Advertisment

ବିସିସିଆଇର ନୂଆ ଫିଟନେସ୍ ଟେଷ୍ଟ ପାସ୍ କଲେ ତିନି କ୍ରିକେଟର୍

ମୁମ୍ବାଇ: ବିସିସିଆଇର ନୂଆ ଫିଟନେସକୁ ତିନି କ୍ରିକେଟର ପାସ୍ କରିନେଇଛନ୍ତି। ଏହି ତିନି କ୍ରିକେଟର୍ ହେଲେ ଜୟଦେବ ଉନାଦକଟ୍, ଇଶାନ୍ କିଶନ ଓ ସିଦ୍ଧାର୍ଥ କୌଲ୍। ଏହା ପୂର୍ବରୁ ଗତକାଲି ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବିସିସିଆଇର ନୂଆ ଫିଟନେସ୍ ଟେଷ୍ଟରେ ୬ଜଣ ଭାରତୀୟ ଖେଳାଳି ଫେଲ୍ ହୋଇଛନ୍ତି। କିନ୍ତୁ ଏହାର ଦିନକ ପରେ ତିନିଜଣ ଖେଳାଳି ଏହି କଷ୍ଟସାଧ୍ୟ ଟେଷ୍ଟକୁ ପାସ୍ କରିବାରେ ସଫଳ ହୋଇଛନ୍ତି। ବିସିସିଆଇର ନୂଆ ଫିଟନେସ୍ ଟେଷ୍ଟ ଅନୁଯାୟୀ, ୨ […]

author-image
Ranjit Kumar Jena
ବିସିସିଆଇର ନୂଆ ଫିଟନେସ୍ ଟେଷ୍ଟ ପାସ୍ କଲେ ତିନି କ୍ରିକେଟର୍

bcci11

ମୁମ୍ବାଇ: ବିସିସିଆଇର ନୂଆ ଫିଟନେସକୁ ତିନି କ୍ରିକେଟର ପାସ୍ କରିନେଇଛନ୍ତି। ଏହି ତିନି କ୍ରିକେଟର୍ ହେଲେ ଜୟଦେବ ଉନାଦକଟ୍, ଇଶାନ୍ କିଶନ ଓ ସିଦ୍ଧାର୍ଥ କୌଲ୍। ଏହା ପୂର୍ବରୁ ଗତକାଲି ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବିସିସିଆଇର ନୂଆ ଫିଟନେସ୍ ଟେଷ୍ଟରେ ୬ଜଣ ଭାରତୀୟ ଖେଳାଳି ଫେଲ୍ ହୋଇଛନ୍ତି। କିନ୍ତୁ ଏହାର ଦିନକ ପରେ ତିନିଜଣ ଖେଳାଳି ଏହି କଷ୍ଟସାଧ୍ୟ ଟେଷ୍ଟକୁ ପାସ୍ କରିବାରେ ସଫଳ ହୋଇଛନ୍ତି।

Advertisment

ବିସିସିଆଇର ନୂଆ ଫିଟନେସ୍ ଟେଷ୍ଟ ଅନୁଯାୟୀ, ୨ କିଲୋମିଟର ଦୌଡ଼କୁ ଖେଳାଳିମାନେ ସାଢ଼େ ୮ ମିନିଟ୍ ଭିତରେ ଅତିକ୍ରମ କରିବାକୁ ହେବ। ଆଜି ଏହି ଟେଷ୍ଟକୁ ଅତିକ୍ରମ କରିଛନ୍ତି ଈଶାନ୍ କିଶନ, ଉନାଦକଟ୍ ଓ ସିଦ୍ଧାର୍ଥ କୌଲ୍। ଏହି ତିନି କ୍ରିକେଟର୍ ୧୭.୧ ସ୍କୋର ସହ ଏହି ନୂଆ ୟୋ-ୟୋ ଟେଷ୍ଟକୁ ପାସ୍ କରିଛନ୍ତି।

https://twitter.com/JUnadkat/status/1360159995287904256?s=20

ସୂଚନାଯୋଗ୍ୟ, ଗତକାଲି ଏହି ଟେଷ୍ଟରେ ସଞ୍ଜୁ ସାମସନ୍, ଈଶାନ୍ କିଶନ, ନୀତୀଶ ରାଣା, ରାହୁଲ ତେୱାତିଆ, ସିଦ୍ଧାର୍ଥ କୌଲ୍ ଓ ଜୟଦେବ ଉନାଦକଟ୍ ଫେଲ୍ ହୋଇଥିବା ବିସିସିଆଇର ଏକ ସୂତ୍ର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଥିଲା। ତେବେ ଏହି ଖେଳାଳିମାନଙ୍କୁ ପୁଣିଥରେ ସୁଯୋଗ ମିଳିବ ବୋଲି ବିସିସିଆଇ ସୂତ୍ରରୁ ଖବର ମିଳିଥିଲା। ତେବେ ଦ୍ୱିତୀୟଥର ଖେଳାଳିମାନେ ଫିଟନେସ୍ ଟେଷ୍ଟରେ ପାସ୍ ନହେଲେ, ତାହେଲେ ଇଂଲଣ୍ଡ ବିପକ୍ଷ ହେବାକୁଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ସିଲେକ୍ସନ୍ ହେବା କଷ୍ଟକର। ଏହା ପୂର୍ବରୁ ୨୦୧୮ରେ ମଧ୍ୟ ୟୋ-ୟୋ ଟେଷ୍ଟରେ ଫେଲ୍ ହେବାରୁ ସାମସନ୍, ପେସ୍ ବୋଲର ମହମ୍ମଦ ଶାମି ଓ ଅମ୍ବାତି ରାୟୁଡୁଙ୍କୁ ଇଂଲଣ୍ଡ ଗସ୍ତରେ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ଚୟନ କରାଯାଇନଥିଲା।

Advertisment