Advertisment

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମିଳିଲା ୧୭୨ ରନ୍‌ର ଟାର୍ଗେଟ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆଜିର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ।

Tilak Varma

Tilak Varma

Advertisment

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆଜିର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ବାଙ୍ଗାଲୋର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ବାଙ୍ଗାଲୋର ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୭୧ ରନ୍‌ କରିଛି।

Advertisment

ଟିମ୍‌ ପକ୍ଷରୁ ତିଲକ ବର୍ମାଙ୍କ ଅପରାଜିତ ୮୪ ରନ୍‌(୪୬ଟି ବଲ୍‌, ୯ଟି ଚୌକା ଓ ୪ଟି ଛକା) ମୁମ୍ବାଇକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହୋଇଥିଲା। ତେବେ ବାଙ୍ଗାଲୋରର ପ୍ରଭାବି ବୋଲିଂ ଯୋଗୁଁ ମୁମ୍ବାଇର ପ୍ରାରମ୍ଭିକ ବ୍ୟାଟିଂ ଖରାପ ହୋଇଥିଲା। ଦଳିୟ ସ୍କୋର ୨୦ ରନ୍‌ ବେଳକୁ ଈଶାନ କିଶନ(୧୦), କେମରନ ଗ୍ରିନ୍‌(୫) ଓ ‌ରୋହିତ ଶର୍ମା(୧)ରେ ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର ୪୮ ରନ୍‌ ବେଳକୁ ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ (୧୫) ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟ୍‌ରେ ତିଲକ ବର୍ମା ଓ ନେହାଲ ୱାଧହେରାଙ୍କ ୫୦ ରନ୍‌ର ଭାଗିଦାରୀ ହୋଇଥିଲା। ନେହାଲ ୨୧ ରନ୍ ଓ ଅର୍ସଦ ଖାନ୍‌ ଅପରାଜିତ ୧୫ ରନ୍‌ କରିଥିଲେ।

ବାଙ୍ଗାଲୋର ତରଫରୁ କର୍ଣ୍ଣ ଶର୍ମା ସର୍ବାଧିକ ୨ଟି, ମହମ୍ମଦ ସିରାଜ, ରେସି ଟପ୍‌ଲେ, ଆକାଶ ଦୀପ, ହର୍ଷଲ ପଟେଲ ଓ ମିଚେଲ ବ୍ରାସୱେଲ ‌ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Advertisment
IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe