dinesh
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନସ ବିପକ୍ଷ ଆଜିର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଗତ ମ୍ୟାଚରେ ଖେଳିଥିବା ନିଜ ଚୂଡ଼ାନ୍ତ ଏକାଦଶକୁ ଅପରିବର୍ତ୍ତିତ ରଖିଛି। ଅର୍ଥାତ୍ ଅଧିନାୟକ ରୋହିତ ଶର୍ମାଙ୍କ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କ୍ୱିଣ୍ଟନ ଡି କକ୍ ଓପନ୍ କରିବେ।
ଆଜିର ମ୍ୟାଚ ପାଇଁ କୋଲକାତା ନାଇଟ୍ ରାଇଡର୍ସରେ ଇଅନ ମୋର୍ଗାନ୍, ଦୁଇ ଇଣ୍ଡିଜ୍ ଅଲରାଉଣ୍ଡର ସୁନୀଲ ନାରିନ୍ ଓ ଆଣ୍ଡ୍ରେ ରସେଲଙ୍କ ସହ ଅନ୍ୟତମ ବିଦେଶୀ ଖେଳାଳି ଭାବେ ଅଷ୍ଚ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନସ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ତେବେ କୋଲକାତା ନାଇଟ୍ ରାଇଡର୍ସର ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ ସହ ଯୁବ ତାରକାର ଶୁଭମାନ ଗିଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/dinesh.jpg)