Advertisment

ହାଇଦ୍ରାବାଦ ପାଇଁ ଖେଳିବେ ଈଶାନ କିଶନ, ଆରସିବିକୁ ଗଲେ ଫିଲ ସଲ୍ଟ

ଅନତ୍ୟମ ୱିକେଟ କିପର ଜିତେଶ ଶର୍ମାଙ୍କୁ ମଧ୍ୟ ଆରସିବି ୧୧ କୋଟି ଟଙ୍କାରେ କିଣିଛି।

Ishan Kishan

Ishan Kishan

Advertisment

ଆଇପିଏଲ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ଆସୁଥିବା ୱିକେଟ କିପର ବ୍ୟାଟର ଈଶାନ କିଶନଙ୍କ ଠିକଣା ବଦଳିଛି। ତାଙ୍କୁ ୨୦୨୫ ମେଗା ଅକ୍ସନରେ ସନ ରାଇଜର୍ସ ହାଇଦ୍ରାବାଦ ୧୧.୨୫ କୋଟି ଟଙ୍କା ଦେଇ କିଣିଛି। ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରି ଦେଇଥିଲା।

Advertisment

ସେ ୨ କୋଟିର ବେସ ପ୍ରାଇସ ସହ ଅକ୍ସନକୁ ଆସିଥିଲେ। ମୁମ୍ବାଇ ତାଙ୍କୁ କିଣିବାକୁ ଚେଷ୍ଟା କରିଥିଲେ ହେଁ ୪ କୋଟିରୁ ଆଗକୁ ଯାଇ ନଥିଲା। ଏହାପରେ ପଞ୍ଜାବ ସହ ଦିଲ୍ଲୀର ବିସ ୱାର ହୋଇଥିଲା। କିଶନଙ୍କ ଦାମ ୧୦.୫୦ କୋଟି ଥିବା ବେଳେ ହାଇଦ୍ରାବାଦ ବିଡ ଲଗାଇଥିଲା। ଏହାପରେ ହାଇଦ୍ରାବାଦ ତାଙ୍କୁ ୧୧.୨୫ କୋଟି ଟଙ୍କାରେ କିଣି ନେଇଛି। ଏହାର ଅର୍ଥ ଈଶାନ କିଶନ ୨୦୨୫ରୁ ହାଇଦ୍ରାବାଦ ପାଇଁ ଖେଳିବେ।

ଇଂଲଣ୍ଡର ବିସ୍ଫୋରକ ୱିକେଟ କିପର ବ୍ୟାଟର ଫିଲ ସଲ୍ଟଙ୍କୁ ଆରସିବି କିଣିଛି। ୨୦୨୪ରେ ସଲ୍ଟ କୋଲକାତା ପାଇଁ ଖେଳୁଥିଲେ। ହେଲେ ଏବେ ସେ ଆରସିବିର ନୂଆ ସଦସ୍ୟ ହୋଇଛନ୍ତି। ତାଙ୍କୁ ଆରସିବି ୧୧.୫୦ କୋଟି ଟଙ୍କାରେ କିଣିଛି। ତାଙ୍କୁ କେକେଆର ନେବାକୁ ଚେଷ୍ଟା କରିଥିଲେ ହେଁ ଶେଷରେ ଆରସିବି ବାଜି ମାରି ନେଇଛି।

Advertisment

ଅନତ୍ୟମ ୱିକେଟ କିପର ଜିତେଶ ଶର୍ମାଙ୍କୁ ମଧ୍ୟ ଆରସିବି ୧୧ କୋଟି ଟଙ୍କାରେ କିଣିଛି। ଜିତେଶଙ୍କୁ ନେବା ପାଇଁ ପଞ୍ଜାବ ଚେଷ୍ଟା କରିଥିଲା। ତାଙ୍କ ଦାମ ୭ କୋଟିରେ ପହଞ୍ଚିବା ପରେ ପଞ୍ଜାବ ଆରଟିଏମ ବ୍ୟବହାର କରିଥିଲା। ହେଲେ ଆରସିବି ଜିତେଶଙ୍କ ଦାମକୁ ୧୧ କୋଟି ବଢ଼ାଇ ଦେବାକୁ ପଞ୍ଜାବ ବିଡରୁ ଓହରି ଯାଇଥିଲା।

ଜନ୍ନି ବେୟାରଷ୍ଟୋଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନଥିବା ବେଳେ ରହମନୁଲ୍ଲା ଗୁରବାଜ ବେସ ପ୍ରାଇସ ୨ କୋଟିରେ କୋଲକାତା ପାଖକୁ ଯାଇଛନ୍ତି। ସେହିପରି କ୍ୱିଣ୍ଟନ ଡି’କକଙ୍କୁ କେକେଆର ୩.୬୦ କୋଟି ଟଙ୍କାରେ କିଣିଛି।

IPL Auction Ishan Kishan IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe