Advertisment

ଟି-୨୦ ବିଶ୍ୱକପ୍: ହାରିଲା ନେଦରଲ୍ୟାଣ୍ଡସ୍, ଜିତିଲା ଆୟର୍ଲ୍ୟାଣ୍ଡ୍

ଆବୁ ଧାବି: କର୍ଟିସ୍ କ୍ୟାମ୍ଫର ଓ ମାର୍କ ଆଡେରଙ୍କ ଘାତକ ବୋଲିଂ ବଳରେ ଆୟର୍ଲ୍ୟାଣ୍ଡ ୭ ୱିକେଟରେ ନେଦରଲ୍ୟାଣ୍ଡସକୁ ହରାଇ ଟି-୨୦ ବିଶ୍ୱକପରେ ଦମଦାର ଆରମ୍ଭ କରିଛି। ସୋମବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡର ଗ୍ରୁପ୍-ଏ’ର ଏହି ମୁକାବିଲାରେ ନେଦରଲ୍ୟାଣ୍ଡସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୦୬ ରନ୍ କରି ଅଲଆଉଟ ହୋଇଥିଲା। ଜବାବରେ ଆୟର୍ଲ୍ୟାଣ୍ଡ୍ ୧୫.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୧୦୭ ରନ କରି ସହଜ ବିଜୟ ଲାଭ କରିଛି। ୪ ବଲରେ […]

ଟି-୨୦ ବିଶ୍ୱକପ୍: ହାରିଲା ନେଦରଲ୍ୟାଣ୍ଡସ୍, ଜିତିଲା ଆୟର୍ଲ୍ୟାଣ୍ଡ୍

ireland

Advertisment

ଆବୁ ଧାବି: କର୍ଟିସ୍ କ୍ୟାମ୍ଫର ଓ ମାର୍କ ଆଡେରଙ୍କ ଘାତକ ବୋଲିଂ ବଳରେ ଆୟର୍ଲ୍ୟାଣ୍ଡ ୭ ୱିକେଟରେ ନେଦରଲ୍ୟାଣ୍ଡସକୁ ହରାଇ ଟି-୨୦ ବିଶ୍ୱକପରେ ଦମଦାର ଆରମ୍ଭ କରିଛି। ସୋମବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡର ଗ୍ରୁପ୍-ଏ’ର ଏହି ମୁକାବିଲାରେ ନେଦରଲ୍ୟାଣ୍ଡସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୦୬ ରନ୍ କରି ଅଲଆଉଟ ହୋଇଥିଲା। ଜବାବରେ ଆୟର୍ଲ୍ୟାଣ୍ଡ୍ ୧୫.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୧୦୭ ରନ କରି ସହଜ ବିଜୟ ଲାଭ କରିଛି। ୪ ବଲରେ ୪ ୱିକେଟ୍ ନେଇ ବିଶ୍ୱ ରେକର୍ଡ କରିଥିବା ଆୟର୍ଲ୍ୟାଣ୍ଡର କ୍ୟାମ୍ଫର ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

୧୦୭ ରନର ଲକ୍ଷ୍ୟର ପିଛା କରୁଥିବା ଆୟର୍ଲ୍ୟାଣ୍ଡ ଆରମ୍ଭରୁ ଦୁଇଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ଓପ୍ନର ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେଭିନ୍ ଓ’ ବ୍ରାଏନ୍ ମାତ୍ର ୯ ରନ୍ କରି ବ୍ରାଣ୍ଡନ୍ ଗ୍ଲୋଭରଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ୍ ଆଣ୍ଡି ବାଲବିର୍ଣ୍ଣି (୮) ମଧ୍ୟ ନିରାଶ କରିଥିଲେ। ତେବେ ପଲ୍ ଷ୍ଟର୍ଲିଙ୍ଗ୍ ଓ ଗାରେଥ ଡେଲାନୀ ତୃତୀୟ ୱିକେଟ୍ ପାଇଁ ୫୯ ରନ୍ ଯୋଡ଼ି ଦଳର ବିଜୟକୁ ସହଜ କରିଥିଲେ। ଡେଲାନୀ ମାତ୍ର ୨୯ ବଲରେ ୫ ଚୌକା ଓ ୨ ଛକା ସହ ୪୪ ରନ୍ କରି ଆଉଟ୍ ହୋଇଥିଲେ। ଷ୍ଟର୍ଲିଙ୍ଗ୍ ୩୦ ଓ କ୍ୟାମ୍ଫର୍ ୭ ରନ୍ କରି ଅପରାଜିତ ଥିଲେ। ନେଦରଲ୍ୟାଣ୍ଡସର ଫ୍ରେଡ୍ କ୍ଲାସେନ୍, ଗ୍ଲୋଭର ଓ ପିଟର୍ ସୀଲାର୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନେଦରଲ୍ୟାଣ୍ଡର ଓପ୍ନର ମ୍ୟାକ୍ସ ଓ’ଡାଉଡଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନଥିଲେ। ମ୍ୟାକ୍ସ ୪୭ ବଲରେ ୭ ଚୌକା ସହ ସର୍ବାଧିକ ୫୧ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ ପିଟର୍ ସୀଲାର ୨୧, କଲିନ୍ ଆକରସନ୍ ୧୧ ଓ ଲୋଗାନ୍ ଭାନ୍ ବିକ୍ ୧୧ ରନ୍ କରିଥିଲେ। ଆୟର୍ଲ୍ୟାଣ୍ଡ ପକ୍ଷରୁ କ୍ୟାମ୍ଫର୍ ୨୬ ରନ୍ ଦେଇ ୪ଟି, ଆଡେର୍ ୯ ରନ୍ ଦେଇ ୩ଟି ଓ ଜୋଶ ଲିଟଲ୍ ଗୋଟିଏ ୱିକେଟ୍ ନେଇଥିଲେ।

Advertisment
ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe