Advertisment

ବିବାହର ୮ ବର୍ଷ ପରେ ପତ୍ନୀଙ୍କୁ ସାମ୍ନାକୁ ଆଣିଲେ ଇରଫାନ ପଠାନ

ପୂର୍ବରୁ ଇରଫାନ ତାଙ୍କ ପତ୍ନୀଙ୍କ ଅଧା ଢଙ୍କା ଯାଇଥିବା ଫଟୋ ଶେଆର କରୁଥିବାରୁ ସମାଲୋଚନାର ଶିକାର ହେଉଥିଲେ।

author-image
Debibandita Barick
Irfan Pathan & His Wife

Irfan Pathan & His Wife

ଅଷ୍ଟମ ବିବାହ ବାର୍ଷିକୀ ପାଳନ ସମୟରେ ପତ୍ନୀ ସଫାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି ଭାରତୀୟ ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ। ସେ ପ୍ରଥମ କରି ନିଜ ପତ୍ନୀଙ୍କ ସମ୍ପୂର୍ଣ୍ଣ ଚେହେରା ସାମ୍ନାକୁ ଆଣିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

Advertisment

ପୂର୍ବରୁ ଇରଫାନ ତାଙ୍କ ପତ୍ନୀଙ୍କ ଫଟୋ ପୋଷ୍ଟ କରୁଥିଲେ। କିନ୍ତୁ ସର୍ବଦା ଅଧା ଢଙ୍କା ଯାଇଥିବା ଫଟୋ ଶେଆର କରୁଥିଲେ। ଏଥିପାଇଁ ତାଙ୍କୁ ଅନେକ ଥର ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡିଛି। କିନ୍ତୁ ପ୍ରଥମ କରି ସେ ତାଙ୍କ ପତ୍ନୀଙ୍କର ସମ୍ପୂର୍ଣ୍ଣ ଫୋଟେ ପୋଷ୍ଟ କରିଛନ୍ତି, ତାହା ପୁଣି ତାଙ୍କ ଅଷ୍ଟମ ବିବାହ ବାର୍ଷିକୀରେ।

Advertisment

ଏଥିସହ ଇରଫାନ ମଧ୍ୟ ପତ୍ନୀଙ୍କ ଉଦ୍ଦେଶ୍ୟରେ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି। ଇରଫାନ ତାଙ୍କ ସୋଶାଲ ମିଡିଆ ଏକ୍ସରେ ଲେଖିଛନ୍ତି, "ମୁଡ୍ ବୁଷ୍ଟର୍, କମେଡିଆନ ଏବଂ ମୋ ପିଲାମାନଙ୍କର ନିରନ୍ତର ସାଥୀ, ବନ୍ଧୁ ଏବଂ ମାଆ, ଏହି ସୁନ୍ଦର ଯାତ୍ରାରେ ମୁଁ ତୁମକୁ ମୋ ପତ୍ନୀ ରୂପରେ ଖୁବ୍ ଭଲପାଏ ଓ ସମ୍ମାନ କରେ। ଅଷ୍ଟନ ବିବାହ ବାର୍ଷିକୀରେ ଶୁଭେଚ୍ଛା ମାଇଁ ଲଭ୍।"

ଇରଫାନଙ୍କ ଏହି ଫଟୋରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନେଟିଜେନ୍ସ। ଏଥିସହ ଉଭୟଙ୍କ ଫଟୋ ମଧ୍ୟ ଖୁବ୍ ଭାଇରାଲ୍ ହେଉଛି। 

Indian Cricketer Irfan Pathan's Wife Irfan Pathan