୩୦୦ ୱିକେଟ୍ ପୂରଣ କଲେ ଈଶାନ୍ତ ଶର୍ମା

ଚେନ୍ନାଇ: ଟିମ୍ ଇଣ୍ଡିଆର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଈଶାନ୍ତ ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ୍ ନେଇ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଇଂଲଣ୍ଡ ଦ୍ୱିତୀୟ ଇନିଂସର ୧୬ତମ ଓଭରରେ ଡାନ୍ ଲରେନ୍ସଙ୍କ ୱିକେଟ୍ ନେଇ ଈଶାନ୍ତ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଈଶାନ୍ତ ତୃତୀୟ ଭାରତୀୟ ପେସ୍ ବୋଲର ଭାବେ ଟେଷ୍ଟରେ ୩୦୦ତମ ୱିକେଟ୍ ନେଇଛନ୍ତି। ଈଶାନ୍ତ ମଧ୍ୟ ୩୦୦ରୁ ଅଧିକ ୱିକେଟ୍ ନେବାରେ […]

ishant1

ishant1

Ranjit Kumar Jena
  • Published: Monday, 08 February 2021
  • Updated: 08 February 2021, 01:57 PM IST

Sports

Latest News

ଚେନ୍ନାଇ: ଟିମ୍ ଇଣ୍ଡିଆର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଈଶାନ୍ତ ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ୍ ନେଇ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଇଂଲଣ୍ଡ ଦ୍ୱିତୀୟ ଇନିଂସର ୧୬ତମ ଓଭରରେ ଡାନ୍ ଲରେନ୍ସଙ୍କ ୱିକେଟ୍ ନେଇ ଈଶାନ୍ତ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଈଶାନ୍ତ ତୃତୀୟ ଭାରତୀୟ ପେସ୍ ବୋଲର ଭାବେ ଟେଷ୍ଟରେ ୩୦୦ତମ ୱିକେଟ୍ ନେଇଛନ୍ତି। ଈଶାନ୍ତ ମଧ୍ୟ ୩୦୦ରୁ ଅଧିକ ୱିକେଟ୍ ନେବାରେ ଭାରତର ଷଷ୍ଠ ବୋଲର ହୋଇଛନ୍ତି।

ଭାରତର ପୂର୍ବତନ ଲେଗ୍ ସ୍ପିନର୍ ଅନୀଲ କୁମ୍ବଲେ ସର୍ବାଧିକ ୬୧୯ ୱିକେଟ୍ ନେଇ ଆଗରେ ରହିଥିବା ବେଳେ କିମ୍ବଦନ୍ତୀ ଅଲରାଉଣ୍ଡର କପିଲ୍ ଦେବ ୪୩୪ ୱିକେଟ୍ ସହ ଦ୍ୱିତୀୟରେ ରହିଛନ୍ତି। ଏହା ପରକୁ ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହ (୪୧୭), ରବିଚନ୍ଦ୍ରନ୍ ଅଶ୍ୱିନ୍ (୩୮୨) ଓ ଜାହିର୍ ଖାନ୍ (୩୧୧) ଅଛନ୍ତି।

୨୦୨୦ରେ ୟୁଏଇରେ ଆୟୋଜିତ ଆଇପିଏଲର ୧୩ଶ ସଂସ୍କରଣରେ ଈଶାନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ। ଏହା ପରେ ଆହତ କାରଣରୁ ଈଶାନ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ। କିନ୍ତୁ ଏବେ ସେ ଫିଟ୍ ହୋଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଉପଲବ୍ଧ ହୋଇଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଈଶାନ୍ତ ୨୭ ଓଭର ବୋଲିଂ କରି ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos