Advertisment

IND Vs Pak: ବିସ୍ଫୋରକ ବ୍ୟାଟିଂ ପରେ ବୋଲ୍ଡ ହୋଇଗଲେ ଈଶାନ କିଶନ

ସେ ୪୦ ବଲରେ ୭୭ ରନର ଇନିଂସ ଖେଳି ସୈୟ ଆୟୁବଙ୍କ ବଲରେ ବୋଲ୍ଡ ହୋଇ ଯାଇଛନ୍ତି। ତେବେ ସେ ଭାରତକୁ ଗୋଟିଏ ଦମଦାର ଷ୍ଟାର୍ଟ ଦେବାକୁ ସକ୍ଷମ ହୋଇଛନ୍ତି। ଏହି ବିସ୍ଫୋରକ ଇନିଂସରେ ଈଶାନ କିଶନ ୧୦ଟି ଛକା ଓ ୩ଟି ଛକା ମାରିଛନ୍ତି।

Ishan

ଈଶାନ କିଶନ

Advertisment

ସେ ୪୦ ବଲରେ ୭୭ ରନର ଇନିଂସ ଖେଳି ସୈୟ ଆୟୁବଙ୍କ ବଲରେ ବୋଲ୍ଡ ହୋଇ ଯାଇଛନ୍ତି। ତେବେ ସେ ଭାରତକୁ ଗୋଟିଏ ଦମଦାର ଷ୍ଟାର୍ଟ ଦେବାକୁ ସକ୍ଷମ ହୋଇଛନ୍ତି। ପ୍ରାରମ୍ଭିକ ଝଟକା ସତ୍ତ୍ୱେ ପାକିସ୍ତାନ(IND Vs Pak) ବିରୋଧରେ ବିସ୍ଫୋରକ ଇନିଂସ ଖେଳିଛନ୍ତି ଯୁବ ଓପନର ଈଶାନ କିଶନ। ଏହି ବିସ୍ଫୋରକ ଇନିଂସରେ ଈଶାନ କିଶନ ୧୦ଟି ଛକା ଓ ୩ଟି ଛକା ମାରିଛନ୍ତି। 

Advertisment

ଭାରତ ତାଙ୍କ ଇନିଂସ ଯୋଗୁ ୧୦ ଓଭର ସୁଦ୍ଧା ୨ ୱିକେଟ ହରାଇ ୯୨ ରନ କରିଛି। କ୍ରିଜରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ତଳିକ ବର୍ମା ରହିଛନ୍ତି। ଏହାପୂର୍ବରୁ ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚ୍‌ରେ ଭାରତକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା।

ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ହିଁ ଆଉଟ ହୋଇ ଯାଇଥିଲେ ବିସ୍ଫୋରକ ଅଭିଷେକ ଶର୍ମା। ସମସ୍ତଙ୍କୁ ଚକିତ କରି ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗା ପ୍ରଥମ ଓଭର ବୋଲିଂ କରିଥିଲେ। ଆଉ ସମସ୍ତଙ୍କୁ ଜଳକା କରି ସେ ଓଭରର ଶେଷ ବଲରେ ଅଭିଷେକ ଶର୍ମାଙ୍କୁ ଆଉଟ କରି ଦେଇଥିଲା। ଅଭିଷେକ ଶର୍ମା ୪ ବଲର ସାମ୍ନା କରି ବିନା ରନରେ ଆଉଟ ହୋଇଛନ୍ତି। 

Advertisment

ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଭିଷେକ ଶର୍ମା ଖାତା ଖୋଲିବା ଆଗରୁ ଆଉଟ ହୋଇଛନ୍ତି। ଏହାପୂର୍ବରୁ ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ପ୍ରଥମ ବଲରେ ହିଁ ଶୂନରେ ପ୍ୟାଭିଲିୟନ ଫେରିଥିଲେ। ସେହିପରି ଅସୁସ୍ଥତା କାରଣରୁ ଅଭିଷେକ ଶର୍ମା ନାମିବିୟା ବିପକ୍ଷ ମ୍ୟାଚ୍‌ ଖେଳି ନଥିଲେ। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଭିଷେକ ଫେରିଥିଲେ ହେଁ ପ୍ରଭାବ ଦେଖାଇ ପାରି ନାହାନ୍ତି। 

IND Vs PAK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe