓ ଭେଙ୍କଟେଶ ଯଥାକ୍ରମେ ୩୩(୨୩) ଓ ୨୬(୨୩) ରନ୍ ସଂଗ୍ରହ କରିଥିଲେ। ସର୍ବାଧିକ ୩ ୱିକେଟ ନେବା ସହ ଘାତକ ବୋଲିଂ ପାଇଁ ବରୁଣ ଚକ୍ରବର୍ତ୍ତୀ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 

IPL IPL 2024 KKR Vs DC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe