Advertisment

୫୬ ରନ୍‌ରେ ଜିତି ପଏଣ୍ଟ ଟେବୁଲ ଉପରେ ଗୁଜରାଟ ଟାଇଟନ୍ସ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଆଜି ଖେଳା ଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟନ୍ସ ୫୬ ରନ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟକୁ ପରାସ୍ତ କରିଛି।

ଅଦ୍ୟତନ ହୋଇଛି
Titans won

Titans won

Advertisment

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଆଜି ଖେଳା ଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟନ୍ସ ୫୬ ରନ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟକୁ ପରାସ୍ତ କରିଛି। ୨୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକଟେ୍‌ ହରାଇ ମାତ୍ର ୧୭୧ ରନ୍‌ କରିପାରିଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଗୁଜରାଟ ଭଲ ପ୍ରଦର୍ଶନ କରିଥିଲା। ଏହି ବିଜୟ ସହ ଗୁଜୁରାଟ ପଏଣ୍ଟ ଟେବୁଲ ଉପରେ ସ୍ଥାନ ବଜାୟ ରଖିଛି।

Advertisment

ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ଖେଳି ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଲକ୍ଷ୍ନୌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ୍‌ ବ୍ୟାଟିଂ କରିଥିଲା। ଶୁଭମନ୍‌ ଗିଲ( ଅପରାଜିତ ୯୪ ରନ୍, ୫୧ ବଲ୍, ୨ ଚୌକା, ୭ ଛକା) ଓ ଋଦ୍ଧିମାନ ଶାହ(୪୩ଟି ବଲ୍‌, ୮୧ ରନ୍‌, ୧୦ ଚୌକା, ୪ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍‌ ହରାଇ ୨୨୭ ରନ୍‌ କରିଥିଲା। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନ୍, ଡେଭିଡ ମିଲର ଅପରାଜିତ ୨୧ ରନ୍‌ କରିଥିଲେ।

ଲକ୍ଷ୍ନୌ ପକ୍ଷରୁ ମୋସିନ୍‌ ଖାନ୍‌ ଓ ଆଭେସ୍‌ ଖାନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Advertisment

ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌର ପ୍ରାରମ୍ଭିକ ବ୍ୟାଟର କାଇଲ ମେୟରସ୍‌(୩୨ ବଲ୍‌, ୪୮ ରନ୍‌, ୭ ଚୌକା ଓ ୨ ଛକା) ଓ କ୍ବିଣ୍ଟନ ଡି’କକ୍‌(୭୦ ରନ୍‌, ୪୧ ବଲ୍‌, ୭ ଚୌକା ଓ ୩ ଛକା) ଭଲ ପ୍ରଦର୍ଶନ କରିଥିଲେ। ସେମାନେ ପ୍ରଥମ ୱିକେଟ୍‌ ପାଇଁ ୮୮ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ତେବେ ଏହି ଦୁଇ ଓପନର ଆଉଟ୍ ହେବା ପରେ ଅନ୍ୟ କୌଣସି ଖେଳାଳି ବିଶେଷ ଭଲ ଖେଳ ଦେଖାଇ ପାରି ନ ଥିଲେ। ମଧ୍ୟମ କ୍ରମରେ ଆସିଥିବା ଆୟୁଷ ବାଦୁନି ୧୧ ବଲ୍‌ରୁ ୨୧ ରନ୍‌ ସଂଗ୍ରହ କରିଥିଲେ। ଡିପକ ହୁଦା ୧୧ ରନ୍, ମାର୍କସ ଷ୍ଟୋଇନିସ ୪, ନିକୋଲାସ ପୂରନ ୩ ରନ୍‌, ସ୍ୱପ୍ନିଲ ସିଂହ ୨ ରନ୍‌, କ୍ରୁଣାଳ ପାଣ୍ଡ୍ୟା ଶୂନ୍ୟ ଓ ରବି ବିଶ୍ନୋୟୀ ୪ ରନ୍‌ କରିଥିଲେ।

ଗୁଜରାଟ ପକ୍ଷରୁ ମୋହିତ ଶର୍ମା ସର୍ବାଧିକ ୪ଟି ୱିକଟେ୍‌ ଅକ୍ତିଆର କରିଥିଲେ। ମହମ୍ମଦ ସାମି, ରସିଦ ଖାନ ଓ ନୂର ଅହମଦ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Cricket IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe