Advertisment

ବିସିସିଆଇ ଚୁକ୍ତିରୁ ବିଦା ହେବେ ଶ୍ରେୟସ ଆୟର ଓ ଈଶାନ କିଶନ!

ଶ୍ରେୟସ ଓ ଈଶାନଙ୍କୁ ବିସିସିଆଇ ତା’ର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ଦେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

author-image
Hemant Lenka
BCCI

BCCI

ଟିମ ଇଣ୍ଡିଆର ଦୁଇ ଯୁବ ବ୍ୟାଟରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବିସିସିଆଇ। ଉଭୟ ଜାତୀୟ ଟିମରୁ ବାଦ ପଡ଼ିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ରଣଜୀ ଟ୍ରଫିରୁ ନିଜକୁ ଦୂରେଇ ରଖିଥିଲେ।

Advertisment

ବିସିସିଆଇ ଉଭୟଙ୍କୁ ବାରମ୍ବାର ତାଗିଦ କରିବା ସହ ରଣଜୀ ଟ୍ରଫି ଖେଳିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଉଭୟ ବିସିସିଆଇର କଥାକୁ ଖାତିର କରି ନଥିଲେ। ରଣଜୀ ଟ୍ରଫି ନ ଖେଳି ଈଶାନ କିଶନ ଆଇପିଏଲ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏହାକୁ ନେଇ ବିସିସିଆଇ ବେଶ ଅସନ୍ତୋଷ ପ୍ରକାଶ କରିଥିଲା।  

ଏବେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିସିସିଆଇ ବିଚାର କରୁଛି। ଶ୍ରେୟସ ଓ ଈଶାନଙ୍କୁ ବିସିସିଆଇ ତା’ର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ଦେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୨୦୨୩-୨୪ ସିଜିନ ପାଇଁ ଜାରି ହେବାକୁ ଥିବା ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରୁ ଶ୍ରେୟସ ଓ ଈଶାନ ବାଦ ପଡ଼ି ପାରନ୍ତି। ବୋର୍ଡର ନିର୍ଦ୍ଦେଶ ସତ୍ତ୍ୱେ ଉଭୟ ଘରୋଇ କ୍ରିକେଟରୁ ନିଜକୁ ଦୂରେଇ ରଖିଥିଲେ। ଏଥିପାଇଁ ସେମାନଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ୨୦୨୩-୨୪ ସିଜିନରେ କେଉଁ ଖେଳାଳି ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ରହିବେ, ତା’ର ତାଲିକା ପ୍ରସ୍ତୁତ କରିସାରିଛି। ତାଲିକାକୁ ବିସିସିଆଇ ଖୁବଶୀଘ୍ର ସାର୍ବଜନୀନ କରିବ। ଏହି ତାଲିକାରେ ଶ୍ରେୟସ ଓ ଈଶାନଙ୍କ ନାଁ ନଥିବା ଜଣାପଡ଼ିଛି।

ଇଂଲଣ୍ଡ ବିପକ୍ଷ ପ୍ରଥମେ ୨ଟି ଟେଷ୍ଟରେ ଶ୍ରେୟସ ଆୟର ଖେଳିଥିଲେ। କିନ୍ତୁ ସେ ସେମିତି କିଛି କରି ପାରି ନଥିଲେ। ଏହାପରେ ଆହତ ସମସ୍ୟା ଯୋଗୁ ତାଙ୍କୁ ବାକି ୩ ଟେଷ୍ଟରୁ ବାଦ ଦିଆଯାଇଥିଲା। ତେଣୁ ସମ୍ଭବତଃ ଶ୍ରେୟସ ଆୟର ବିସିସିଆଇ ଚୁକ୍ତିରୁ ବାଦ ନ ପଡ଼ିପାରନ୍ତି ବୋଲି ଆଉ ଗୋଟିଏ ରିପୋର୍ଟରେ ଦାବି କରାଯାଇଛି।

୨୦୨୨-୨୩ କେନ୍ଦ୍ର ଚୁକ୍ତିକୁ ଦେଖିଲେ ଈଶାନ କିଶନ ସି ଓ ଶ୍ରେୟସ ଆୟର ବି ବର୍ଗରେ ରହିଥିଲେ। ଈଶାନଙ୍କୁ ବାର୍ଷିକ ୧ କୋଟି ଓ ଶ୍ରେୟସ ୩ କୋଟି ଟଙ୍କା ଚୁକ୍ତି ଅନୁସାରେ ପାଉଛନ୍ତି।

Bcci Shreyas Iyer Ishan Kishan