କୋହଲି, ଶାସ୍ତ୍ରୀ ଓ ଧୋନିଙ୍କ ଭିତରେ ଫାଟ!

ନୂଆଦିଲ୍ଲୀ: ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ଭାରତର ଆଇସିସି ଟି-୨୦ ବିଶ୍ୱକପରୁ ପ୍ରାୟତଃ ବାଦ୍ ପଡ଼ିସାରିଛି। ଏବେ ଭାରତ କେବଳ ଗଣିତ ଭରସାରେ ଆଶା ଉଜ୍ଜୀବିତ ରଖିଛି। ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପରାଜୟ ଭାରତର ସବୁ ବାଟ ବନ୍ଦ କରିଦେଇଛି। ଭାରତ ତା’ର ଶେଷ ତିନୋଟି ମ୍ୟାଚରେ ଆଫଗାନିସ୍ତାନ, ନାମିବିଆ ଓ ସ୍କଟଲ୍ୟାଣ୍ଡକୁ ଭେଟିବ। କିନ୍ତୁ ଏହି ତିନି ଟିମକୁ କେବଳ ହରାଇଦେଲେ ଯେ ଭାରତ ସେମିଫାଇନାଲକୁ ଯିବ, ତାହା ନୁହେଁ ବରଂ ବଡ଼ […]

shastri,-dhoni-and-kohli

shastri,-dhoni-and-kohli

Ranjit Kumar Jena
  • Published: Wednesday, 03 November 2021
  • Updated: 03 November 2021, 05:56 PM IST

Sports

Latest News

ନୂଆଦିଲ୍ଲୀ: ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ଭାରତର ଆଇସିସି ଟି-୨୦ ବିଶ୍ୱକପରୁ ପ୍ରାୟତଃ ବାଦ୍ ପଡ଼ିସାରିଛି। ଏବେ ଭାରତ କେବଳ ଗଣିତ ଭରସାରେ ଆଶା ଉଜ୍ଜୀବିତ ରଖିଛି। ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପରାଜୟ ଭାରତର ସବୁ ବାଟ ବନ୍ଦ କରିଦେଇଛି। ଭାରତ ତା’ର ଶେଷ ତିନୋଟି ମ୍ୟାଚରେ ଆଫଗାନିସ୍ତାନ, ନାମିବିଆ ଓ ସ୍କଟଲ୍ୟାଣ୍ଡକୁ ଭେଟିବ। କିନ୍ତୁ ଏହି ତିନି ଟିମକୁ କେବଳ ହରାଇଦେଲେ ଯେ ଭାରତ ସେମିଫାଇନାଲକୁ ଯିବ, ତାହା ନୁହେଁ ବରଂ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ଏହାଛଡ଼ା ଭାରତକୁ ଅନ୍ୟ ଟିମର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ। ବିଶେଷକରି ନ୍ୟୁଜିଲ୍ୟାଣ୍ଡ ଗୋଟିଏ ମ୍ୟାଚ୍ ହାରିଲେ ଭାରତର ସେମି ସମ୍ଭାବନା ଉଜ୍ଜୀବିତ ରହିବ। ନହେଲେ ନ୍ୟୁଜିଲ୍ୟାଣ୍ଡ ତା’ର ବାକି ତିନୋଟି ଯାକ ମ୍ୟାଚ୍ ଜିତିଲେ, ଭାରତର ଆଶା ଧୂଳିସାତ୍ ହୋଇଯିବ।

ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଟିମରେ ସବୁ ଷ୍ଟାର୍ ଖେଳାଳି ଥାଇକି ବି ଭାରତ ଏମିତି ପ୍ରଦର୍ଶନ କେମିତି କଲା। ଏହାରି ଭିତରେ କିଛି ପୂର୍ବତନ କ୍ରିକେଟରଙ୍କ ମତରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପରେ ଏକଜୁଟ ହେବା ବଦଳରୋ ଅଲଗା ଅଲଗା ଗ୍ରୁପରେ ବାଣ୍ଟି ହୋଇଯାଇଛି। ଯାହାର କ୍ଷତି ପୂରା ଟିମକୁ ଭୋଗିବାକୁ ପଡ଼ୁଛି। ଟିମ୍ ଇଣ୍ଡିଆ ପାଖରେ ଅନେକ ବଡ଼ ବଡ଼ ଖେଳାଳି ଅଛନ୍ତି ଏବଂ ସପୋର୍ଟ ଷ୍ଟାଫରେ ଅଭିଜ୍ଞତାର ଅଭାବ ନାହିଁ। କିନ୍ତୁ ଏମାନଙ୍କ ମଧ୍ୟରେ ଏକତା ନଥିବା ଜଣାପଡ଼ିଛି।

T20 World Cup: Shastri, Dhoni in animated conversation, camera captures

ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସରଙ୍କ କହିବା ଅନୁଯାୟୀ, କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବାକି ମ୍ୟାଚ୍ ପାଇଁ କୋଚ୍ ରବି ଶାସ୍ତ୍ରୀ ଓ ମେଣ୍ଟର ମହେନ୍ଦ୍ର ସିଂ ଧୋନିଙ୍କ ସହ ବସି ରଣନୀତି ପ୍ରସ୍ତୁତ କରିବା ଦରକାର। ତାଙ୍କୁ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ପଡ଼ିବ। କୋହଲିଙ୍କ ପାଖରେ ବର୍ତ୍ତମାନ ଶ୍ରେଷ୍ଠ ଏକାଦଶ ନାହାନ୍ତି। ତାଙ୍କର ଆତ୍ମବିଶ୍ୱାସ ମଧ୍ୟ କମିଛି। ତେଣୁ ବିରାଟ୍‌, ଶାସ୍ତ୍ରୀ ଓ ଧୋନିଙ୍କୁ ତୁରନ୍ତ ଏକାଠି ହେବାକୁ ପଡ଼ିବ ଏବଂ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ପଡ଼ିବ। ସେମାନଙ୍କୁ ଖେଳିବାର ଶୈଳୀ ଓ ଟେକନିକ୍ ଉପରେ କାମ କରିବା ଦରକାର। ଭାରତ ଏବେବି କ୍ୱାଲିଫାଏ କରିପାରି। କିନ୍ତୁ ଏସବୁ କିଛି କୋହଲି, ଶାସ୍ତ୍ରୀ ଓ ଧୋନିଙ୍କ ଉପରେ ନିର୍ଭର କରିବ। ମୋତେ ଲାଗୁଛି ଏମାନେ ଏକାଠି ନାହାନ୍ତି ବୋଲି ପାନେସର୍ କହିଛନ୍ତି।

T20 World Cup: Under MS Dhoni, Virat Kohli's team India got two taxes | Dailyindia.net

ଭାରତର ପୂର୍ବତନ କ୍ରିକେଟର ମନିନ୍ଦର ଶର୍ମା କହିଛନ୍ତି, ଭାରତୀୟ ଟିମର ଯୋଜନା ପୂରା ବାଟବଣା ହୋଇଛି। ଏପରି ଲାଗୁଛି ଯେମିତି ସେମାନେ ଭୟଭୀତ ଅଛନ୍ତି। କୌଣସି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ନିର୍ଦ୍ଦିଷ୍ଟ ଯୋଜନା କରିବା ଦରକାର। କିନ୍ତୁ ଭାରତୀୟ ଟିମରେ ଏଭଳି କରାଯାଇନାହିଁ। ଟିମରେ ବ୍ୟାଟିଂ ଅର୍ଡର ଠିକ୍ ଭାବେ ପରିବର୍ତ୍ତନ କରାଯାଇନାହିଁ। ରୋହିତ୍ ଶର୍ମା ଟପରେ ଖୁବ୍ ରନ୍ କରିଛନ୍ତି, କିନ୍ତୁ ତାଙ୍କୁ ତୃତୀୟ ସ୍ଥାନରେ ପଠାଗଲା। ଏହା ଆଦୌ ଟିମ୍ ପାଇଁ ଶୁଭ ସଂକେତ ନୁହେଁ। ଖୋଦ୍ କୋହଲି ତୃତୀୟ ସ୍ଥାନରେ ପ୍ରଚୁର ରନ୍ କରିଛନ୍ତି, ହେଲେ ସେ ନମ୍ବର-୪ରେ ଆସିଲେ। ମୋତେ ଲାଗୁଛି ଟିମରେ ଅନେକ ଦ୍ୱନ୍ଦ୍ୱ ରହିଛି। ଧୋନିଙ୍କ ମେଣ୍ଟର ଏବଂ ଶାସ୍ତ୍ରୀଙ୍କ କୋଚ୍ ହେବା ଦ୍ୱାରା ଡ୍ରେସିଂ ରୁମରେ ଖେଚୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସେହିପରି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍ ଆଫ୍ରିଦିଙ୍କ ଠାରୁ ଆରମ୍ଭ କରି ଅନେକ କ୍ରିକେଟର୍ ମଧ୍ୟ ଭାରତର ଡ୍ରେସିଂ ରୁମ୍ ହାଲଚାଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସମସ୍ତେ ଭାରତର ଭିତର ପରିବେଶ ଠିକ୍ ନଥିବା କଥା କହିଛନ୍ତି। ଯଦି ଆଗକୁ ଏଭଳି ସ୍ଥିତି ଲାଗି ରୁହେ, ତାହେଲେ ପରିସ୍ଥିତି ଆହୁରି ଖରାପ ହେବ ବୋଲି ଅନେକେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos