Advertisment

ପାକିସ୍ତାନ ବିପକ୍ଷ ବିପର୍ଯ୍ୟୟରୁ ଉଦ୍ଧାର କଲେ ପାଣ୍ଡ୍ୟା ଓ ଈଶାନ କିଶନ

ଈଶାନ କିଶନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି।

author-image
Hemant Lenka
Ishan

Ishan

ଏସିଆ କପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ସାମ୍ନା କରୁଥିବା ଭାରତ ଏବେ ସାମାନ୍ୟ ବିପର୍ଯ୍ୟୟରୁ ମୁକୁଳିଛି। ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ୱିକେଟ କପିର ଈଶାନ କିଶନ ଦମଦାର ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ନେଉଛନ୍ତି।

Advertisment

୬୬ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଏହି ଯୋଡ଼ି କିଛି ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ଈଶାନ କିଶନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଏହା ଈଶାନଙ୍କ ପ୍ରଥମ ଏସୀୟ କପ ଅର୍ଦ୍ଧଶତକ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବେଶ ସତର୍କତାର ସହ ଖେଳ ଜାରି ରଖିଛନ୍ତି।

ଉଭୟ ୫ ୱିକେଟ ପାଇଁ ବ୍ୟାଟିଂ କରୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଭାରତୀୟ ଟିମ ୩୧ ଓଭରରେ ୪ ୱିକେଟ ହରାଇ ୧୫୬ ରନ କରିଛି। ଈଶାନ ୫୮ ଓ ପାଣ୍ଡ୍ୟା ୪୩ ରନ କରି ଅପରାଜିତ ରହିଛନ୍ତି।

Advertisment

ଭାରତ ପାଇଁ ରୋହିତ ଓ ଶୁବମନ ଗିଲ୍‌ ଆଜି ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ରୋହିତ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୪.୨ ଓଭର ସୁଦ୍ଧା ୧୫ ରନରେ ପହଞ୍ଚାଇ ଦେଇଥିଲେ। ଏହାପରେ ବର୍ଷା ହେବାରୁ ଖେଳକୁ ବନ୍ଦ କରାଯାଇଥିଲା।

କିଛି ସମୟରେ ବିରତୀ ପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ସେହି ଓଭର୍‌ର ଶେଷ ବଲରେ ରୋହିତ(୧୧)ଙ୍କୁ ଆଫ୍ରିଦି କ୍ଲିନବୋଲ୍ଡ କରି ଦେଇଥିଲେ। ଏହାପରେ ବିରାଟ କୋହଲି ଆସିଥିଲେ। ସେ ନଶୀମ ଶାହଙ୍କୁ ଚୌକା ମାରି ନିଜର ଦକ୍ଷତା ଦେଖାଇଥିଲେ। କିନ୍ତୁ ଆଫ୍ରିଦି ୬ଷ୍ଠ ଓଭର୍‌ର ୩ୟ ବଲରେ ବିରାଟ(୪)ଙ୍କୁ ବୋଲ୍ଡ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଆଫ୍ରିଦିଙ୍କ ଘାତକ ବୋଲିଂରେ ଭାରତୀୟ ବ୍ୟାଟର ସଂଘର୍ଷ କରିବାରେ ଲାଗିଛନ୍ତି।

ଶ୍ରେସୟ ଆୟର ଭଲ ଲୟରେ ଥିଲେ ମଧ୍ୟ କେବଳ ୧୪ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ହାରିସ ରୌଫ ଆଉଟ କରିଛନ୍ତି। ଶୁବମନ ଗିଲ୍‌ ୩୨ ବଲର ସମ୍ମୁଖୀନ ହୋଇଥିଲେ ହେଁ କେବଳ ୧୦ ରନ କରିଥିଲେ। ତାଙ୍କ ୱିକେଟ ମଧ୍ୟ ହାରିସ ରୌଫ ନେଇଛନ୍ତି।

Hardik Pandya Asia Cup Cricket Asia Cup 2023