Advertisment

ଆହତ ରାହୁଲଙ୍କ ସ୍ଥାନ ନେଲେ ଈଶାନ କିଶନ, ଷ୍ଟାଣ୍ଡବାଇରେ ସୂର୍ଯ୍ୟ କୁମାର

ସ୍କ୍ୱାଡରେ କେଏଲ ରାହୁଲଙ୍କ ସହ କେଏସ୍‌ ଭରତ ୱିକେଟ କିପର ଭାବେ ସ୍ଥାନ ପାଇଥିଲେ। କିନ୍ତୁ ରାହୁଲ ଆହତ ହେବାରୁ ଏବେ ଈଶାନଙ୍କୁ ୱିକେଟ କିପର ଭାବେ ସ୍କ୍ୱାଡରେ ବିସିସିଆଇ ସାମିଲ କରିଛି।

KL Rahul

KL Rahul

Advertisment

ଆଇପିଏଲ ବେଳେ ଆହତ ହୋଇଥିବା କେଏଲ ରାହୁଲଙ୍କ ସ୍ଥାନ ନେଇଛନ୍ତି ଯୁବ ବ୍ୟାଟର ଈଶାନ କିଶନ। ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିବା ରାହୁଲଙ୍କର ଖୁବଶୀଘ୍ର ସର୍ଜରୀ ହେବ। ଏଥିପାଇଁ ସେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଓ ଆସନ୍ତା ମାସରେ ଖେଳା ଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳିପାରିବେ ନାହିଁ। ଏବେ ତାଙ୍କ ସ୍ଥାନରେ ଈଶାନଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ସାମିଲ କରାଯାଇଛି।

Advertisment

ଏଯାଏ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରି ନଥିବା ଈଶାନ କିଶନ ଇଂଲଣ୍ଡର ଓଭାଲରେ ଖେଳା ଯିବାକୁ ଥିବା ମ୍ୟାଚ୍‌ ପାଇଁ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଜୁନ ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା। ବିସିସିଆଇ ପକ୍ଷରୁ ୧୫ ଜଣିଆ ସ୍କ୍ୱାଡ ମଧ୍ୟ ଘୋଷଣା କରାଯାଇଥିଲା।

ସ୍କ୍ୱାଡରେ କେଏଲ ରାହୁଲଙ୍କ ସହ କେଏସ୍‌ ଭରତ ୱିକେଟ କିପର ଭାବେ ସ୍ଥାନ ପାଇଥିଲେ। କିନ୍ତୁ ରାହୁଲ ଆହତ ହେବାରୁ ଏବେ ଈଶାନଙ୍କୁ ୱିକେଟ କିପର ଭାବେ ସ୍କ୍ୱାଡରେ ବିସିସିଆଇ ସାମିଲ କରିଛି। 

Advertisment

ରାହୁଲଙ୍କ ବ୍ୟତୀତ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ଥିବା ଦୁଇ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଉମେଶ ଯାଦବ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଆଇପିଏଲରେ ଲକ୍ଷ୍ନୌ ପାଇଁ ଖେଳୁଥିବା ଉନାଦକତ ନେଟ୍ସରେ ବୋଲିଂ କରିବା ବେଳେ ଆହତ ହୋଇଥିଲେ। ଏବେ ସେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହାବ ପ୍ରକ୍ରିୟା କରୁଛନ୍ତି। ତାଙ୍କ ଆହତ ସମସ୍ୟା ଉପରେ ଗୋଟିଏ ସ୍ୱତନ୍ତ୍ର ମେଡିକାଲ ଟିମ ନଜର ରଖିଛି। ସେ ଫିଟ ହେବାର ସମ୍ଭବନା ଥିବାରୁ ବିସିସିଆଇ ବର୍ତ୍ତମାନ ସମୟରେ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିନି।

ସେହିପରି ଆଇପିଏଲରେ କୋଲକାତା ପକ୍ଷରୁ ଖେଳୁଥିବା ଉମେଶ ଯାଦବ ମଧ୍ୟ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଛନ୍ତି। ହେଲେ ସେ ଏବେ କେକେଆର ମେଡିକାଲ ଟିମ ତତ୍ତ୍ୱାବଧାନରେ ରହିଛନ୍ତି। ଧୀରେଧୀରେ ମଧ୍ୟ ସେ ବୋଲିଂ କରିବା ଆରମ୍ଭ କଲେଣି। ବିସିସିଆଇ ମେଡିକାଲ ଟିମ କେକେଆର ମ୍ୟାନେଜମେଣ୍ଟ ସହ ନିୟମିତ ଯୋଗାଯୋଗରେ ରହିଛି। ତେଣୁ ଉମେଶଙ୍କ ଆହତ ଉପରେ ମଧ୍ୟ ରଖାଯାଇଛି।

ଉମେଶ ଓ ଉନାଦକତ ଫିଟ ହେବାର ସମ୍ଭାବନା ଥିଲେ ମଧ୍ୟ ବିସିସିଆଇ ୩ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ରଖିଛି। ଶେଷ ମୁହୂର୍ତ୍ତରେ ଏମାନଙ୍କ ମଧ୍ୟରୁ କାହାକୁ ବି ବିସିସିଆଇ ଓଭାଲ ପଠାଇପାରେ। ୩ ଖେଳାଳି ହେଲେ ଋତୁରାଜ ଗାଏକ୍ୱାଡ, ମୁକେଶ କୁମାର ଓ ସୂର୍ଯ୍ୟ କୁମାର ଯାଦବ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକର ଓ ଈଶାନ କିଶନ(ୱିକେଟ କିପର)।

ଷ୍ଟାଣ୍ଡବାଇ ଖେଳାଳି: ଋତୁରାଜ ଗାଏକ୍ୱାଡ, ମୁକେଶ କୁମାର ଓ ସୂର୍ଯ୍ୟ କୁମାର ଯାଦବ।

KL Rahul World Test Championship Finale WTC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe