Advertisment

ଏକା ଲଢ଼ିଥିଲେ ଶିଖର, ମିଳିଲାନି ବିଜୟ

ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୪୪ରନର ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ କିଙ୍ଗସ୍।

author-image
Niranjan Mishra
Rahul Tripathi

Rahul Tripathi

ହାଇଦ୍ରାବାଦ : ଆଜି ହାଇଦ୍ରାବାଦଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୮ ୱିକେଟ୍‌ରେ ହରାଇଛି ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୪୪ରନର ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ କିଙ୍ଗସ୍।

Advertisment

ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବ ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲା। କିନ୍ତୁ ଗୋଟିଏ ପଟେ ଅଧିନାୟକ ଶିଖର ଧଓ୍ୱନ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ। ତାଙ୍କ ଲଢୁଆ ବ୍ୟାଟିଂ ଯୋଗୁ ହାଇଦ୍ରାବାଦ ଏକ ସମ୍ମାନଜନକ ସ୍କୋର କରିପାରି ଥିଲା। ତେବେ ସେ ଅଳ୍ପକେ ଶତକ କରିବାରୁ ବଞ୍ଚିତ ହୋଇଥିଲେ। ସେ ୬୬ଟି ବଲରୁ ଅପରାଜିତ ୯୯ ରନ(୫ ଛକା, ୧୨ ଚୌକା) କରିଥିଲେ। ଫଳରେ ତାଙ୍କ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୪୩ ରନ କରିଥିଲା।

ହାଇଦ୍ରାବାଦ ପକ୍ଷରୁ ମାୟଙ୍କ ମାର୍କଣ୍ଡେ ୪ଟି ଓ୍ୱିକେଟ, ଉମରାନ ମଲ୍ଲିକ ଓ ମାର୍କୋ ଜନସେନ ୨ଟି ଲେଖାଏଁ ଓ୍ୱିକେଟ ଓ ଭୁବନେଶ୍ୱର କୁମାର ଗୋଟିଏ ୱିକେଟ ନେଇଥିଲେ।

Advertisment

ତେବେ ୧୪୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ୧୭.୧ ଓଭରରେ ୨ ୱିକେଟ ହରାଇ ୧୪୫ ରନ୍ କରିଥିଲା। ଦଳ ପକ୍ଷରୁ ରହୁଲ ତ୍ରିପାଠୀ ସର୍ବାଧିକ ଅପରାଜିତ ୪୮ ବଲ୍‌ରେ ୭୪ ରନ୍(୩ଛକା, ୧୦ ଚୌକା) କରିଥିଲେ। ସେହିପରି ମୟଙ୍କ ଅଗ୍ରୱାଲ ୨୧ ରନ୍, କ୍ୟାପଟେନ୍ ଏଡେନ୍ ମାର୍କରାମ ୨୧ ବଲ୍‌ରେ ଅପରାଜିତ ୩୭ ରନ୍(୬ ଚୌକା) କରିଥିଲେ।

ପ୍ରତିପକ୍ଷ ଟିମ୍‌ ପକ୍ଷରୁ ଅର୍ଶଦୀପ ସିଂହ ଓ ରାହୁଲ ଚହର ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ।

ଆଇପିଏଲରେ ଧଓ୍ୱନଙ୍କ ପ୍ରଦର୍ଶନ ଧିରେଧିରେ ଉନ୍ନତ ହେବାରେ ଲାଗିଛି। ସେ ପ୍ରଥମ ମ୍ୟାଚରେ ୪୦ ରନ୍, ୨ୟ ମ୍ୟାଚରେ ୮୬ ରନ ଓ ଏହି ମ୍ୟାଚରେ ୯୯ ରନ କରିଛନ୍ତି। ସେହିପରି ରାହୁଲ ତ୍ରିପାଠୀ ମଧ୍ୟ ଉନ୍ନତ ଖେଳ ଦେଖାଉଛନ୍ତି।

IPL