Advertisment

ମଡେଲ ତାନିଆ ସିଂହ ଆତ୍ମହତ୍ୟା ମାମଲା; ଏହି IPL କ୍ରିକେଟରଙ୍କୁ ସମନ ପଠାଇଲା ପୁଲିସ

ତାନିଆ ଆତ୍ମହତ୍ୟା ପୂର୍ବରୁ କ୍ରିକେଟର ଅଭିଷେକ ଶର୍ମାଙ୍କୁ ମେସେଜ୍ ପଠାଇଥିଲେ।

author-image
Debibandita Barick
Abhishek Sharma & Tania Singh File Photo

Abhishek Sharma & Tania Singh File Photo

୨୮ ବର୍ଷୀୟ ମଡେଲ ତାନିଆ ସିଂହଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ରାଡାରକୁ ଆସିଛନ୍ତି ଆଇପିଏଲ କ୍ରିକେଟର ଅଭିଷେକ ଶର୍ମା। ପୁଲିସ ଅଭିଷେକଙ୍କୁ ଜେରା ପାଇଁ ସମନ ପଠାଇଛି। ତାନିଆ ମୃତ୍ୟୁ ପୂର୍ବରୁ ଅଭିଷେକଙ୍କୁ ଲାଷ୍ଟ କଲ୍ କରିଥିବା ଜାଣିବାକୁ ପାଇଛି ପୁଲିସ।

Advertisment

ସୂଚନା ଅନୁସାରେ, ଗତ ଦୁଇ ବର୍ଷ ହେବ ଫ୍ୟାଶନ ଡିଜାଇନିଂ ଏବଂ ମଡେଲିଂ କରି ଆସୁଥିଲେ। ମଙ୍ଗଳବାର (ଫେବ୍ରୁଆରୀ ୨୦)ରେ ସୁରଟର ଏକ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତାନିଆଙ୍କ ଆତ୍ମହତ୍ୟାକୁ ନେଇ ପୁଲିସର ସନ୍ଦେହ ବଢିଛି। ତାଙ୍କ ଫୋନର ଏକ ସିଡି-ଆର ରିପୋର୍ଟ ଯାଞ୍ଚ କରିଥିଲା ପୁଲିସ।

ସୁରଟ ପୁଲିସର ଏସିପି ଭିଆର ମଲହୋତ୍ରାଙ୍କ କହିବା ଅନୁସାରେ, ସିଡି-ଆର ରିପୋର୍ଟରୁ ଜଣାପଡିଛି ଯେ ତାନିଆ ଆତ୍ମହତ୍ୟା ପୂର୍ବରୁ କ୍ରିକେଟର ଅଭିଷେକ ଶର୍ମାଙ୍କୁ ମେସେଜ୍ ପଠାଇଥିଲେ। କିନ୍ତୁ ଅଭିଷେକ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଏହାର କିଛି ସମୟ ପରେ ତାନିଆ ଆତ୍ମହତ୍ୟା କରିଛନ୍ତି।

Advertisment

ସୂଚନା ଯୋଗ୍ୟ, ଅଭିଷେକ ଶର୍ମା ସନରାଇଜର୍ସ ହାଇଦ୍ରାବାଦ (SRH)  ପକ୍ଷରୁ ଆଇିଏଲ୍ ଖେଳନ୍ତି।  

Tania Singh Suicide Case Model Tania Singh Abhishek Sharma Summoned Abhishek Sharma IPL Star