Advertisment

ପାକିସ୍ତାନ ହାରିଲା, ରାଶିଦ ଖାନଙ୍କ ସହ ଡ୍ୟାନ୍ସ କଲେ ଇରଫାନ ପଠାନ

ଓପନର ରହମନତୁଲ୍ଲା ଗୁରବାଜ ୬୫ ରନ, ଇବ୍ରାହିଦ ଜଡ୍ରାନ ୮୭, ରହମତ ଶାହ ଅପରାଜିତ ୭୭ ଓ ଅଧିନାୟକ ଶାହିଦି ଅପରାଜିତ ୪୮ ରନର ଇନିଂସ ଖେଳିଥିଲେ।

ଅଦ୍ୟତନ ହୋଇଛି
Rashid

Rashid

Advertisment

ବିଶ୍ୱକପରେ ଆଫଗାନିସ୍ତାନ ବଡ଼ବଡ଼ ଦଳକୁ ଝଟକା ପରେ ଝଟକା ଦେଇ ଚାଲିଛି। ପ୍ରଥମେ ଦଳ ଇଂଲଣ୍ଡକୁ ହରାଇଥିବା ବେଳେ ସୋମବାର ପାକିସ୍ତାନକୁ ମାତ ଦେଇଛି। ହଶମତୁଲ୍ଲା ଶାହିଦିଙ୍କ ଆଫଗାନିସ୍ତାନ ରେକର୍ଡ ୨୮୩ ରନର ଟାର୍ଗେଟକୁ ହାସଲ କରି କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

Advertisment

ପାକିସ୍ତାନକୁ କୌଣସି ଦିନିକିଆ ମ୍ୟାଚ୍‌ରେ ପ୍ରଥମଥର ପାଇଁ ଆଫଗାନିସ୍ତାନ ମାତ ଦେଇ ବିଶ୍ୱକପ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଉଠିଛି। ଦଳର ଟପ ୪ ବ୍ୟାଟର ଓ ଯୁବ ସ୍ପିନର ନୁର ଅହମଦଙ୍କ ୩ ୱିକେଟ ବଳରେ ଆଫଗାନିସ୍ତାନ ୮ ୱିକେଟରେ ପାକିସ୍ତାନକୁ ହରାଇଛି।

ଓପନର ରହମନତୁଲ୍ଲା ଗୁରବାଜ ୬୫ ରନ, ଇବ୍ରାହିଦ ଜଡ୍ରାନ ୮୭, ରହମତ ଶାହ ଅପରାଜିତ ୭୭ ଓ ଅଧିନାୟକ ଶାହିଦି ଅପରାଜିତ ୪୮ ରନର ଇନିଂସ ଖେଳିଥିଲେ।

Advertisment

ଆଫଗାନିସ୍ତାନର ଏହି ଐତିହାସିକ ବିଜୟ ପରେ ଦଳର ଖେଳାଳିମାନେ ପଡ଼ିଆ ଚାରି ପଟେ ବୁଲି ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏତିକି ବେଳେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ ପଠାନ ଆଫଗାନିସ୍ତାନର ସେଲିବ୍ରେସନରେ ସାମିଲ ହୋଇଥିଲେ। ସେ ଆଫଗାନିସ୍ତାନର ଷ୍ଟାର ସ୍ପିନର ରାଶିଦ ଖାନଙ୍କ ସହ ମିଶି ପଡ଼ିଆରେ ଡ୍ୟାନ୍ସ କରିଥିଲେ। ତାଙ୍କୁ ଯାଦୁ କି ଝପ୍ପି ମଧ୍ୟ ଦେଇଥିଲେ। ଏହାର ଭିଡିଓ ବି ସାମ୍ନାକୁ ଆସିଛି।

ଡ୍ୟାନ୍ସ ବେଳର ଫଟୋକୁ ଇରଫାନ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି “ରାଶିଦ ଖାନ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ମୁଁ ମଧ୍ୟ ମୋ ପ୍ରତିଶ୍ରୁତି ପୂରଣ କରିଛି।” 

ଆଫଗାନିସ୍ତାନର ଫ୍ୟାନ୍ସ ମଧ୍ୟ ଏହି ବିଜୟକୁ ଧୂମଧାମରେ ପାଳନ କରିଛନ୍ତି। ଦଳର ଜଣେ ଫ୍ୟାନ କହିଛନ୍ତି, “ମୁଁ ଆ‍ଫଗାନିସ୍ତାନରୁ ଆସିଛି। ମ୍ୟାଚ୍‌ ଜିତିବା ଆମ ପାଇଁ ଐତିହାସିକ ମୁହୂର୍ତ୍ତ। ଆମକୁ ସମର୍ଥନ କରିଥିବା ଭାରତୀୟଙ୍କୁ ମଧ୍ୟ ଧନ୍ୟବାଦ। ଚେନ୍ନାଇର ଲୋକମାନେ ମଧ୍ୟ ଆମକୁ ସମର୍ଥନ କରିଛନ୍ତି।” କେବଳ ଚେନ୍ନାଇର ଚେପକରେ ଆଫଗାନିସ୍ତାନର ପ୍ୟାନ୍ସ ସେଲିବ୍ରେସନ କରି ନାହାନ୍ତି ବରଂ କାବୁଲରେ ମଧ୍ୟ ଜୋରସୋରରେ ପାର୍ଟି ହୋଇଛି।

ବର୍ତ୍ତମାନ ଆଫଗାନିସ୍ତାନ ତାଲିବାନ କବଳରେ ରହିଛି। ପାକିସ୍ତାନକୁ ଆଫଗାନ ହରାଇବା ପରେ ସେଠାରେ ତାଲିବାନ ବନ୍ଧୁକଧାରୀମାନେ ବିଚ୍‌ ରାସ୍ତାରେ ଗୁଳି ଫୁଟାଇ ଖୁସି ମନାଇଛନ୍ତି। ସେହିପରି ବାଣ ମଧ୍ୟ ଫୁଟାଇଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe