Advertisment

ଶେଷ ଟି-୨୦ରୁ ଈଶାନ୍ କିଶନ ଆଉଟ୍

ଧର୍ମଶାଳା: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ର ଠିକ୍ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ ଶେଷ ଟି-୨୦ରୁ ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ଈଶାନ୍ ଆଜିର ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ବିସିସିଆଇ ସୂଚନା ଦେଇଛି। ଧର୍ମଶାଳାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବେଳେ ଈଶାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମ୍ୟାଚ୍ ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେ ମଧ୍ୟ ସୁସ୍ଥ […]

author-image
Ranjit Kumar Jena
ଶେଷ ଟି-୨୦ରୁ ଈଶାନ୍ କିଶନ ଆଉଟ୍

ishan-kishan

ଧର୍ମଶାଳା: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ର ଠିକ୍ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ ଶେଷ ଟି-୨୦ରୁ ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ଈଶାନ୍ ଆଜିର ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ବିସିସିଆଇ ସୂଚନା ଦେଇଛି। ଧର୍ମଶାଳାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବେଳେ ଈଶାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମ୍ୟାଚ୍ ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେ ମଧ୍ୟ ସୁସ୍ଥ ଅଛନ୍ତି। ତେବେ ତାଙ୍କ ଆଘାତ କେତେ ଗୁରୁତର, ତାହା ଜଣାପଡ଼ିନାହିଁ।

Advertisment

ଶନିବାର ଧର୍ମଶାଳରେ ଅନୁଷ୍ଠିତ ଟି-୨୦ରେ ଶ୍ରୀଲଙ୍କା ପେସର୍ ଲାହିରୁ କୁମାରଙ୍କ ବାଉନ୍ସର ବଲକୁ ମାରିବାକୁ ଯାଇ ବଲ୍ ସିଧା ଈଶାନଙ୍କ ହେଲମେଟରେ ବାଜିଥିଲା। ବଲ୍ ବାଜିବାରୁ ସେ କିଛି ସମୟ ନିଜକୁ ଅସହାୟ ଅନୁଭୂତ କରିଥିଲେ। ପରେ ଫିଜିଓ ଆସି ତାଙ୍କର ଯାଞ୍ଚ କରିଥିଲେ। ତେବେ ଗୋଟିଏ ଓଭର ପରେ ଲାହିରୁ କୁମାର ତାଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ।

ଆଉଟ୍ ହେବା ପରେ ଈଶାନଙ୍କୁ ତୁରନ୍ତ ଧର୍ମଶାଳାର ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ଆଜି ଡିସଚାର୍ଜ ମିଳିଛି। ହେଲେ ତୃତୀୟ ତଥା ଅନ୍ତିମ ମ୍ୟାଚରେ ତାଙ୍କୁ ଖେଳାଇ ଟିମ୍ କୌଣସି ରିସ୍କ ଉଠାଇବାକୁ ଚାହୁଁନଥିଲା। ଯେଉଁକାରଣରୁ ତାଙ୍କୁ ମ୍ୟାଚରୁ ବାଦ୍ ଦିଆଯାଇଛି। ଏ ନେଇ ବୋର୍ଡ ଏକ ବିବୃତ୍ତିରେ କହିଛି ଯେ, ଟିମର ଡାକ୍ତରଙ୍କ ସହ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଈଶାନଙ୍କ ମୁଣ୍ଡର ସିଟି ସ୍କାନ୍ କରାଯାଇଥିଲା। ସ୍କାନ୍ ରିପୋର୍ଟ ନର୍ମାଲ୍ ଆସିଛି।

Advertisment

ତୃତୀୟ ଟି-୨୦ରୁ ଈଶାନଙ୍କ ବାଦ୍ ପଡ଼ିବାରେ ତାଙ୍କ ବଦଳରେ ସଞ୍ଜୁ ସାମସନ୍ ୱିକେଟ୍ କିପିଂ କରିପାରନ୍ତି। ତେବେ ଈଶାନଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ୍ ରୋହିତ୍ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିପାରନ୍ତି। ଋତୁରାଜ ଗାଏକ୍ୱାଡ୍ ଆହତ କାରଣରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ମୟଙ୍କଙ୍କୁ ସାମିଲ୍ କରାଯାଇଥିଲା। ପୂର୍ବରୁ ମଧ୍ୟ ଦୀପକ ଚହର୍, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ତାରକା ଖେଳାଳି ଆହତ କାରଣରୁ ସିରିଜ୍ ଅଧାରୁ ବାଦ୍ ପଡ଼ିଥିଲେ।

ସୂଚନାଯୋଗ୍ୟ, ଦ୍ୱିତୀୟ ଟି-୨୦ରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ସିରିଜର ଶେଷ ମ୍ୟାଚ୍ ରବିବାର ଖେଳାଯିବ।