Advertisment

ମୁଖ୍ୟ କୋଚ୍ ହେବେ କି ଗମ୍ଭୀର? ଦେଲେ ଏମିତି ମନ୍ତବ୍ୟ

ଏକ କାର୍ଯ୍ୟକ୍ରମରେ କ୍ରିକେଟ୍‌କୁ ଭଲ ପାଉଥିବା ବହୁ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ। ଜଣେ ଶିକ୍ଷାର୍ଥୀ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର କୋଚ୍ ହୋଇ ସେମାନଙ୍କୁ ନିଜ ଅଭିଜ୍ଞତାରୁ ବିଶ୍ୱକପ୍ ଜିତିବାରେ ସହାୟତା କରିବାକୁ କହିଥିଲେ।

author-image
Jitendra Garnayak
Gautam Gambhir

Gautam Gambhir

ଚଳିତ ଆଇସିସି ଟିଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ତାଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌? ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ପଦ ପାଇଁ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ସଦସ୍ୟ ଗୌତମ ଗମ୍ଭୀର। ବିଶେଷ କରି ତାଙ୍କ ମାର୍ଗଦର୍ଶନରେ ଚଳିତ ଥର କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଚାମ୍ପିୟନ ହେବା ପରଠୁ ତାଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦେବାକୁ ବିସିସିଆଇ ମନ ବଳାଇଥିବା ଆଲୋଚନା ହେଉଛି। ତେବେ ଏତେ ସବୁ ଆଲୋଚନା ସତ୍ତ୍ୱେ ନୀରବ ରହିଥିବା ଗୌତମ ଗମ୍ଭୀର ଶେଷରେ ମୁହଁ ଖୋଲିଛନ୍ତି।

Advertisment

ଆବୁ ଧାବିର ଏକ ହସ୍‌ପିଟାଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗମ୍ଭୀର କହିଛନ୍ତି ଯେ ସେ ଟିମ୍ ଇଣ୍ଡିଆର କୋଚ୍ ହେବାକୁ ପସନ୍ଦ କରିବେ। ଜାତୀୟ କ୍ରିକେଟ୍ ଦଳର କୋଚ୍‌ ହେବାଠାରୁ ଆଉ କିଛି ବଡ଼ ସମ୍ମାନ ନାହିଁ।

ଏହି କାର୍ଯ୍ୟକ୍ରମରେ କ୍ରିକେଟ୍‌କୁ ଭଲ ପାଉଥିବା ବହୁ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ। ଜଣେ ଶିକ୍ଷାର୍ଥୀ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର କୋଚ୍ ହୋଇ ସେମାନଙ୍କୁ ନିଜ ଅଭିଜ୍ଞତାରୁ ବିଶ୍ୱକପ୍ ଜିତିବାରେ ସହାୟତା କରିବାକୁ କହିଥିଲେ। ଏହାର ଜବାବରେ ଗମ୍ଭୀର କହିଥିଲେ, ଯଦିଓ ବହୁତ ଲୋକ ମୋତେ ଏହି ପ୍ରଶ୍ନ ପଚାରିଛନ୍ତି, କିନ୍ତୁ ମୁଁ ଏହାର ଉତ୍ତର ଦେଇ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମକୁ ତୁମ ପ୍ରଶ୍ନର ଉତ୍ତର ଦେବି। ୧୪୦ କୋଟି ଭାରତୀୟ ଭାରତକୁ ବିଶ୍ୱକପ୍ ଜିତାଇବାରେ ସାହାଯ୍ୟ କରିବେ। ଯଦି ସମସ୍ତେ ଆମ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିବେ ଓ ଆମେ ଖେଳ ଆରମ୍ଭ କରିବୁ ଏବଂ ସେମାନଙ୍କୁ ପ୍ରତିନିଧିତ୍ୱ କରିବୁ, ତା’ହେଲେ ଭାରତ ବିଶ୍ୱ କପ୍ ଜିତିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ଭୟ ହେବା।

Advertisment

ସେ କହିଥିଲେ, ମୁଁ ଭାରତୀୟ ଦଳର କୋଚ୍ ହେବାକୁ ପସନ୍ଦ କରିବି। ନିଜ ଦେଶର ଜାତୀୟ ଟିମ୍‌ର କୋଚ୍ ହେବାଠାରୁ ଆଉ କିଛି ବଡ଼ ସମ୍ମାନ ନାହିଁ। ଆପଣଙ୍କୁ ୧୪୦ କୋଟି ଭାରତୀୟଙ୍କୁ ପ୍ରତିନିଧିତ୍ୱ କରିବାକୁ ମିଳିବ।

ଗମ୍ଭୀର ଆହୁରି କହିଥିଲେ, ଏକ ସୁରକ୍ଷିତ ଡ୍ରେସିଂ ରୁମ୍ ହେଉଛି ଏକ ସୁଖୀ ଡ୍ରେସିଂ ରୁମ୍। ଏକ ସୁଖୀ ଡ୍ରେସିଂ ରୁମ୍ ଏକ ବିଜୟୀ ଡ୍ରେସିଂ ରୁମ୍‌ରେ ପରିଣତ ହୋଇପାରିବ। କେକେଆର (କୋଲକାତା ନାଇଟ ରାଇଡର୍ସ)ରେ ମୁଁ କେବଳ ଏହି ମନ୍ତ୍ରକୁ ଅନୁସରଣ କରିଥିଲି। ଭଗବାନଙ୍କ ଆଶୀର୍ବାଦରୁ ପ୍ରକୃତରେ ଏକା ଫଳପ୍ରଦ ହୋଇଥିଲା।

Gautam Gambhir Team India