Advertisment

ଗୁଜରାଟ ଟାଇଟନ୍ସ ମ୍ୟାଚ୍‌ ଜିତିଲା, କିନ୍ତୁ କାହିଁକି ଜୋରିମାନା ଦେବେ ଈଶାନ୍ତ ଶର୍ମା?

ଈଶାନ୍ତ ଶର୍ମାଙ୍କ ମ୍ୟାଚ୍‌ ଫି’କୁ ୨୫% କାଟ କରାଯାଇଥିବା ବେଳେ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି।

author-image
Hemant Lenka
Ishant Sharma

Ishant Sharma

ଆଇପିଏଲରେ ରବିବାର ସନରାଇଜର୍ସ ହାଇଦ୍ରବାଦ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଟିମ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା। ଏହାର ଜବାବରେ ଗୁଜରାଟ ଶୁବମନ ଗିଲଙ୍କ ଅପରାଜିତ ୬୧, ୱାଶିଂଟନ ସୁନ୍ଦରଙ୍କ ୪୯ ଓ ଶେରଫନ ରଥର୍ଫୋଡଙ୍କ ଅପରାଜିତ ୩୫ ରନ ବଳରେ ମ୍ୟାଚ୍‌କୁ ୧୬.୪ ଓଭରରେ ୩ ୱିକେଟ ହରାଇ ଜିତି ନେଇଥିଲା। 

Advertisment

ଏହି ବିଜୟ ସହ ଗୁଜରାଟ ଆଇପିଏଲ ପଏଣ୍ଟ ଟେବୁଲର ୨ ନମ୍ବର ସ୍ଥାନକୁ ଉଠିଥିବା ବେଳେ ହାଇଦ୍ରାବାଦ ୧୦ ନମ୍ବର ସ୍ଥାନକୁ ଖସି ଯାଇଛି। ଦଳ କ୍ରମାଗତ ୪ଟି ମ୍ୟାଚ୍ ହାରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗୁଜରାଟ ମ୍ୟାଚ୍‌ ଜିତିଥିଲେ ହେଁ ଦଳର ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ବଡ଼ ଝଟକା ଲାଗିଛି।

ଈଶାନ୍ତ ଶର୍ମାଙ୍କ ମ୍ୟାଚ୍‌ ଫି’କୁ ୨୫% କାଟ କରାଯାଇଥିବା ବେଳେ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି। ସେ ମ୍ୟାଚ୍‌ ବେଳେ ଆଇପିଏଲର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ବିସିସିଆଇକୁ ପକ୍ଷରୁ ଏପରି ଦଣ୍ଡ ଦିଆଯାଇଛି।

Advertisment

ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଈଶାନ୍ତ ଶର୍ମା ଲେଭଲ ୧ ଅପରାଧକୁ ସ୍ୱୀକାର କରିଛନ୍ତି। ଲେଭଲ ୧ ଅପରାଧ ଧାରା ୨.୨ ଅଧୀନରେ ରହିଛି। ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ମ୍ୟାଚ୍‌ ରେଫରୀ ଦଣ୍ଡ ବିଧାନ କରିଥିଲେ। ଏହାକୁ ସେ ଗ୍ରହଣ କରି ନେଇଛନ୍ତି। ଲେଭଲ ୧ ଆଚରଣ ବିଧି ଉଲ୍ଲଙ୍ଘନରେ ମ୍ୟାଚ୍‌ ରେଫରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଓ ଏହାକୁ ମାନିବାକୁ ସମସ୍ତେ ବାଧ୍ୟ।”

କ୍ରିକେଟ ସରଞ୍ଜାମ କିମ୍ବା କପଡ଼ା, ଗ୍ରାଉଣ୍ଡ ସରଞ୍ଜାମ କିମ୍ବା ଫିକ୍ସର ଓ ମ୍ୟାଚ୍‌ ବେଳେ କୌଣସି ଜିନିଷକୁ କ୍ଷତି ପହଞ୍ଚାଇବା ଆଦି ଅପରାଧ ଆପିଏଲ ଆଚରଣ ବିଧି ଉଲ୍ଲଙ୍ଘନର ଧାରା ୨.୨ ଅଧୀନରେ ରହିଛି। ଈଶାନ୍ତଙ୍କ ପ୍ରକୃତ ଅପରାଧ ବିଷୟରେ କିଛି ବି କୁହାଯାଇ ନଥିଲେ ହେଁ ସେ କେବଳ ଲଭେଲ ୧ ଅପରାଧ କରିଥିବା ବିସିସିଆଇ ସୂଚିତ କରିଛି। ଏଥିପାଇଁ ତାଙ୍କ ଉପରେ ଫାଇନ ଲଗାଯାଇଛି।

ମ୍ୟାଚ୍ କଥା ବିଚାରକୁ ନେଲେ ଗୁଜରାଟ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲରେ ନିଜର ଦବଦବା ଦେଖାଇଛି। ଦଳର ବିଜୟରେ ବୋଲରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମହମ୍ମଦ ସିରାଜ ୪ ଓଭରରେ ମାତ୍ର ୧୭ ରନ ଦେଇ ୪ ୱିକେଟ ଦଖଲ କରିଥିଲେ। ଏହା ତାଙ୍କ ଆଇପିଏଲ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସିରାଜ ଗୁଜରାଟ ପାଇଁ ସବୁ ଠାରୁ ଭଲ ବୋଲିଂ କରିଥିବା ବେଳେ ଈଶାନ୍ତ ଶର୍ମା ୪ ଓଭରରେ ୫୩ ରନ ଦେଇ କୌଣସି ୱିକେଟ ପାଇ ନାହାନ୍ତି।

IPL IPL 2025 Ishant Sharma