Advertisment

ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ପ୍ରଥମ ରାଉଣ୍ଡରୁ ବିଦା ହେଲା ୱେଷ୍ଟଇଣ୍ଡିଜ

ହୋବାର୍ଟ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଘଟିଛି। ଦୁଇ ଥର ଟି-୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଟିମ୍‌ ଆଜି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା ହୋଇଛି। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡ ଏକତରଫା ଭାବେ ୱେଷ୍ଟଇଣ୍ତିଜ ଟିମ୍‌କୁ ହରାଇଛି। ଏହା ପୂର୍ବରୁ ଦଳ ସ୍କଟଲ୍ୟାଣ୍ଡ ଠାରୁ ମଧ୍ୟ ହାରିଥିଲେ। ଗ୍ରୁପ ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ରୁ ଦୁଇଟି ପରାଜୟ ଯୋଗୁ ୱେଷ୍ଟଇଣ୍ଡିଜ ବିଶ୍ୱକପର ମୁଖ୍ୟ ଲଢ଼େଇ ପର୍ଯ୍ୟାୟ ବା ସୁପର ୧୨ରେ ପ୍ରବେଶ […]

author-image
Hemant Lenka
ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ପ୍ରଥମ ରାଉଣ୍ଡରୁ ବିଦା ହେଲା ୱେଷ୍ଟଇଣ୍ଡିଜ

Paul-striling

ହୋବାର୍ଟ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଘଟିଛି। ଦୁଇ ଥର ଟି-୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଟିମ୍‌ ଆଜି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା ହୋଇଛି। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡ ଏକତରଫା ଭାବେ ୱେଷ୍ଟଇଣ୍ତିଜ ଟିମ୍‌କୁ ହରାଇଛି।

Advertisment

ଏହା ପୂର୍ବରୁ ଦଳ ସ୍କଟଲ୍ୟାଣ୍ଡ ଠାରୁ ମଧ୍ୟ ହାରିଥିଲେ। ଗ୍ରୁପ ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ରୁ ଦୁଇଟି ପରାଜୟ ଯୋଗୁ ୱେଷ୍ଟଇଣ୍ଡିଜ ବିଶ୍ୱକପର ମୁଖ୍ୟ ଲଢ଼େଇ ପର୍ଯ୍ୟାୟ ବା ସୁପର ୧୨ରେ ପ୍ରବେଶ କରିପାରିନାହିଁ। ଆୟର୍ଲ୍ୟାଣ୍ଡ ସୁପର ୧୨ରେ ପ୍ରବେଶ କରି ନୂଆ ଇତିହାସ ସୃଷ୍ଟି କରିଛି।

ଆୟର୍ଲ୍ୟାଣ୍ତର ଭେଟରାନ ବ୍ୟାଟର ପଲ ଷ୍ଟ୍ରିଲିଙ୍ଗ ମ୍ୟାଚ ବିଜୟୀ ଇନିଂସ ୪୮ ବଲରେ ଅପରାଜିତ ୬୬ ରନ କରିବାରୁ ଦଳ ୧୫ ବଲ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌କୁ ବିଶ୍ୱକପରୁ ବାହାରର ରାସ୍ତା ଦେଖାଇଛି। ଏହାପୂର୍ବରୁ ଗାରେଥ ଡେଲାନୀ କ୍ୟାରିୟର ବେଷ୍ଟ ୪-୦-୧୬-୩ ଯୋଗୁ ୱେଷ୍ଟଇଣ୍ଡିଜ୍‌ ୫ ୱିକେଟ ହରାଇ ୧୪୬ ରନରେ ଅଟକି ଯାଇଥିଲା।

Advertisment

୭ମ ଥର ପାଇଁ ଟି-୨୦ ବିଶ୍ୱକପ ଖେଳୁଥିବା ଆୟର୍ଲ୍ୟାଣ୍ଡ ଦ୍ୱିତୀୟ ଥର ପାଇଁ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇ ପାରିଛି। ୨୦୦୯ରେ ଦଳ ସୁପର ୮ରେ ପ୍ରବେଶ କରିଥିଲା। ବିଶ୍ୱର ଏକମାତ୍ର ଟିମ ଭାବେ ୱେଷ୍ଟଇଣ୍ଡିଜ ୨୦୧୨ ଓ ୨୦୧୬ରେ ଦୁଇ ଥର ଟି-୨୦ ବିଶ୍ୱକପ ଜିତିବାର ରେକର୍ଡ କରିଥିଲା। ହେଲେ ଦଳ ଏଥର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଚଳିତ ବିଶ୍ୱକପରେ ନିକୋଲସ ପୂରନଙ୍କ ନେତୃତ୍ୱାଧୀନ ଇଣ୍ଡିଜ ଟିମ ଶିମରନ ହେଟମେୟର ଓ ଆନ୍ଦ୍ରେ ରସେଲଙ୍କ ଭଳି ଖେଳାଳିଙ୍କ ବିନା ମୈଦାନକୁ ଓହ୍ଲାଇଥିଲା। ଏହାର ପରିଣାମ ସ୍ୱରୂପ ଦଳ ପ୍ରଥମ ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ଠାରୁ ୪୨ ରନରେ ପରାସ୍ତ ହୋଇଥିଲା। ତେବେ ଜିମ୍ବାୱକୁ ୩୧ ରନରେ ହରାଇ ଇଣ୍ଡିଜ ୱିନିଂ ଟ୍ରାକକୁ ଫେରିଥିଲେ। କିନ୍ତୁ ଆଜି ପୂରନ ଆଣ୍ଡ କୋ ଆୟର୍ଲ୍ୟାଣ୍ଡ ଠାରୁ ୯ ୱିକେଟରେ ହାରି ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ ଟିମ୍‌ ବ୍ରେଣ୍ଡନ କିଙ୍ଗଙ୍କ ଅପରାଜିତ ୬୨ ଓ ଜନସନ ଚାର୍ଲସଙ୍କ ୨୪ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୪୬ ରନ କରିଥିଲା। ଆୟର୍ଲ୍ୟାଣ୍ଡ ପକ୍ଷରୁ ଡେଲାନୀ ସର୍ବାଧିକ ୩ ୱିକେଟ ନେଇ ଇଣ୍ଡିଜ୍‌କୁ ବଡ଼ ସ୍କୋର କରିବାର କୌଣସି ସୁଯୋଗ ଦେଇ ନଥିଲେ।

୧୪୭ ରନର ଟାର୍ଗେଟ ପାଇଥିବା ଆୟର୍ଲ୍ୟାଣ୍ତ ଆରମ୍ଭରୁ ହିଁ ଆଟାକିଂ କ୍ରିକେଟ ଖେଳିଥିଲା। ଷ୍ଟ୍ରିଲିଙ୍ଗଙ୍କ ସହ ଅଧିନାୟକ ଆଣ୍ଡ୍ର୍ୟୁ ବାଲବିରନି ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ୭.୩ ଓଭର ସୁଦ୍ଧା ପ୍ରଥମ ୱିକେଟ ପାଇଁ ୭୩ ରନ ଯୋଡ଼ି ଇଣ୍ଡିଜ୍‌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ।

୨୩ ବଲରେ ୩୭ ରନ କରିଥିବା ଆଣ୍ଡ୍ର୍ୟୁଙ୍କୁ ସ୍ପିନର ହୁସେନ ଆଉଟ କରି ଦଳକୁ ପ୍ରଥମ ଓ ଏକମାତ୍ର ସଫଳତା ଦେଇଥିଲେ। ଏହାପରେ ଷ୍ଟ୍ରିଲିଙ୍ଗ ଓ ଲୋରକାନ ଟକର ଦମଦାର ବ୍ୟାଟିଂ କରି ୧୫ ବଲ ପୂର୍ବରୁ ଆୟର୍ଲ୍ୟାଣ୍ଡକୁ ୯ ୱିକେଟରେ ବିଜୟ ଭେଟି ଦେଇଥିଲେ। ଶେଷ ଯାଏ ଷ୍ଟ୍ରିଲିଙ୍ଗ ୪୮ ବଲରେ ୬୬ ଓ ଟକର ୩୫ ବଲରେ ୪୫ ରନ କରି ଅପରାଜିତ ରହିଥିଲେ।