Advertisment

୫୯ରେ ରାଜସ୍ଥାନ ରୟାଲ୍ସ ସଫା, ୧୧୨ରନ୍‌ରେ ଜିତିଲା ଆରସିବି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଜି ଖେଳା ଯାଇଥିବା ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୧୧୨ ରନରେ ପରାସ୍ତ କରିଛି।

ଅଦ୍ୟତନ ହୋଇଛି
RCB

RCB

Advertisment

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଜି ଖେଳା ଯାଇଥିବା ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୧୧୨ ରନରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ୧୭୧ ରନ୍‌ କରିଥିଲା ରୋୟାଲ ଚାଲେଞ୍ଜର୍ସ। ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ ଟିମ୍‌ ୧୦.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୫୯ ରନ କରିପାରିଥିଲା।

Advertisment

ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର। ଟିମ୍‌ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା। ବାଙ୍ଗାଲୋର ପାଇଁ ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ ସର୍ବାଧିକ ୫୫ ରନ୍‌ (୪୪ଟି ବଲ୍‌, ୩ଟି ଚୌକା ଓ ୨ଟି ଛକା) ଓ ଗ୍ଲେନ ମେକ୍ସୱେଲ ୫୪ ରନ୍‌(୩୩ଟି ବଲ୍‌, ୫ଟି ଚୌକା ଓ ୩ଟି ଛକା) କରିଥିଲେ। ସେହିପରି ଅନୁଜ ରାୱତ ୧୧ଟି ବଲରୁ ୨୯ ରନ୍‌(୩ଟି ଚୌକା ଓ ୨ଟି ଛକା) କରିଥିଲେ। ବିରାଟ କୋହଲି ୧୯ଟି ବଲ୍‌ ଖେଳି ୧୮ ରନ୍‌ କରିଥିଲେ।

ରାଜସ୍ଥାନ ପକ୍ଷରୁ ଆଡମ ଚାମ୍ପା ଓ କେଏମ୍‌ ଆସିଫ୍ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସନ୍ଦିପ ଶର୍ମା ଗୋଟିଏ ୱିକେଟ ନେଇଥିଲେ।

Advertisment

ଲକ୍ଷ୍ୟକୁ ପିଛା କରି ରାଜସ୍ଥାନକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା। ପ୍ରଥମ ଚାରି ଜଣ କି’ ପ୍ଲେୟାର ବ୍ୟାଟିଂରେ ଫେଲ ମାରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ତଥା ଫର୍ମରେ ଥିବା ଯଶସ୍ୱୀ ଜୟସ୍ୱାଲ ଓ ଜୋସ ବଟଲର ଖାତା ଖୋଲିପାରି ନଥିଲେ। ସେହିପରି ଅଧିନାୟକ ସଂଜୁ ସାମସନ ଓ ଦେବଦୂତ ପଡ୍ଡିକଲ ୪ରନ୍‌ ଲେଖାଏଁ କରି ଆଉଟ୍ ହୋଇଥିଲେ। ସିବରନ ହେଟମେୟର ଦଳ ପାଇଁ ସର୍ବାଧିକ ୩୫ ରନ୍‌(୧୯ ବଲ୍, ୪ ଛକା, ଗୋଟିଏ ଛକା) କରିଥିଲେ।

ଆରସିବିର ସମସ୍ତ ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ୱେନି ପର୍ନେଲ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ମିଚେଲ ବ୍ରାସୱେଲ ଓ କର୍ନ ଶର୍ମାଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା। ମହମଦ ସିରାଜ ଓ ଗ୍ଲେନ ମେକ୍ସୱେଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଏହି ବିଜୟ ସହ ଆରସିବି ପଏଣ୍ଟ ଟେବୁଲର ୫ ନମ୍ବର ସ୍ଥାନରେ ପହଞ୍ଚିଛି। ଟିମ୍ ୧୨ଟି ମ୍ୟାଚ୍‌ରୁ ୬ଟିରେ ବିଜୟ ଓ ୬ଟିରେ ପରାଜିତ ହୋଇଛି।

Cricket IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe