Advertisment

ନୂଆ ରେକର୍ଡ କଲେ ଈଶାନ କିଶନ

ଦୁବାଇ: ଚଳିତ ଆଇପିଏଲରେ ନୂଆ ରେକର୍ଡ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଈଶାନ କିଶନ କିଶନ। ଆଜି ମୁମ୍ବାଇ ତା’ର ଶେଷ ତଥା ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚ୍‌ ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳୁଛି। ଏହି ମ୍ୟାଚ୍‌କୁ ବୃହତ୍ତ ବ୍ୟବଧାନରେ ଜିତିଲେ ହିଁ ଦଳ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରିବ। ଏଥିପାଇଁ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ପାଇଁ ଇଶାନ ବିସ୍ଫୋରକ ଆରମ୍ଭ କରିଛନ୍ତି। ସେ ପ୍ରଥମ ମୁମ୍ବାଇ ବ୍ୟାଟ୍ସମ୍ୟାନ […]

ନୂଆ ରେକର୍ଡ କଲେ ଈଶାନ କିଶନ

Ishan

Advertisment

ଦୁବାଇ: ଚଳିତ ଆଇପିଏଲରେ ନୂଆ ରେକର୍ଡ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଈଶାନ କିଶନ କିଶନ। ଆଜି ମୁମ୍ବାଇ ତା’ର ଶେଷ ତଥା ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚ୍‌ ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳୁଛି। ଏହି ମ୍ୟାଚ୍‌କୁ ବୃହତ୍ତ ବ୍ୟବଧାନରେ ଜିତିଲେ ହିଁ ଦଳ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରିବ।

Advertisment

ଏଥିପାଇଁ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ପାଇଁ ଇଶାନ ବିସ୍ଫୋରକ ଆରମ୍ଭ କରିଛନ୍ତି। ସେ ପ୍ରଥମ ମୁମ୍ବାଇ ବ୍ୟାଟ୍ସମ୍ୟାନ ଭାବେ ମାତ୍ର ୧୬ ବଲ୍‌ରେ ୫୦ ରନ୍‌ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପୂର୍ବରୁ ସେ ହାର୍ଦ୍ଦିକ ପାଣ୍ଡ୍ୟା ଓ କାଏରନ ପୋଲାର୍ଡଙ୍କ ସହ ମିଳିତ ଭାବେ ମୁମ୍ବାଇ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ଏମାନେ ସମସ୍ତେ ୧୭ ବଲରେ ୫୦ ରନ ହାସଲ କରିଥିଲେ।

ହେଲେ ଆଜି ସେ ଏହାକୁ ଭାଙ୍ଗି ଦେଇଛନ୍ତି। ଚଳିତ ଆଇପିଏଲରେ ମଧ୍ୟ ଈଶାନ ସବୁଠାରୁ କମ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏବେ ବି ଈଶାନ ବ୍ୟାଟିଂ ଜାରି ରଖିଛନ୍ତି।

Advertisment

ଅନ୍ୟପକ୍ଷରେ ଆଇପିଏଲ ଇତିହାସରେ ସବୁଠାରୁ କମ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ପଞ୍ଜାବ କିଙ୍ଗସ ଅଧିନାୟକ କେଏଲ ରାହୁଲଙ୍କ ନାଁରେ ରହିଛି। ସେ ୨୦୧୮ରେ ମାତ୍ର ୧୪ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଈଶାନ ତୃତୀୟ ଦ୍ରୁତତମ ଖେଳାଳି ଭାବେ ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe