Advertisment

ଆଇପିଏଲ୍ ମେଗା ଅକ୍ସନ୍ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୫ଶ ସଂସ୍କରଣ ପାଇଁ ବିସିସିଆଇ ମେଗା ଅକ୍ସନ୍ ଆୟୋଜନ କରିବ। ଏଥିପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଫେବୃଆରୀ ୭ ଓ ୮ ତାରିଖରେ ବେଙ୍ଗାଲୁରୁରେ ଆଇପିଏଲର ମେଗା ଅକ୍ସନ୍ ହେବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ତେବେ ଆନୁଷ୍ଠାନିକ ଭାବେ ବିସିସିଆଇ ତରଫରୁ ଅକ୍ସନ୍ ପାଇଁ ତାରିଖ ଘୋଷଣା କରାଯାଇନାହିଁ। ବୋର୍ଡର ଏହି ଅଧିକାରୀ ଜଣକ ନିଜ ନାଁ ଗୁପ୍ତ ରଖି […]

author-image
Ranjit Kumar Jena
ଆଇପିଏଲ୍ ମେଗା ଅକ୍ସନ୍ ପାଇଁ ତାରିଖ ଘୋଷଣା

IPL

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୫ଶ ସଂସ୍କରଣ ପାଇଁ ବିସିସିଆଇ ମେଗା ଅକ୍ସନ୍ ଆୟୋଜନ କରିବ। ଏଥିପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଫେବୃଆରୀ ୭ ଓ ୮ ତାରିଖରେ ବେଙ୍ଗାଲୁରୁରେ ଆଇପିଏଲର ମେଗା ଅକ୍ସନ୍ ହେବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ତେବେ ଆନୁଷ୍ଠାନିକ ଭାବେ ବିସିସିଆଇ ତରଫରୁ ଅକ୍ସନ୍ ପାଇଁ ତାରିଖ ଘୋଷଣା କରାଯାଇନାହିଁ।

Advertisment

ବୋର୍ଡର ଏହି ଅଧିକାରୀ ଜଣକ ନିଜ ନାଁ ଗୁପ୍ତ ରଖି କହିଛନ୍ତି, କରୋନା ମହାମାରୀ କାରଣରୁ ଖରାପ ସ୍ଥିତି ନଥିବାରୁ ଆଇପିଏଲର ମେଗା ଅକ୍ସନ ଭାରତରେ ହେବ। ଦୁଇଦିନ ଧରି ହେବାକୁଥିବା ନିଲାମ ଫେବୃଆରୀ ୭ ଓ ୮ ତାରିଖରେ ବେଙ୍ଗାଲୁରୁରେ ହେବ। ଏଥିପାଇଁ ବିସିସିଆଇ ଜୋରସୋରରେ ପ୍ରସ୍ତୁତି ଚଳାଇଛି।

ଏହା ପୂର୍ବରୁ ଖବର ମିଳିଥିଲା ଯେ ଆଇପିଏଲର ଅକ୍ସନ୍ ୟୁଏଇରେ ହେବ, କିନ୍ତୁ ବିସିସିଆଇର ଏମିତି କିଛି ଯୋଜନା ନାହିଁ। କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ବଢ଼ୁଥିବାରୁ ବିଦେଶ ଯାତ୍ରା ଉପରେ କଟକଣା ଲାଗିପାରେ, ଯେଉଁ କାରଣରୁ ଭାରତରେ ଏହାର ଆୟୋଜନ କରାଇବା ସହଜ ହେବ।

Advertisment

ଚଳିତ ବର୍ଷ ଆଇପିଏଲରେ ୧୦ ଟିମ୍ ଭାଗ ନେବେ। ପୂର୍ବ ସଂସ୍କରଣରେ ୮ ଟିମ୍ ଥିବା ବେଳେ ଏଥର ଦୁଇ ନୂଆ ଟିମ୍ ଭାବେ ଲକ୍ଷ୍ନୌ ଓ ଅହମ୍ମଦାବାଦ ସାମିଲ୍ ହୋଇଛନ୍ତି। ଦୁଇ ଟିମ୍ ପାଖରେ ଡ୍ରାଫ୍ଟରୁ ଚୟନ ହୋଇଥିବା ଖେଳାଳିଙ୍କ ନାଁ ଘୋଷଣା ପାଇଁ ଖ୍ରୀଷ୍ଟମାସ ଯାଏ ସମୟ ଦିଆଯାଇଛି। ବିସିସିଆଇ ସେମାନଙ୍କୁ ଅତିରିକ୍ତ ସମୟ ଦେଇପାରେ, କାରଣ ସିଭିସିକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ମିଳିନାହିଁ।

ଅଧିକାଂଶ ଟିମ୍ ମତରେ ପ୍ରତି ତିନି ବର୍ଷରେ ନିଲାମ ହେବା ଦ୍ୱାରା ଟିମ ସଂଯୋଜନ ବିଗିଡ଼ିଯାଏ। ଦିଲ୍ଲୀ କ୍ୟାପିଟାଲ୍ସର ସହମାଲିକ ପାର୍ଥ ଜିନ୍ଦର କହିଥିଲେ ଯେ ଟିମକୁ ଗଠନ କରିବା ପାଇଁ ଏତେ ପରିଶ୍ରମ ପରେ ଖେଳାଳିଙ୍କୁ ରିଲିଜ୍ କରିବା କଷ୍ଟକର ହୋଇଥାଏ। ଶ୍ରେୟସ ଆୟର, ଶିଖର ଧୱନ ଓ କାଗିସୋ ରବାଡାଙ୍କ ଭଳି ଖେଳାଳିଙ୍କୁ ହରାଇବା ଆମ ପାଇଁ କଷ୍ଟକର ନିଷ୍ପତ୍ତି ଥିଲା।