Advertisment

୧୪୭ ବର୍ଷରେ ୪ର୍ଥ ଦ୍ରୁତତମ: ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ୍‌ ଜିତିଲା ଆୟର୍ଲ୍ୟାଣ୍ଡ

ଆୟର୍ଲ୍ୟାଣ୍ଡ ୨୦୧୮ରେ ପ୍ରଥମ ଟେଷ୍ଟ ଖେଳିଥିଲା। ଦଳକୁ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରିବାକୁ ପଡ଼ିଥିଲା।

author-image
Hemant Lenka
Ireland

Ireland

ଇତିହାସ ରଚିଛି ଆୟର୍ଲ୍ୟାଣ୍ଡ। ପ୍ରଥମଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି ଦଳ। ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟକୁ ଆୟର୍ଲ୍ୟାଣ୍ଡ ୬ ୱିକେଟରେ ଜିତି ନେଇଛି।

Advertisment

ଏହି ବିଜୟ ପୂର୍ବରୁ ଦଳ କ୍ରମାଗତ ୭ଟି ଟେଷ୍ଟରେ ହାରିଥିଲା। ୮ମ ମ୍ୟାଚରେ ଆଣ୍ଡି ବଲବିରିନଙ୍କ ଦଳ ଟେଷ୍ଟ ମ୍ୟାଚ୍‌ରେ ବିଜୟ ସ୍ୱାଦ ଚାଖିଛି। ବଲବିରିନ ମଧ୍ୟ ଅପରାଜିତ ୫୮ ରନର ଇନିଂସ ଖେଳିଛନ୍ତି। ବିଜୟ ପାଇଁ ୧୧୧ ରନର ଟାର୍ଗେଟ ପାଇଥିବା ଆୟର୍ଲ୍ୟାଣ୍ଡ ୪ ୱିକେଟ ହରାଇ ତୃତୀୟ ଦିନର ଶେଷ ସେସନ୍ସରେ ବିଜୟୀ ହୋଇଛି।

ଆୟର୍ଲ୍ୟାଣ୍ଡ ୨୦୧୮ରେ ପ୍ରଥମ ଟେଷ୍ଟ ଖେଳିଥିଲା। ଦଳକୁ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରିବାକୁ ପଡ଼ିଥିଲା। ଏହାପରେ ଦଳ ଆଉ ୬ଟି ଟେଷ୍ଟ ଖେଳିଥିଲେ ମଧ୍ୟ ସବୁଥିରେ ହାରିଥିଲା। କିନ୍ତୁ ୮ମ ମ୍ୟାଚ୍‌ରେ ଦଳ ବିଜୟୀ ହୋଇଛି। ଟେଷ୍ଟ କ୍ରିକେଟର ୧୪୭ ବର୍ଷ ମଧ୍ୟରେ ଆୟର୍ଲ୍ୟାଣ୍ଡ ୪ର୍ଥ ଦ୍ରୁତତମ ଦଳ ଭାବେ କୌଣସି ମ୍ୟାଚ ଜିତି ପାରିଛି। 

Advertisment

ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍‌ରେ ଟେଷ୍ଟ ବିଜୟ ସ୍ୱାଦ ଚାଖିଥିବା ବେଳେ ଇଂଲଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ୨ଟି ମ୍ୟାଚ ବେଳକୁ ବିଜୟ ପାଇଥିଲେ। ୱେଷ୍ଟଇଣ୍ଡିଜ ୫ଟି ପରାଜୟ ପରେ ୬ଷ୍ଠ ମ୍ୟାଚରେ ବିଜୟ ହୋଇଥିଲା। ଭାରତ ୨୫ଟି ମ୍ୟାଚ୍‌ ହାରିବା ପରେ ଟେଷ୍ଟ କ୍ରିକେଟରେ ପ୍ରଥମ ବିଜୟ ପାଇଥିଲା। ଭାରତ ଭଳି ଶକ୍ତିଶାଳି ଦଳ ତୁଳନାରେ ଆୟର୍ଲ୍ୟାଣ୍ଡ କମ ମ୍ୟାଚ ଖେଳି ଟେଷ୍ଟ ବିଜୟ ପାଇଛି।

ଅବୁଧାବିରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟର ପ୍ରଥମ ଇନିଂସରେ ଆଫଗାନିସ୍ତାନ ୧୧୫ ରନ କରିଥିଲା। ଏହାର ଜବାବରେ ଆୟର୍ଲ୍ୟାଣ୍ଡ ୨୬୩ ରନ କରି ନେଇଥିଲା। ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ବ୍ୟାଟିଂରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଦଳ କେବଳ ୨୧୮ ରନ କରିବାକୁ ସକ୍ଷମ ହୋଇଥିଲା।

ଫଳରେ ଆୟର୍ଲ୍ୟାଣ୍ଡକୁ ବିଜୟ ପାଇଁ କେବଳ ୧୧୧ ରନ ଟାର୍ଗେଟ ମିଳିଥିଲା। ଏହାକୁ ପିଛା କରୁଥିବା ଆୟର୍ଲ୍ୟାଣ୍ଡ ଏକଦା ୧୩ ରନରେ ୩ ୱିକେଟ ହରାଇଥିଲା। ଏହାପରେ ଅଧିନାୟକ ବଲବିରିନ ଓ ଲୋରକାନ ଟ୍ରକର ସ୍ଥିତି ସମ୍ଭାଳିଥିଲେ। ବଲବିରିନ ଶେଷ ଯାଏ ୫୮ ଓ ଟ୍ରକର ୨୭ ରନ ଅପରାଜିତ ରହିବା ସହ ଆୟର୍ଲ୍ୟାଣ୍ଡକୁ ପ୍ରଥମ ଟେଷ୍ଟ ବିଜୟ ଭେଟି ଦେଇଥିଲେ।

Cricket Afganistan Test Cricket Test Match Ireland