Advertisment

୧୦୦ତମ ଟେଷ୍ଟରେ ଈଶାନ୍ତଙ୍କୁ ବଡ଼ ସଫଳତା

ଅହମ୍ମଦାବାଦ: ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମରେ ପ୍ରଥମ ସଫଳତା ଅର୍ଜନ କରିଛନ୍ତି ଟିମ୍ ଇଣ୍ଡିଆ ଅଭିଜ୍ଞ ପେସର୍ ଈଶାନ୍ତ ଶର୍ମା। ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଈଶାନ୍ତ ଶର୍ମା ଇନିଂସର ତୃତୀୟ ଓଭରରେ ଇଂଲିଶ ଟିମର ଓପ୍ନର ଡମ୍ ସିବଲେଙ୍କୁ ଆଉଟ୍ କରିଛନ୍ତି। ଫର୍ମରେ ଥିବା ସିବଲେ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ଈଶାନ୍ତ ଇନିଂସର ପ୍ରଥମ ଓଭରରେ ମେଡେନ୍ ଦେଇଥିବା ନିଜ ସ୍ପେଲର ଦ୍ୱିତୀୟ ଓଭରର ଦ୍ୱିତୀୟ ବଲ୍ ନୋ’ ବଲ୍ ପକାଇଥିଲେ। କିନ୍ତୁ […]

ଅଦ୍ୟତନ ହୋଇଛି
୧୦୦ତମ ଟେଷ୍ଟରେ ଈଶାନ୍ତଙ୍କୁ ବଡ଼ ସଫଳତା

ishant1

Advertisment

ଅହମ୍ମଦାବାଦ: ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମରେ ପ୍ରଥମ ସଫଳତା ଅର୍ଜନ କରିଛନ୍ତି ଟିମ୍ ଇଣ୍ଡିଆ ଅଭିଜ୍ଞ ପେସର୍ ଈଶାନ୍ତ ଶର୍ମା। ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଈଶାନ୍ତ ଶର୍ମା ଇନିଂସର ତୃତୀୟ ଓଭରରେ ଇଂଲିଶ ଟିମର ଓପ୍ନର ଡମ୍ ସିବଲେଙ୍କୁ ଆଉଟ୍ କରିଛନ୍ତି। ଫର୍ମରେ ଥିବା ସିବଲେ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ।

Advertisment

ଈଶାନ୍ତ ଇନିଂସର ପ୍ରଥମ ଓଭରରେ ମେଡେନ୍ ଦେଇଥିବା ନିଜ ସ୍ପେଲର ଦ୍ୱିତୀୟ ଓଭରର ଦ୍ୱିତୀୟ ବଲ୍ ନୋ' ବଲ୍ ପକାଇଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ଈଶାନ୍ତ ସଠିକ୍ ଲାଇନରେ ବଲ୍ ପକାଇଥିଲେ, ଯାହାକୁ ବୁଝି ନପାରି ସିବଲେ ଦ୍ୱିତୀୟ ସ୍ଲିପରେ ଫିଲ୍ଡିଂ କରୁଥିବା ରୋହିତ୍ ଶର୍ମା କ୍ୟାଚ୍ ଧରିଥିଲେ।

https://twitter.com/BCCI/status/1364509433116516353?s=20

ଈଶାନ୍ତ ଭାରତର ଦ୍ୱିତୀୟ ପେସ୍‌ର ଭାବେ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚ୍ ଖେଳୁଛନ୍ତି। ଏହା ପୂର୍ବରୁ କପିଲ୍ ଦେବ ଭାରତ ପକ୍ଷରୁ ୧୩୧ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେହିପରି ଈଶାନ୍ତ ଚତୁର୍ଥ ଭାରତୀୟ ବୋଲର ଭାବେ ଟେଷ୍ଟରେ ୧୦୦ତମ ମ୍ୟାଚ୍ ଖେଳିଛନ୍ତି। ଅନୀଲ କୁମ୍ବଲେ ଓ ହରଭଜନ ସିଂହ ଭାରତ ପକ୍ଷରୁ ୧୦୦ ଟେଷ୍ଟ ଖେଳିଛନ୍ତି। ଅହମ୍ମଦାବାଦ ଟେଷ୍ଟ ପୂର୍ବରୁ ଈଶାନ୍ତ ୯୯ ଟେଷ୍ଟରେ ୩୦୨ ୱିକେଟ୍ ହାସଲ କରିଥିଲେ, ଯେଉଁଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୭/୭୪ ଥିଲା।

Advertisment
India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe