Advertisment

'ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ ବେଳେ ଲାଗୁଥିଲା ଯେପରି ଯୁଦ୍ଧ ଲଢ଼ିବାକୁ ଯାଉଛି’

ଅହମ୍ମଦାବାଦ: ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ୍ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ପଦାର୍ପଣ କରିଥିଲେ। ଏହି ଗସ୍ତ ମଧ୍ୟ ଗିଲଙ୍କ ପାଇଁ ବେଶ ସଫଳ ରହିଥିଲା ଏବଂ ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଥିଲା ବୋଲି ସେ କହିଛନ୍ତି। ଏହାସହ ଗିଲ୍ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ପଦାର୍ପଣ କରିବା ସମୟରେ ଲାଗିଲା ଯେପରି ସେ କୌଣସି ଯୁଦ୍ଧ ଲଢ଼ିବାକୁ ଯାଉଛି ଏବଂ ସେଠାରେ ଏତିକି ଶିଖିଲି ଯେ କୌଣସି ପରିସ୍ଥିତିରେ କାହାକୁ ବି କମ୍ ନମାନିବା ଦରକାର। […]

'ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ ବେଳେ ଲାଗୁଥିଲା ଯେପରି ଯୁଦ୍ଧ ଲଢ଼ିବାକୁ ଯାଉଛି’

gill

Advertisment

ଅହମ୍ମଦାବାଦ: ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ୍ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ପଦାର୍ପଣ କରିଥିଲେ। ଏହି ଗସ୍ତ ମଧ୍ୟ ଗିଲଙ୍କ ପାଇଁ ବେଶ ସଫଳ ରହିଥିଲା ଏବଂ ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଥିଲା ବୋଲି ସେ କହିଛନ୍ତି। ଏହାସହ ଗିଲ୍ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ପଦାର୍ପଣ କରିବା ସମୟରେ ଲାଗିଲା ଯେପରି ସେ କୌଣସି ଯୁଦ୍ଧ ଲଢ଼ିବାକୁ ଯାଉଛି ଏବଂ ସେଠାରେ ଏତିକି ଶିଖିଲି ଯେ କୌଣସି ପରିସ୍ଥିତିରେ କାହାକୁ ବି କମ୍ ନମାନିବା ଦରକାର।

Advertisment

୨୧ ବର୍ଷୀୟ ଗିଲ୍ ଅଷ୍ଟ୍ରେଲିଆ ଗସ୍ତରେ ତିନୋଟି ଟେଷ୍ଟ ଖେଳି ଦୁଇଟି ଅର୍ଦ୍ଧଶତକ ସହାୟତାରେ ୨୫୯ ରନ୍ କରିଥିଲା। ତାଙ୍କର ଏହି ପ୍ରଦର୍ଶନ ଏବଂ ଏକାଧିକ ଆହତ ସମସ୍ୟା ସତ୍ତ୍ୱେ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଥିଲା। ଆଡିଲେଡରେ ଦିବାରାତ୍ର ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଗିଲ୍ ମେଲବର୍ଣ୍ଣରେ ଆୟୋଜିତ ଦ୍ୱିତୀୟ ଟେଷ୍ଟରେ ଗିଲ୍ ପଦାର୍ପଣ କରିଥିଲେ। ଯାହା ପରେ ଭାରତ ସିରିଜରେ ଜବରଦସ୍ତ କମବ୍ୟାକ୍ କରିଥିଲା।

ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଗିଲ୍ କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ଫିଲ୍ଡିଂ କରୁଥିଲି, ସେ ଯାଏ ସବୁକିଛି ସାମାନ୍ୟ ଥିଲା। କିନ୍ତୁ ଯେତେବେଳେ ବ୍ୟାଟିଂ କରିବାକୁ ଗଲି ଏବଂ ଅଷ୍ଟ୍ରେଲିଆ ସମର୍ଥକଙ୍କ ହୋହଲ୍ଲା ମଧ୍ୟରେ ଡ୍ରେସିଂ ରୁମ୍‌ରୁ ପିଚ୍ ପର୍ଯ୍ୟନ୍ତ ଆସୁଥିଲି, ସେତେବେଳର ଅନୁଭୂତି ଭିନ୍ନ ଥିଲା। ଏପରି ଲାଗୁଥିଲା ଯେପରି ମୁଁ କୌଣସି ଯୁଦ୍ଧ ଲଢ଼ିବାକୁ ଯାଉଛି।

Advertisment

ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଯେତେବେଳେ ଗିଲଙ୍କୁ ଟେଷ୍ଟ କ୍ୟାପ୍ ପ୍ରଦାନ କଲେ, ସେତେବେଳେ ସେ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ଏ ନେଇ ଗିଲ୍ କହିଛନ୍ତି, ପିଲାଦିନେ ମୁଁ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ୍ ଦେଖିବା ପାଇଁ ସକାଳ ୫ଟାରୁ ଉଠି ଯାଉଥିଲି। ଏବେ ଲୋକେ ମୋତେ ଦେଖିବା ପାଇଁ ଶୀଘ୍ର ଉଠିଯାଉଛନ୍ତି, ଯାହାକି ମୋ ପାଇଁ ନିଆରା ଅନୁଭୂତି।

ଅଷ୍ଟ୍ରେଲିଆରେ ସଚିନ୍ (ତେନ୍ଦୁଲକର) ସାରଙ୍କୁ ବ୍ୟାଟିଂ କରିବା ଓ ବ୍ରେଟ୍ ଲି’ଙ୍କୁ ବୋଲିଂ କରୁଥିବାର ଦେଖିବା ଭିନ୍ନ ଅନୁଭୂତି ଥିଲା। ଏବେ ଅଚାନକ ସେହି ଟିମରେ ମୁଁ ଖେଳୁଛି ଏବଂ ଅଷ୍ଟ୍ରେଲିଆ ବୋଲର ମୋତେ ବୋଲିଂ କରୁଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଆମେ ବହୁତ କିଛି ଶିଖିବାକୁ ପାଇଛୁ। ବିଶେଷକରି ଆପଣ କାହାରିକୁ କୌଣସି ପରିସ୍ଥିତିରେ କମ୍ ଭାବିପାରିବେ ନାହିଁ। ଆମ ଟିମର ଅଧିକାଂଶ ଖେଳାଳି ଆହତ ଥିଲେ, ତଥାପି ଡ୍ରେସିଂ ରୁମର ପରିବେଶ ସକାରାତ୍ମକ ଥିଲା ବୋଲି ଗିଲ୍ କିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe