Abhishek Sharma & Tania Singh File Photo
୨୮ ବର୍ଷୀୟ ମଡେଲ ତାନିଆ ସିଂହଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ରାଡାରକୁ ଆସିଛନ୍ତି ଆଇପିଏଲ କ୍ରିକେଟର ଅଭିଷେକ ଶର୍ମା। ପୁଲିସ ଅଭିଷେକଙ୍କୁ ଜେରା ପାଇଁ ସମନ ପଠାଇଛି। ତାନିଆ ମୃତ୍ୟୁ ପୂର୍ବରୁ ଅଭିଷେକଙ୍କୁ ଲାଷ୍ଟ କଲ୍ କରିଥିବା ଜାଣିବାକୁ ପାଇଛି ପୁଲିସ।
ସୂଚନା ଅନୁସାରେ, ଗତ ଦୁଇ ବର୍ଷ ହେବ ଫ୍ୟାଶନ ଡିଜାଇନିଂ ଏବଂ ମଡେଲିଂ କରି ଆସୁଥିଲେ। ମଙ୍ଗଳବାର (ଫେବ୍ରୁଆରୀ ୨୦)ରେ ସୁରଟର ଏକ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତାନିଆଙ୍କ ଆତ୍ମହତ୍ୟାକୁ ନେଇ ପୁଲିସର ସନ୍ଦେହ ବଢିଛି। ତାଙ୍କ ଫୋନର ଏକ ସିଡି-ଆର ରିପୋର୍ଟ ଯାଞ୍ଚ କରିଥିଲା ପୁଲିସ।
ସୁରଟ ପୁଲିସର ଏସିପି ଭିଆର ମଲହୋତ୍ରାଙ୍କ କହିବା ଅନୁସାରେ, ସିଡି-ଆର ରିପୋର୍ଟରୁ ଜଣାପଡିଛି ଯେ ତାନିଆ ଆତ୍ମହତ୍ୟା ପୂର୍ବରୁ କ୍ରିକେଟର ଅଭିଷେକ ଶର୍ମାଙ୍କୁ ମେସେଜ୍ ପଠାଇଥିଲେ। କିନ୍ତୁ ଅଭିଷେକ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଏହାର କିଛି ସମୟ ପରେ ତାନିଆ ଆତ୍ମହତ୍ୟା କରିଛନ୍ତି।
ସୂଚନା ଯୋଗ୍ୟ, ଅଭିଷେକ ଶର୍ମା ସନରାଇଜର୍ସ ହାଇଦ୍ରାବାଦ (SRH) ପକ୍ଷରୁ ଆଇିଏଲ୍ ଖେଳନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
