Advertisment

IPL ସୁପର ସନଡ଼େ: ପାଣ୍ଡ୍ୟାଙ୍କୁ ଗିଲ୍ ଓ ରାହୁଲଙ୍କୁ ହରାଇଲେ ସଞ୍ଜୁ

ଯୁବ ଅଧିନାୟକ ଶୁବମନ ଅତି ସୁନ୍ଦର ଭାବେ ନେତୃତ୍ୱ ନେଇ ମୁମ୍ବାଇକୁ ୬ ରନରେ ପରାସ୍ତ କରିଛନ୍ତି।

GT & RR Players

GT & RR Players

Advertisment

ଗତକାଲି ଖେଳାଯାଇଥିବା ସୁପର ସନଡେର ଡବଲ୍ ହେଡ଼ର ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ରୋମାଞ୍ଚକର ବିଜୟ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ହରାଇ ରାଜସ୍ଥାନ ରୟାଲ୍ସ ଚଳିତ ସଂସ୍କରଣରେ ଖାତା ଖୋଲିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଲଟନକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍।

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଦ୍ୱିତୀୟ ମ୍ୟାଚ୍ ଉପରେ ଥିଲା କ୍ରିକେଟ ପ୍ରେମୀଙ୍କ ନଜର। ଗୁଜରାଟ ଟାଇଟନ୍ସର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ପକ୍ଷରୁ ନେତ୍ୱତ୍ୱ ନେଉଥିବା ବେଳେ ପ୍ରଥମ କରି ଦଳର କମାଣ ସମ୍ଭାଳି ଥିଲେ ଶୁବମନ ଗିଲ୍। ପାଞ୍ଚ ଥରର ଚାମ୍ପିଅନ ଟିମ୍ ବିପକ୍ଷରେ ଗିଲଙ୍କ ନେତୃତ୍ୱ କିପରି ରହିବ ଏବଂ ଟିମର ପ୍ରଦର୍ଶନ ଉପରେ ଥିଲା ସମସ୍ତଙ୍କ ନଜର।

ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୬୮ ରନ୍ କରିଥିଲା ଗୁଜରାଟ। ଜବାବରେ ମୁମ୍ବାଇ ଶେଷ ପର୍ଯ୍ୟନ୍ତ ଲଢିଥିଲେ ମଧ୍ୟ ୧୬୨ରେ ଅଟକି ଯାଇଥିଲା। ଶେଷ ପର୍ଯ୍ୟନ୍ତ ମୁମ୍ବାଇ ଜିତିବା ନେଇ ଅନୁମାନ କରାଯାଉଥିଲେ ମଧ୍ୟ ଯୁବ ଅଧିନାୟକ ଶୁବମନ ଅତି ସୁନ୍ଦର ଭାବେ ନେତୃତ୍ୱ ନେଇ ମୁମ୍ବାଇକୁ ୬ ରନରେ ପରାସ୍ତ କରିଛନ୍ତି।

Advertisment

ସେପଟେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଲକ୍ଷ୍ନୌକୁ ୨୦ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ୍ସ ଟିମ୍ ୧୯୩ ରନର ବିଶାଳ ସ୍କୋର୍ କରିଥିଲା। ଜବାବରେ କେ.ଏଲ ରାହୁଲଙ୍କ ସୁପର ଜିଆଣ୍ଟସ ୧୭୩ରେ ଅଟକି ଯାଇଥିଲା। 

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମୁକାବିଲା ରହିଛି। ଏହି ମ୍ୟାଚ୍ ବେଙ୍ଗାଲୁରରେ ଖେଳାଯିବ। 

GT Vs MI Shubhman Gill IPL Super Sunday MI IPL 2024 Gujarat Titans Hardik Pandya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe