ishant-sharma
ଅହମ୍ମଦାବାଦ: ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟ। ଏହି ଐତିହାସିକ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ପଦାର୍ପଣ କରିଛନ୍ତି। ତେବେ ମଇଦାନକୁ ଓହ୍ଲାଇବା ପୂର୍ବରୁ ଈଶାନ୍ତଙ୍କୁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ ସ୍ପେଶାଲ ମେମେଣ୍ଟୋ ଦେଇ ସମ୍ମାନିତ କରିଛନ୍ତି।
ଈଶାନ୍ତ ଭାରତର ଏକାଦଶ ଖେଳାଳି ଓ ଦ୍ୱିତୀୟ ପେସ୍ ବୋଲର ଭାବେ ୧୦୦ତମ ଟେଷ୍ଟ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ବଡ଼ ଉପଲବ୍ଧି ପାଇଁ ଈଶାନ୍ତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ଅବସରରେ ଈଶାନ୍ତ କହିଛନ୍ତି, ଯଦି ଆପଣ ୧୪ ବର୍ଷ ଧରି କ୍ରିକେଟ୍ ଖେଳୁଛନ୍ତି, ତାହା ବହୁତ ବଡ଼ ଉପଲବ୍ଧି। ପ୍ରତି କ୍ରିକେଟରଙ୍କ କ୍ୟାରିୟରେ ଉତଥାନ ଓ ପତନ ଲାଗି ରହିଛି। ଜଣେ କ୍ରିକେଟର ଭାବେ ମୁଁ ଅନେକ କିଛି ପାଇଛି। ମୁଁ ମୋ କ୍ୟାରିୟରରେ ଜାହିର ଖାନଙ୍କ ଠାରୁ ବହୁତ କିଛି ଶିଖିବାକୁ ପାଇଛି। ଏହାସହ ମୁଁ ଫିଟନେସକୁ ସର୍ବଦା ଗୁରୁତ୍ୱ ଦେଇ ଆସିଛି। ଫିଟନେସ୍ ହିଁ ଆଜି ମୋତେ ଏହି ସ୍ଥାନରେ ପହଞ୍ଚାଇଛି।
https://twitter.com/BCCI/status/1364504917344284672?s=20
ବିଶ୍ୱର ଏହି ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମର ଉଦଘାଟନ ସମାରୋହରେ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀଙ୍କ ସମେତ ବିସିସିଆଇ ସମ୍ପାଦକ ଜୟ ଶାହ ଓ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସର୍ଦ୍ଦାର ପଟେଲ ସ୍ପୋର୍ଟ୍ସ ଏନକ୍ଲେଭର ଭୂମି ପୂଜନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/ishant-sharma.jpg)