Advertisment

ଲକ୍ଷ୍ୟ ଛୁଇଁ ପାରିଲାନି ଦିଲ୍ଲୀ କ୍ୟାପିଟାଲ୍ସ

ଆଜି ଗୌହାଟୀରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ।

author-image
Niranjan Mishra
ଅଦ୍ୟତନ ହୋଇଛି
IPL Rajasthan Royals

IPL Rajasthan Royals

ଗୌହାଟୀ : ଆଜି ଗୌହାଟୀରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। 

Advertisment

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୧୯୯ ରନ୍ କରିଥିଲା। ରାଜସ୍ଥାନ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ଜୟସ୍ୱାଲ(୬୦ ରନ୍) ଓ ବଟଲର(୭୯ରନ୍) ଆରମ୍ଭରୁ ଆଟାକିଂ ବ୍ୟାଟିଂ କରିଥିଲେ। ଖଲିଲ ଅହମ୍ମଦଙ୍କ ପ୍ରଥମ ଓଭରରେ ଜୟସ୍ୱାଲ ୫ଟି ଚୌକା ମାରି ୨୦ ରନ ସଂଗ୍ରହ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ଓ୍ୱିକେଟ ଯୋଡ଼ିରେ ୯୮ରନ ଯୋଗ କରିଥିଲେ। ଶେଷ ବେଳକୁ ସିମରନ ହେଟମେୟର ବିସ୍ଫୋରକ ବ୍ୟାଟିଂ କରି ଅରପରାଜିତ ୩୯ରନ କରିଥିଲେ।

ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ଓ୍ୱିକେଟ ନେଇଥିବାବେଳେ କୁଳଦୀପ ଯାଦବ ଓ ରଭମାନ ପାଓ୍ୱେଲ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

Advertisment

ଏଥିସହ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୦୦ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଟାର୍ଗେଟର ପିଛା କରି ଦିଲ୍ଲୀ ୨୦ ଓଭରରେ ୯ ଓ୍ୱିକେଟ ହରାଇ ମାତ୍ର ୧୪୨ ରନ୍ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ସର୍ବାଧିକ ୬୫ରନ ଓ ଲଲିତ ଯାଦବ ୩୮ରନ କରିଥିଲେ। ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ଖେଳ ଦେଖାଇବାରେ ବିଫଳ ହୋଇଥିଲେ। ତେଣୁ ଦଳ ପରାଜିତ ହୋଇଥିଲା।

ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲଟ ଓ ଯୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ରବୀଚନ୍ଦ୍ରନ ଅଶ୍ୱିନୀ ୨ଟି ଓ ସନ୍ଦିପ ଶର୍ମା ଗୋଟିଏ ୱିକେଟ ନେଇଥିଲେ।

୩ଟି ମ୍ୟାଚରେ ଏହା ଦିଲ୍ଲୀର ୩ୟ ପରାଜୟ ।

Cricket IPL