Advertisment

ଆଇପିଏଲ ଭଳି ଆଉ ଏକ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବ ବିସିସିଆଇ!

୧୫ ବର୍ଷ ତଳେ ବିସିସିଆଇ ଆଇପିଏଲକୁ ଦେଶରେ ଆରମ୍ଭ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟର ଲୋକପ୍ରିୟତା ପୂରା ବିଶ୍ୱରେ ରହିଛି।

author-image
Hemant Lenka
BCCI

BCCI

ପୁଣି ଗୋଟିଏ ଫଟାଫଟ କ୍ରିକେଟର ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ମୁଡରେ ବିସିସିଆଇ। ଆସନ୍ତା ବର୍ଷରୁ ବିସିସିଆଇ ଦେଶରେ ଗୋଟିଏ ଟାୟର ୨ କ୍ରିକେଟ ଲିଗ୍‌ ଆରମ୍ଭ କରିପାରେ।

Advertisment

୧୫ ବର୍ଷ ତଳେ ବିସିସିଆଇ ଆଇପିଏଲକୁ ଦେଶରେ ଆରମ୍ଭ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟର ଲୋକପ୍ରିୟତା ପୂରା ବିଶ୍ୱରେ ରହିଛି। ଏହାର ସଫଳତା ପରେ ବିସିସିଆଇ ଆଇପିଏଲ ଢାଞ୍ଚାରେ ଆଉ ଏକ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯୋଜନା କରୁଛି। ସମ୍ଭବତଃ ଏହା ଟି-୧୦ ଫର୍ମାଟରେ ଖେଳା ଯାଇପାରେ।

ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରସ୍ତାବି ଟୁର୍ଣ୍ଣାମେଣ୍ଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ସେ ବିଭିନ୍ନ ପ୍ରାଞ୍ଚାଇଜ ଓ ପ୍ରାୟୋଜକମାନଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସେମାନେ ବିସିସିଆଇର ଆଇପିଏଲ ଭଳି ଆଉ ଏକ ଟାୟର ୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସପକ୍ଷରେ ରହିଛନ୍ତି। ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ନୂଆ କ୍ରିକେଟ ଲିଗ୍‌ ଆୟୋଜନ କରିବା ଲକ୍ଷ୍ୟ ନେଇ ବିସିସିଆଇ ଫୁଲଦମରେ କାମ ଆରମ୍ଭ କରି ଦେଇଛି।

Advertisment

୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ଏହି ଟୁର୍ଣ୍ଣାମେଣ୍ଟ ସଫଳତାର ଶୀର୍ଷରେ ଛୁଇଁଛି। ଏଥିରୁ ବୋର୍ଡକୁ ଭଲ ରାଜସ୍ୱ ମଧ୍ୟ ମିଳିଛି। ଏବେ ବିସିସିଆଇ ଟି-୨୦ ବଦଳରେ ଟି-୧୦ ଢାଞ୍ଚରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ବୋଲି କୁହାଯାଉଛି।

କିଛି ପ୍ରଶ୍ନ

୧- ବିସିସିଆଇର ପ୍ରସ୍ତାବିତ ଟି-୧୦କୁ ସମସ୍ତେ ଗ୍ରହଣ କରିବେ ତ?

୨-ନୂଆ ଲିଗ୍‌ରେ କିଛି ବୟସ ସୀମା ରହିବ କି? ଏହାଦ୍ୱାରେ ନୂଆ ଟୁର୍ଣ୍ଣାମେଣ୍ଟ ଆଇପିଏଲର ଲୋକପ୍ରିୟତାକୁ ହ୍ରାସ କରିପାରିବ ନାହିଁ।

୩-କ’ଣ ନୂଆ ପ୍ରାଞ୍ଚାଇଜମାନଙ୍କୁ ସାମିଲ କରିବା ପାଇଁ ନୂଆ ଟେଣ୍ଡର ବ୍ୟବସ୍ଥା ହେବ ନା ପୁରୁଣା ମାଲିକମାନଙ୍କୁ ଟିମ କିଣିବାକୁ ଆଗୁଆ ସୁଯୋଗ ମିଳିବ?

୪-ପ୍ରସ୍ତାବିତ ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯିବ ନା ପ୍ରତିବର୍ଷ ଦେଶ ବାହାରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ?

୫- ଏହା ଆଇପିଏଲର ଲୋକପ୍ରିୟତା ଉପରେ ପ୍ରଭାବ ପକାଇବ ନାହିଁ ତ?

୬- ଆଇପିଏଲ ସହ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ୱାର୍କଲୋଡ ବଢ଼ିବ ନାହିଁ ତ?

Bcci